ଜୋ ରୁଟ୍‌ଙ୍କ ଘାତକ ବୋଲିଂ : ୧୪୫ରେ ଅଲ୍‌ଆଉଟ୍ ହେଲା ଭାରତ

The Sakala Picture
Published On

ଅହମଦାବାଦ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଇଂଲଣ୍ଡ ସ୍ପିନରଙ୍କ ବୋଲିଂ ଆଗରେ ତାସ୍‌ ଘର ଭଳି ଭୁଷୁଡିପଡିଛି ଭାରତୀୟ ବ୍ୟାଟିଂ ଲାଇନ୍‌ଅଫ। ପ୍ରଥମ ଦିନରେ ଇଂଲଣ୍ଡକୁ ୧୧୨ରନ୍‌ରେ ଅଲ୍‌ଆଉଟ କରିବା ପରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଭଲ ଆରମ୍ଭ କରିଥିଲା। କିନ୍ତୁ ଦ୍ବିତୀୟ ଦିନ ଖେଳ ଆରମ୍ଭ ହେବାର  ପ୍ରଥମ ଏକ ଘଣ୍ଟା ମଧ୍ୟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ଆରମ୍ଭ କରିଥିଲା। ଇଂଲଣ୍ଡର ୧୧୨ ରନ୍ […]

ଅହମଦାବାଦ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଇଂଲଣ୍ଡ ସ୍ପିନରଙ୍କ ବୋଲିଂ ଆଗରେ ତାସ୍‌ ଘର ଭଳି ଭୁଷୁଡିପଡିଛି ଭାରତୀୟ ବ୍ୟାଟିଂ ଲାଇନ୍‌ଅଫ। ପ୍ରଥମ ଦିନରେ ଇଂଲଣ୍ଡକୁ ୧୧୨ରନ୍‌ରେ ଅଲ୍‌ଆଉଟ କରିବା ପରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଭଲ ଆରମ୍ଭ କରିଥିଲା। କିନ୍ତୁ ଦ୍ବିତୀୟ ଦିନ ଖେଳ ଆରମ୍ଭ ହେବାର  ପ୍ରଥମ ଏକ ଘଣ୍ଟା ମଧ୍ୟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଇଂଲଣ୍ଡର ୧୧୨ ରନ୍ ଜବାବରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ମାତ୍ର ୧୪୫ ରନରେ ଅଲଆଉଟ୍ ହୋଇଯାଇଛି। ଫଳରେ ଭାରତ ୩୩ ରନ୍‌ର ଅଗ୍ରଣୀ ହାସଲ କରିଛି। ପ୍ରଥମ ଦିବସରେ ଭାରତୀୟ ସ୍ପିନର ଓ ରୋହିତ୍ ଶର୍ମାଙ୍କ ଦବଦବା ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ରୋହିତଙ୍କ ଆଉଟ୍ ପରେ ପୂରା ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅନ୍ୟ ପକ୍ଷରେ ମାତ୍ର ଜଣେ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ନେଇ ଖେଳୁଥିବା ଇଂଲଣ୍ଡ ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରିଛି। ଜ୍ୟାକ୍ ଲିଚ୍‌ଙ୍କ ସହ କ୍ୟାପଟେନ୍ ଜୋ ରୁଟ୍‌ଙ୍କ ସ୍ପିନ୍ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ତିଷ୍ଠିପାରିନାହାନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୯୯ ରନ୍ କରିଥିଲା। ଦ୍ୱିତୀୟ ଦିବସରେ ଭାରତ ଏହିଠାରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ରୋହିତ୍ ଓ ଅଜିଙ୍କ୍ୟ ରାହାଣେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ଖରାପ ଶଟ୍ ଖେଳି ନିଜ ନିଜର ୱିକେଟ ହରାଇ ବସିଥିଲେ। ଟିମ୍‌ର ସ୍କୋର ୧୧୪ ଥିବା ବେଳେ ରାହାଣେ(୭)ଙ୍କୁ ଲିଚ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଲିଚ୍ ନିଜର ପରବର୍ତ୍ତୀ ଓଭରରେ ସେଟ୍ ବ୍ୟାଟ୍ସମ୍ୟାନ୍ ରୋହିତଙ୍କ ମଧ୍ୟ ଏଲବିଡବ୍ଲ୍ୟୁ କରି ଭାରତର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରୋହିତ୍ ୯୬ ବଲରେ ୧୧ ଚୌକା ସହ ୬୬ ରନ କରିଥିଲେ।

ରୋହିତଙ୍କ ଆଉଟ୍ ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବସିଥିଲା। ବାମହାତୀ ବ୍ୟାଟ୍ସମ୍ୟାନ୍ ଅର୍ଥାତ ଋଷଭ ପନ୍ତ କ୍ରିଜକୁ ଆସିବା ପରେ ରୁଟ୍ ନିଜେ ବୋଲିଂ କରିବାକୁ ଆସିଥିଲେ। କାମଚଳା ସ୍ପିନର୍ ରୁଟ୍ ଅବିଶ୍ୱସନୀୟ ବୋଲିଂ କରି ଭାରତର ଲୋୟର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଦୌ ସେଟ୍ ହେବାକୁ ଦେଇନଥିଲେ। ଦ୍ୱିତୀୟ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ପନ୍ତ ମାତ୍ର ୧ ରନ୍ କରି ରୁଟ୍‌ଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୱାଶିଂଟନ୍ ସୁନ୍ଦରଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ରୁଟ୍। ଇଂଲଣ୍ଡର କ୍ୟାପଟେନ୍‌ ରୁଟ୍ ମାତ୍ର ୬.୨ ଓଭର ବୋଲିଂ କରି ୫ ୱିକେଟ୍ ନେଇଥିବା ବେଳେ ଜ୍ୟାକ୍ ଲିଚ୍‌ ୪ ଓ ଜୋଫ୍ରା ଆଚର ଗୋଟିଏ ୱିକେଟ୍ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର