ସାରା ଦେଶରେ ତୈଳ ସଙ୍କଟ ବେଳେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ବଢ଼ିଲା...

ନୂଆଦିଲ୍ଲୀ: ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩ ଟଙ୍କା ବୃଦ୍ଧି ହୋଇଥିବାବେଳେ ଡିଜେଲ ଲିଟର ପିଛା ୩ ଟଙ୍କା ୧୧ ପଇସା ବୃଦ୍ଧି ହୋଇଛି । ତେଲ ଦର ବୃଦ୍ଧି ପରେ  ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୪.୧୯  ଟଙ୍କା, ସ୍ପିଡ଼ ପେଟ୍ରୋଲ ୧୧୩.୬୪କୁ ବୃଦ୍ଧି ହୋଇଛି । ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫.୭୪ ପଇସା ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ହୋଇଛି ୯୭.୭୭ ଟଙ୍କା। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ହୋଇଛି ୯୦.୬୭ ଟଙ୍କା। 

ଅନ୍ୟପଟେ ସିଏନଜି ଦର ବି ବଢ଼ିଛି ୨ ଟଙ୍କା। ସିଏନଜି ଦର କିଲୋ ପ୍ରତି ୨ ଟଙ୍କା ବଢ଼ିବା ପରେ ଦିଲ୍ଲୀରେ ନୂଆ ଦର ୭୯.୦୯ ଟଙ୍କାରେ ପହଞ୍ଚିଛି। ପଶ୍ଚିମ ଏସିଆ ସଙ୍କଟ କାରଣରୁ ଅନ୍ତର୍ଜାତୀୟ ବଜାରର ପ୍ରଭାବ ଭାରତୀୟ ଅଏଲ ମାର୍କେଟିଂ କମ୍ପାନୀ, କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଉପରେ ପଡିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ଧରି ଦେଶରେ ତୈଳ ଅଭାବ କାରଣରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲାଗି କଳ୍ପନା ଜଳ୍ପନା ପ୍ରକାଶ ପାଇଆସୁଥିଲା। ଏପରିକି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ପରେ ତୈଳ ଦର ବୃଦ୍ଧି ଘଟିବ ବୋଲି ଚର୍ଚ୍ଚା ଚାଲିଥିଲା।

About The Author: Madhusudan Das