ବିଦ୍ବେଷ ଓ ବିଦ୍ରୋହ

ପରିବର୍ତ୍ତିତ ପରିସ୍ଥିତିରେ ରଣକୌଶଳ ବଦଳିଛି। ଗୁଳି, ଗୋଳା, ତୋପ ଓ ଟ୍ୟାଙ୍କ ମାଧ୍ୟମରେ ସୀମାରେ ଦୁଇପକ୍ଷର ପଦାତିକ ବାହିନୀ ମୁହାଁମୁହିଁ ହୋଇ ଲଢ଼ିବା ସମୟ ଆଉ ନାହିଁ। ବାୟୁସେନାର ଅପୋକ୍ଷକୃତ ଗୁରୁତ୍ବ ବଢ଼ିଛି। ନୂଆପିଢ଼ିର ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର ଓ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥା ପ୍ରୟୋଗ କରି ଶତ୍ରୁପକ୍ଷର ଗୁରୁତ୍ବପୂର୍ଣ୍ଣ ସାମରିକ ଢାଞ୍ଚାକୁ ଧ୍ବସ୍ତବିଧ୍ବସ୍ତ କରିବା ହେଉଛି ଏବର ନୂଆ ରଣକୌଶଳ। ୧୯୪୮ ରୁ ୧୯୯୯ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନ ଚାରିଟି ଯୁଦ୍ଧ ଲଢ଼ିଥିଲେ ମଧ୍ୟ […]

ପରିବର୍ତ୍ତିତ ପରିସ୍ଥିତିରେ ରଣକୌଶଳ ବଦଳିଛି। ଗୁଳି, ଗୋଳା, ତୋପ ଓ ଟ୍ୟାଙ୍କ ମାଧ୍ୟମରେ ସୀମାରେ ଦୁଇପକ୍ଷର ପଦାତିକ ବାହିନୀ ମୁହାଁମୁହିଁ ହୋଇ ଲଢ଼ିବା ସମୟ ଆଉ ନାହିଁ। ବାୟୁସେନାର ଅପୋକ୍ଷକୃତ ଗୁରୁତ୍ବ ବଢ଼ିଛି। ନୂଆପିଢ଼ିର ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର ଓ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥା ପ୍ରୟୋଗ କରି ଶତ୍ରୁପକ୍ଷର ଗୁରୁତ୍ବପୂର୍ଣ୍ଣ ସାମରିକ ଢାଞ୍ଚାକୁ ଧ୍ବସ୍ତବିଧ୍ବସ୍ତ କରିବା ହେଉଛି ଏବର ନୂଆ ରଣକୌଶଳ। ୧୯୪୮ ରୁ ୧୯୯୯ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନ ଚାରିଟି ଯୁଦ୍ଧ ଲଢ଼ିଥିଲେ ମଧ୍ୟ ୧୯୭୧ ଓ ୧୯୯୯ ଥିଲା ନିର୍ଣ୍ଣାୟକ ରଣକ୍ଷେତ୍ର। ୧୯୭୧ରେ ପାକିସ୍ତାନ ତାହାର ପୂର୍ବାଞ୍ଚଳକୁ ସବୁଦିନ ପାଇଁ ହରାଇଥÒଲା, ଯାହା ଏବେ ବାଂଲାଦେଶର ମାନ୍ୟତା ଲାଭ କରିଛି। ସେହିଭଳି ୧୯୯୯ କାରଗିଲ ଯୁଦ୍ଧରେ ମଧ୍ୟ ପାକିସ୍ତାନ ଶୋଚନୀୟ ଭାବେ ପରାସ୍ତ ହୋଇଥÒଲା । ପାକ୍ ପଦାତିକ ବାହିନୀର କ୍ରମାଗତ ଏହି ବିଫଳତାକୁ ଦର୍ଶାଇ ବାୟୁସେନା ନିଜର ଶକ୍ତି ଓ ସାମର୍ଥ୍ୟ ଏଥର ପ୍ରଦର୍ଶନ କରିଛି। ଏକଥା ଖୋଲା ଖୋଲି ଏୟାର ଭାଇସ୍ ମାର୍ଶାଲ ଆଉରଙ୍ଗଜେବ ମହମ୍ମଦ ପାକ୍ ସେନାବାହିନୀ ମୁଖପାତ୍ରଙ୍କ ଉପସ୍ଥିତିରେ ଦର୍ଶାଇଛନ୍ତି। ସେ ପରୋକ୍ଷରେ ଇଙ୍ଗିତ କରିଛନ୍ତି ଯେ ଦେଶର ସାମରିକ ବ୍ୟବସ୍ଥାରେ ପଦାତିକ ବାହିନୀର ପ୍ରାଧାନ୍ୟ ଓ ପତିଆରା କ୍ଷୁଣ୍ଣ ହୋଇଛି। ଏ ସବୁସତ୍ତ୍ବେ ସାମରିକ ମୁଖ୍ୟ ଅମୀତ ମୁନିରଙ୍କୁ ଫିଲ୍ମ ମାର୍ଶାଲ ସମ୍ମାନ ସରକାର ପ୍ରଦାନ କରିଛନ୍ତି। ଆୟୁବ୍ ଖାଁଙ୍କ ପରେ ସେ ହେଉଛନ୍ତି ଦ୍ବିତୀୟ ପଦାତିକ ବାହିନୀ ମୁଖ୍ୟ ଯିଏ କି ଏହି ସମ୍ମାନ ପାଇଛନ୍ତି।

ଏକଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା ଯେ ଗୋଟିଏ ବ୍ୟବସ୍ଥାର ଦୁଇ ବାହିନୀ ମଧ୍ୟରେ ମୁଣ୍ଡ ଟେକିଥÒବା ଏହି ବିଦ୍ବେଷ ଆଗକୁ ବିଦ୍ରୋହର ରୂପ ନେବନି ତ? କାରଣ ପାକିସ୍ତାନର ସେନାବାହିନୀର ମୁଖ୍ୟ ଦାୟିତ୍ବ ସ୍ଥଳ ସେନାବାହିନୀ ହାତରେ ହିଁ ରହିଆସିଛି। ସେହି ମୁଖ୍ୟମାନେ ଦେଶରେ ୩୩ ବର୍ଷ ଧରି ପ୍ରତ୍ୟକ୍ଷ ଭୂମିକାରେ ଥିଲେ। ଅବଶିଷ୍ଟ ୪୮ ବର୍ଷ ସେମାନଙ୍କ ଇଙ୍ଗିତରେ ବେସାମରିକ ନେତୃତ୍ବ ଦେଶରେ ଶାସନ କରିଆସିଛି। ତେଣୁ ସାମରିକ ବାହିନୀର ମୁଖ୍ୟ ପଦବୀ ପାଇଁ ବାୟୁସେନା ମୁଖ୍ୟ ପରିବର୍ତ୍ତିତ ପରିସ୍ଥିତିରେ ଦାବିବାର ହେବା ଅସ୍ବାଭାବିକ ନୁହେଁ। ଏୟାର ଭାଇସ ମାର୍ଶାଲ୍ ଆଉରଙ୍ଗଜେବ୍ ଅହମ୍ମଦ ଦାବି କରିଛନ୍ତି ଯେ ମେ ୬ ତାରିଖ ପ୍ରାରମ୍ଭିକ ପର୍ଯ୍ୟାୟ ଆକ୍ରମଣ ବେଳେ ପାକିସ୍ତାନ ଭାରତର ୬ଟି ଯୁଦ୍ଧ ବିମାନକୁ ଧ୍ବଂସ କରି ୬-୦ ରେ ବିଜୟୀ ହୋଇଛି। ଅବଶ୍ୟ ପାକିସ୍ତାନ ଏହା ସପକ୍ଷରେ ଆନ୍ତର୍ଜାତିକ ସମୁଦାୟକୁ ପ୍ରାମାଣିତ ତଥ୍ୟ ଉପସ୍ଥାପନ କରିବାରେ ବିଫଳ ହୋଇଛି। ତେବେ ପାକିସ୍ତାନବାସୀ ଏହାକୁ ଗ୍ରହଣ କରି ବିଜୟୋଲ୍ଲାସରେ ମଦମତ୍ତ। ତେଣୁ ତ ବାୟୁସେନା ଚ୍ୟାଲେଞ୍ଜ କରିବାକୁ ସୁଯୋଗ ପାଇଛି। ଅଥଚ ପରବର୍ତ୍ତୀ ତିନିଦିନର ବିପର୍ଯ୍ୟୟ ସମ୍ପର୍କରେ ଆଉରଙ୍ଗଜେବ ନିରବ। ତାଙ୍କର ଏହି ବକ୍ତବ୍ୟକୁ ଭାରତର ସିଡିଏସ୍ ଅନୀଲ ଚୌହ୍ବାନ ବ୍ଳୁମ୍‌ବର୍ଗକୁ ଦେଇଥିବା ସାକ୍ଷାତକାରରେ ଯାହା ଉଳ୍ଲେଖ କରିଛନ୍ତି, ତାହାର ତୁଳନାତ୍ମକ ବିଚାର କଲେ ମନେହୁଏ ମେ ୬ ତାରିଖରେ ଆମେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛୁ। ଆମ ଯୁଦ୍ଧ ବିମାନକୁ ପ୍ରତିପକ୍ଷ ଖସାଇ ଦେଇଛି। ତେଣିକି ଏହି ସଂଖ୍ୟା ଯାହା ହେ ଉନା କାହିଁକି। ମେ ୬ ତାରିଖରେ ତ୍ରୁଟିକୁ ସୁଧାରି ଭାରତ ପ୍ରତିପକ୍ଷ ଉପରେ ଯେଉଁ କ୍ରମାଗତ ପ୍ରହାର କରିଛି ତାହା ଉଲ୍ଲେଖନୀୟ।

ପାକିସ୍ତାନର ଦାବି ଓ ଅସ୍ବୀକାରୋକ୍ତିରୁ ସ୍ପଷ୍ଟ ହୋଇଛି ଯେ ଚାରିଦିନର ଯୁଦ୍ଧ ମଧ୍ୟରୁ ପ୍ରଥମ ଦିନକୁ ବାଦଦେଲେ ଅବଶିଷ୍ଟ ୩ ଦିନ ନିରଙ୍କୁଶ ପ୍ରହାର କରି ଆମେ ପ୍ରତିପକ୍ଷକୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିଛୁ। ଏସବୁ ସତ୍ତ୍ବେ ପ୍ରଥମ ଦିନର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆତଙ୍କବାଦୀଙ୍କ ଆଡାରେ ଆମେ ଲକ୍ଷ୍ୟ ଭେଦ କରିଛୁ। କ୍ଷତି ବଡ଼ କଥା ନୁହେଁ। ନିର୍ଦ୍ଧାରିତ ଟାର୍ଗେଟକୁ ଧ୍ବଂସ କରିବା ଅନ୍ୟତମ ସଫଳତା ଦାବି କରାଯାଇପାରେ।

ଅନୀଲ ଚୌହାନଙ୍କ ସ୍ବୀକାରୋକ୍ତି ପରେ ଗୁମର ଖୋଲିବା ଆରମ୍ଭ କରିଛି। ଚୀନ ଉପଗ୍ରହ ମାଧ୍ୟମରେ ଭାରତର ସ୍ଥିତି ସମ୍ପର୍କରେ ଦେଇଥିବା ନିଦ୍ଦିଷ୍ଟ ତଥ୍ୟ ଆଧାରରେ ପାକିସ୍ତାନ ବାୟୁସେନା ଅଧÒକାରୀଙ୍କ ପୃଷ୍ଠପଟ୍ଟରେ ଚୀନ୍ ବିଶେଷଜ୍ଞ ଯୁଦ୍ଧ ସଂଚାଳନ କରୁଥÒବାର ସ୍ପଷ୍ଟ ହୋଇଛି। ତେଣୁ ପରିବର୍ତ୍ତିତ ରଣକୌଶଳରେ ଭାରତୀୟ ବାୟୁସେନା ଯେଉଁ ପ୍ରହାର ଆରମ୍ଭ କଲା ସେଥÒରେ ପାକିସ୍ତାନର ୬ଟି ଜେଟ୍, ଦୁଇଟି ଆୱକସ୍, ଗୋଟିଏ ପରିବହନ ବିମାନ ଓ ୩୦ କ୍ଷେପଣାସ୍ତ୍ର ଧ୍ବସ୍ତବିଧ୍ବସ୍ତ ହୋଇଛି। କେବଳ ସେତିକି ନୁହେଁ ପାକିସ୍ତାନ ବିଭିନ୍ନ ସ୍ଥାନରେ ଥିବା ବାୟୁସେନା କେନ୍ଦ୍ର ଉପରେ ନିର୍ଣ୍ଣାୟକ ଆକ୍ରମଣ କରିଛି। ଏକ୍ଷେତ୍ରରେ ପାଲଟା ଆକ୍ରମଣ ପାଇଁ ଶକ୍ତି ଓ ସାମର୍ଥ୍ୟ ହରାଇ ବୁଝାମଣା ସକାଶେ ତୃତୀୟ ପକ୍ଷର ସହାୟତା ଲୋଡ଼ିଛି। ଉଭୟ ପକ୍ଷର ଦାବି ଓ ପ୍ରତିବାଦରୁ ଯାହା ସ୍ପଷ୍ଟ ହେଇଛି ତାହା ହେଲା ମେ ୬ ତାରିଖରେ ପାକିସ୍ତାନର ୯ଟି ଆତଙ୍କବାଦୀ କେନ୍ଦ୍ରର ଧ୍ବଂସ ପ୍ରୟାସ ବେଳେ ଭାରତକୁ. ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥÒଲା। ଜେନେରାଲ୍ ଚୌହ୍ବାନ ଯାହା କହିଛନ୍ତି ତାହାର ମଧ୍ୟ ଯଥାର୍ଥତା ରହିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ଯୁଦ୍ଧର ଶେଷ କଥା ନୁହେଁ। ସଂଶୋଧିତ ରଣନୀତିରେ ଯେଉଁ ନିର୍ଣ୍ଣାୟକ ଆକ୍ରମଣ ହେଲା ତାହାର ଗୁରୁତ୍ବପୂର୍ଣ୍ଣ ପ୍ରତୀକ ଓ ପରିଣତି ପାକ୍ ବାୟୁସେନାରେ ଶୋଚନୀୟ ବିପର୍ଯ୍ୟୟ ଘଟାଇଛି। ଏହାକୁ କେନ୍ଦ୍ର କରି ବ୍ୟାପକ ତର୍ଜମା ହୋଇଥÒବାରୁ ଆନ୍ତର୍ଜାତିକ ସମୁଦାୟ, ବିଶେଷ କରି ଚୀନ ବୁଝିପାରିଛି ପରିସ୍ଥିତିର ଗୁରୁତ୍ବ। ବରଂ ଏହାକୁ ଚୀନ୍ ବିରୋଧରେ ପରୋକ୍ଷ ଆକ୍ରମଣ କୁହାଯାଇପାରେ।

ଅପରେସନ ସିନ୍ଦୂର ଶେଷ ହୋଇନାହିଁ। ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବା ସକାଶେ ଯେକୌଣସି ସମୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ପ୍ରସ୍ତୁତି ଆରମ୍ଭ କରିଛି। ଚୀନଠାରୁ ସ୍ବତନ୍ତ୍ର କ୍ଷମତା ସମ୍ପନ୍ନ ୫ମ ପିଢ଼ିର ୪୦ଟି ଜେ–୩୫ ଯୁଦ୍ଧ ବିମାନ ସଂଗ୍ରହ କରୁଛି ପାକିସ୍ତାନ। ଆତ୍ୟାଧୁନିକ ଇଲେକ୍ଟ୍ରୋନିକ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟାନ୍ୟ ସରଞ୍ଜାମ ଯୋଗାଣର ପ୍ରତିଶ୍ରୁତି ପାଇ ପାକିସ୍ତାନ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ସିଧୁ କହିଛନ୍ତି ଯେ ଆଗକୁ ଅସଲ ଯୁଦ୍ଧରେ ସେ ନେତୃତ୍ବ ନେବେ। ପରିବର୍ତ୍ତିତ ସମୟର ଆବଶ୍ୟକତା ଦୃଷ୍ଟିରୁ ପଦାତିକ ବାହିନୀ ଗୁରୁତ୍ବ ହରାଇଛି। ପରୋକ୍ଷରେ ସେ ଜେନେରାଲ ମୁନୀରଙ୍କ ପ୍ରଭୁତ୍ବ ଓ ପ୍ରଭାବୀ ଭୂମିକା ଗୁରୁତ୍ବ ହରାଇଥିବା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୁସରଫ୍. ମେ ୨୦ ତାରିଖରେ ସିଧୁଙ୍କ କାର୍ଯ୍ୟକାଳ ମିଆଦ ବୃଦ୍ଧି କରି ଆଭ୍ୟନ୍ତରୀଣ ବିଦ୍ରୋହ ଓ ବିଦ୍ବେଷ ପ୍ରଶମନ କରିଛନ୍ତି। ତେବେ ଏହା ଶେଷ କଥା ନୁହେଁ। ସାମରିକ ବ୍ୟବସ୍ଥାରେ ସୃଷ୍ଟି ହୋଇଥÒବା ଏହି ଫାଟରୁ ରାଜନୈତିକ ନେତୃତ୍ବ ଫାଇଦା ହାସଲ କରିବା ମଧ୍ୟ ସମ୍ଭାବନା ଅଛି।

About The Author: The Sakala