କରୋନା ସଂକ୍ରମଣ ସ୍ଥିତି ଜାଣିବା ପାଇଁ ଦିଲ୍ଲୀରେ ଲାଗୁହେଲା କଲର କୋଡ ବ୍ୟବସ୍ଥା

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ଲାଗି କୋଭିଡ ମୁକାବିଲା ପାଇଁ ଦିଲ୍ଲୀ ସରକାର ଲାଗୁ କଲେ କଲର କୋଡ ବ୍ୟବସ୍ଥା।ସହରରେ ଲାଗୁ ହୋଇଛି ଗ୍ରେଡ ରେସପନସ ଆକ୍ସନ ପ୍ଲାନ ବା ଜିଆରଏପି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେଇଛନ୍ତି। ଯଦିଓ ରାଜଧାନୀରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଛି, ତଥାପି ଏହାକୁ ବ୍ୟବସ୍ଥିତ କରିବା ଲାଗି ଏହି ପଦକ୍ଷେପ ନେଇଛନ୍ତି ସରକାର। ନୂଆ ନିୟମ ଅନୁସାରେ ଯେଉଁଠି ପଜିଟିଭିଟି ହାର ଲଗାତାର ଦୁଇ ଦିନ ଲାଗି […]

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ଲାଗି କୋଭିଡ ମୁକାବିଲା ପାଇଁ ଦିଲ୍ଲୀ ସରକାର ଲାଗୁ କଲେ କଲର କୋଡ ବ୍ୟବସ୍ଥା।ସହରରେ ଲାଗୁ ହୋଇଛି ଗ୍ରେଡ ରେସପନସ ଆକ୍ସନ ପ୍ଲାନ ବା ଜିଆରଏପି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେଇଛନ୍ତି। ଯଦିଓ ରାଜଧାନୀରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଛି, ତଥାପି ଏହାକୁ ବ୍ୟବସ୍ଥିତ କରିବା ଲାଗି ଏହି ପଦକ୍ଷେପ ନେଇଛନ୍ତି ସରକାର।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ନୂଆ ନିୟମ ଅନୁସାରେ ଯେଉଁଠି ପଜିଟିଭିଟି ହାର ଲଗାତାର ଦୁଇ ଦିନ ଲାଗି ୦.୫ ପ୍ରତିଶତ ରହିବ ବା ୭ ଦିନ ଭିତରେ ୧୫୦୦ରୋଗୀ ଚିହ୍ନଟ ହେବେ ସେହି ସ୍ଥାନରେ ଲେବଲ ଓ୍ୱାନ ୟେଲୋ ଆଲର୍ଟ ଜାରି କରାଯିବ। ଯେଉଁ ଅଞ୍ଚଳରେ ପଜିଟିଭିଟି ହାର ଦୁଇ ଦିନ ଧରି ୧ ପ୍ରତିଶତରୁ ଅଧିକ ରହିବ ବା ୭ ଦିନ ମଧ୍ୟରେ ୩୫୦୦ ରୋଗୀ ଚିହ୍ନଟ ହେବେ ବା ୭ ଦିନରେ ୭୦୦ ବେଡ ଆବଶ୍ୟକ ହେବ ସେହି ସ୍ଥାନରେ ଲେବଲ ୨ ଅମ୍ବର୍ ଆଲର୍ଟ ଜାରି କରାଯିବ। ଯେଉଁ ଅଞ୍ଚଳରେ ଦୁଇ ଦିନ ଧରି ୨ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ରହିବ ବା ୭ ଦିନରେ ୯୦୦୦ ରୋଗୀ ଚିହ୍ନଟ ହେବେ ବା ୭ ଦିନରେ ୧୦୦୦ରୁ ଅଧିକ ବେଡ ଦରକାର ହେବ ସେହି ସ୍ଥାନରେ ଲେବଲ ଥ୍ରୀ ଅରେଞ୍ଜ ଆଲର୍ଟ ଜାରି ହେବ।

ଆହୁରି ପଢ଼ନ୍ତୁ: MPSC ପେପର ଲିକ୍ ବିବାଦ: ଛାତ୍ରଙ୍କୁ ସମର୍ଥନ କଲା CJP, ଅଧ୍ୟକ୍ଷଙ୍କ ଇସ୍ତଫା ପାଇଁ ସେପ୍ଟେମ୍ବର ୨୪ ଡେଡଲାଇନ୍

ସେହିପରେ ଦୁଇ ଦିନରେ ପଜିଟିଭ ହାର ୫ ପ୍ରତିଶତରୁ ଅଧିକ ରହିବ ବା ୭ ଦିନରେ ୧୬ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଲେ ସେହି ସ୍ଥାନରେ ଲେବଲ ଫୋର ରେଡ ଆଲର୍ଟ ଜାରି କରାଯିବ। ଏହି ନିଷ୍ପତ୍ତି ଯୋଗୁ ଉଭୟ ଲୋକ ଓ ପ୍ରଶାସନ ସତର୍କ ହେବେ। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୩୬ ହଜାର ୭୬୧ କୋଭିଡ ରୋଗୀ ଠାବ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଲକ୍ଷ ୧୧ ହଜାର ରୋଗୀ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର