୨୦୨୭ରେ ଭାରତର ଦ୍ୱିତୀୟ ସ୍ପେସପୋର୍ଟରୁ ଉତକ୍ଷେପଣ ହେବ ପ୍ରଥମ ରକେଟ୍‌: ଇସ୍ରୋର ବଡ଼ ଘୋଷଣା

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ନିଜର ଦ୍ୱିତୀୟ ସ୍ପେସପୋର୍ଟରୁ ରକେଟ୍ ଉତକ୍ଷେପଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚାଇଛି। ତାମିଲନାଡୁର କୁଲାସେକରପଟ୍ଟନମଠାରେ ନିର୍ମିତ ହେଉଥିବା ଏହି ନୂତନ ମହାକାଶ କେନ୍ଦ୍ରରୁ ୨୦୨୭ ମସିହାରେ ପ୍ରଥମ ରକେଟ୍ ଉତକ୍ଷେପଣ କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

ଏହି ନୂତନ ସ୍ପେସପୋର୍ଟ ମୁଖ୍ୟତଃ ଛୋଟ ଉପଗ୍ରହ ଉତକ୍ଷେପଣ ଯାନ (SSLV) ପାଇଁ ବ୍ୟବହାର କରାଯିବ। ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧୱନ ମହାକାଶ କେନ୍ଦ୍ର ଉପରେ ଚାପ ହ୍ରାସ କରିବା ପାଇଁ ଏହି ଦ୍ୱିତୀୟ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। କୁଲାସେକରପଟ୍ଟନମର ଭୌଗୋଳିକ ଅବସ୍ଥିତି ଦକ୍ଷିଣ ଦିଗକୁ ରକେଟ୍ ପଠାଇବା ପାଇଁ ବେଶ୍ ଅନୁକୂଳ ହୋଇଥିବାରୁ ଏହା ଇନ୍ଧନ ସଞ୍ଚୟରେ ମଧ୍ୟ ସହାୟକ ହେବ।

ଇସ୍ରୋ ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି ସ୍ପେସପୋର୍ଟ କାର୍ଯ୍ୟକ୍ଷମ ହେଲେ ଭାରତ ବିଶ୍ୱ ବାଣିଜ୍ୟିକ ମହାକାଶ ବଜାରରେ ନିଜର ପ୍ରତିପତ୍ତି ଆହୁରି ବିସ୍ତାର କରିବା ସହ ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ରକେଟ୍ ଉତକ୍ଷେପଣ ପାଇଁ ସୁବିଧା ପ୍ରଦାନ କରିବ।

About The Author: Suryakanta