ଇନ୍ଦୋର: ବୋରୱେଲରେ ଖସିପଡିଲା ଶିଶୁ । ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ବୋରୱେଲରେ ଖସିପଡିଲା ଶିଶୁ। ଗତ କାଲି ଖେଳୁଥିବା ବେଳେ ଗଳିପଡଛି ଶିଶୁଟି । ଏହି ଘଟଣାଟି ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ରାତି ପ୍ରାୟ ୩ ଟା ବେଳେ ଜଣାପଡ଼ିଛି। ରେୱା କଲେକ୍ଟର ପ୍ରତୀଭା ପାଲଙ୍କ ଅନୁଯାୟୀ ପିଲାଟି ପ୍ରାୟ ୪୦ ଫୁଟ ଗଭୀର ବୋରୱେଲରେ ଖସିପଡିଛି ।
ଏହି ଘଟଣା ପରେ ଏସଡିଇଆରଏଫ୍ ର ଏକ ଟିମ୍ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି ଏବଂ ବାରାଣାସୀରୁ ଜାତୀୟ ଏନଡିଆରଏଫ୍ ଟିମକୁ ଡକାଯାଇଛି। ଅତିରିକ୍ତ ପୋଲିସ ଅଧୀକ୍ଷକ ଅନିଲ ସୋନକର ପିଟିଆଇ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ,ଅଧିକାରୀମାନେ ବୋରୱେଲରେ ପାଇପ୍ ମାଧ୍ୟମରେ ଅମ୍ଳଜାନ ଯୋଗାଉଛନ୍ତି। ଏଥିସହ ପିଲାଟିର ଅବସ୍ଥା ଉପରେ ନଜର ରଖିବା ପାଇଁ ଏକ ସିସିଟିଭି କ୍ୟାମେରାକୁ ଭିତରକୁ ପଠା ଯାଇଛି। କିନ୍ତୁ ବାଟରେ ପ୍ରତିବନ୍ଧକ ହେତୁ ପିଲାଟି ନିକଟରେ କ୍ୟାମେରା ପହଞ୍ଚି ପାରିନି। ଜିଲ୍ଲାପାଳ ପ୍ରତିଭା ପାଲ୍ ଓ ପୁଲିସ୍ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ପିଲାଟିର ଜୀବନ ରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।