ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପରୀକ୍ଷା ଫଳ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ରଦ୍ଦ ହେଲା ଛାତ୍ରଛାତ୍ରୀଙ୍କ ଗ୍ରେସ୍ ମାର୍କ । ୧୫୬୩ ଛାତ୍ରଛାତ୍ରୀଙ୍କ ଗ୍ରେସ ମାର୍କ ରଦ୍ଦ କଲେ NTA । ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ ପୁଣି ଦେବେ ପରୀକ୍ଷା । ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ।
ଚଳିତ ନିଟ୍ ପରୀକ୍ଷାରେ ଗ୍ରେସ୍ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା ଏନ୍ଟିଏ ଭୟ ଦୂର କରିବା ପାଇଁ ଗ୍ରେସ୍ ମିଳିଥିବା ଛାତ୍ରଛାତ୍ରୀଙ୍କ ପୁଣି ଥରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କୋର୍ଟକୁ ଜଣାଇଛି।
ତେବେ ନିଟ୍ ପରୀକ୍ଷା ସମ୍ପୂର୍ଣ୍ଣ ରଦ୍ଦ କରାଯାଇନଥିବା ନେଇ ଜବାବ ଦାଖଲ ରଖିଥିଲା ଏନଟିଏ। ସୁପ୍ରିମକୋର୍ଟରେ ଏହି ଜବାବ ରଖିଛନ୍ତି ମେଡିକାଲ ପ୍ରବେଶିକା ପରୀକ୍ଷା ଆୟୋଜନ କରିଥିବା ନ୍ଯାସନାଲ ଟେଷ୍ଟିଂ ଏଜନସି NTA। ତେବେ ମେଡିକାଲ ନାମଲେଖା ଲାଗି କାଉନସେଲିଂ ପ୍ରକ୍ରିୟାରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ନାମଲେଖା ପ୍ରକ୍ରିୟା ଜାରି ରହିବ। ମେଡିକାଲ ପ୍ରବେଶିକା ପରୀକ୍ଷା ରେଜଲ୍ଟ , ପରୀକ୍ଷାରେ ଅନିୟମିତତା ଏବଂ ପରୀକ୍ଷା ରଦ୍ଦ କରିବା ନେଇ ଆବେଦନ ହୋଇଥିଲା। ଏହି ମାମଲାରେ ଜବାବ ଦାଖଲ ଲାଗି ସୁପ୍ରିମକୋର୍ଟରେ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ଏନଟିଏର ଜବାବ ପରେ ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୮ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।