ଖାଦ୍ଯ ପ୍ରେମୀଙ୍କ ପାଇଁ ଖୁସି ଖବର: ଖାଇକି କମାଇ ପାରିବେ ୨୦ ହଜାର ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ କୋଣରେ ଖାଦ୍ୟପ୍ରେମୀଙ୍କୁ ଦେଖିବାକୁ ପାଇବେ। ଯଦି ଆପଣ ମଧ୍ୟ ଖାଦ୍ୟପେୟରେ ରୁଚି ରଖୁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଖାଇକି ଜିତିପାରିବେ ୨୦ ହଜାର ଟଙ୍କା । ଆଜିକାଲି ରାସ୍ତାରୁ- ରେସ୍ତୋରାଁ ପର୍ଯ୍ଯନ୍ତ ସବୁଠି ଫାଷ୍ଟଫୁଡ୍ ଉପଲବ୍ଧ । ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି। ସମଗ୍ର ବିଶ୍ୱର ଅଧିକାଂଶ ଲୋକେ ଫାଷ୍ଟଫୁଡ ଖାଇବାକୁ ଭଲ ପାଆନ୍ତି। ବରଗର, ପିଜା, ରୋଲ ଇତ୍ୟାଦି  ଖାଇବା ପାଇଁ ଲୋକଙ୍କ ଭିଡ […]

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ କୋଣରେ ଖାଦ୍ୟପ୍ରେମୀଙ୍କୁ ଦେଖିବାକୁ ପାଇବେ। ଯଦି ଆପଣ ମଧ୍ୟ ଖାଦ୍ୟପେୟରେ ରୁଚି ରଖୁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଖାଇକି ଜିତିପାରିବେ ୨୦ ହଜାର ଟଙ୍କା । ଆଜିକାଲି ରାସ୍ତାରୁ- ରେସ୍ତୋରାଁ ପର୍ଯ୍ଯନ୍ତ ସବୁଠି ଫାଷ୍ଟଫୁଡ୍ ଉପଲବ୍ଧ । ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି। ସମଗ୍ର ବିଶ୍ୱର ଅଧିକାଂଶ ଲୋକେ ଫାଷ୍ଟଫୁଡ ଖାଇବାକୁ ଭଲ ପାଆନ୍ତି। ବରଗର, ପିଜା, ରୋଲ ଇତ୍ୟାଦି  ଖାଇବା ପାଇଁ ଲୋକଙ୍କ ଭିଡ ଜମିଥାଏ।

ଆହୁରି ପଢ଼ନ୍ତୁ: ଆନ୍ଥ୍ରୋପିକ୍‌ ଗବେଷକଙ୍କ ଭୟଙ୍କର ଚେତାବନୀ: ମଣିଷକୁ ଧ୍ୱଂସ କରିଦେବ ଏଆଇ

ବର୍ତ୍ତମାନ ଏପରି ଏକ ଖବର ଆସିଛି,  ଯାହା ବିଷୟରେ ଜାଣିଲେ ଖାଦ୍ଯପ୍ରେମୀ ଖୁସି ହୋଇ ଯିବେ। ଏକ ଦୋକାନ ଅଛି ଯେଉଁଠାରେ ଆପଣ ଖାଦ୍ୟ ଖାଇଲେ ଟଙ୍କା ଜିତିପାରିବେ। ଏହି ଦୋକାନଟି ଦିଲ୍ଲୀରେ ଅଛି। ଯେଉଁଠାରେ ଗ୍ରାହକମାନେ ଏକ ରୋଲ ଖାଇଲେ ୨୦ ହଜାର ଟଙ୍କା ପୁରସ୍କାର ଜିତିପାରିବେ। ଯଦି ଆପଣ ମଧ୍ୟ କିଛି ଖାଇକି ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ  ଲାଭଦାୟକ ହେବ ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ଦିଲ୍ଲୀର ମଡେଲ ଟାଉନ୍ -୩ ରେ ଏକ ରାସ୍ତା କଡ଼ରେ ଥିବା ଖାଦ୍ୟ ଷ୍ଟଲ୍ ଅଛି। ଯେଉଁଠାରେ ଜଣେ ଦୋକାନୀ ୧୦  କିଲୋଗ୍ରାମର ଏକ କାଠି ରୋଲ ବିକ୍ରି କରୁଛନ୍ତି । ଏହି ଦୋକାନୀ ଏକ ସର୍ତ୍ତ ରଖିଛନ୍ତି ଯେ, ଯଦି କେହି ୨୦ ମିନିଟ ମଧ୍ୟରେ ଏହି କାଠି ରୋଲଟି ଖାଇଦେବ ତାଙ୍କୁ ନଗଦ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏହି ରୋଲଟି  ପ୍ରାୟ ୩ ବର୍ଷ ଶିଶୁର ଉଚ୍ଚାତ ସହ ସମାନ ହେବ।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଏହି ରୋଲଟି ମଧ୍ୟ ବହୁତ ମହଙ୍ଗା । ଅଟାରେ ତିଆରି ଏକ ପାରାଠାରେ ୩୦ ଟି ଅଣ୍ଡା ଦିଆଯଉଛି । ଏହା ସହିତ ଏଥିରେ ଅନେକ ପନିପରିବା, ପନିର  ଆଦି ଦଆଯାଉଛି। ଏଗୁଡିକ ଦେବା ପରେ ଏଥିରେ ଅନେକ ପ୍ରକାରର ସସ୍ ଏବଂ ମୋୟୋନିଜ୍ ଦିଆଯାଇଥାଏ। ଏହି କାଠି ରୋଲ୍ ପ୍ରସ୍ତୁତ କରିବା ପରେ ଏହାର ଓଜନ ପ୍ରାୟ ପାଖାପାଖି ୧୦ କେଜି ହୋଇଯାଇଥାଏ।  ଯାହାର ମୂଲ୍ୟ ୩୦୦୦ ରୁ ୪୦୦୦ ଟଙ୍କା ମଧ୍ୟରେ ରଖାଯାଇଛି।

ଏହାକୁ ଖାଇବାକୁ ମାତ୍ର ୨୦ ମିନିଟ୍ ସମୟ ଦିଆଯିବ । ଯଦି ଆପଣ ଏହି ରୋଲକୁ ୨୦ମିନିଟରେ ଖାଇ ଦିଅନ୍ତି, ତେବେ ଆପଣଙ୍କୁ ପୁରସ୍କାର ରାଶି ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp