ମହଙ୍ଗା ଛାଟ; କିଛିଦିନର ବ୍ୟବଧାନରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ: ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ । ୧୩୭ ଦିନ ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲ ଲିଟର ପିଛା ସର୍ବଭାରତୀୟ ସ୍ତରରେ ୮୦ ପଇସା ବଢ଼ିଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଦର ଲିଟର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ୯୨ ଟଙ୍କା ୪୮ ପଇସା […]

ନୂଆଦିଲ୍ଲୀ: ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ । ୧୩୭ ଦିନ ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲ ଲିଟର ପିଛା ସର୍ବଭାରତୀୟ ସ୍ତରରେ ୮୦ ପଇସା ବଢ଼ିଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଦର ଲିଟର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ୯୨ ଟଙ୍କା ୪୮ ପଇସା ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ ପାଖାପାଖି ୮୫ ପଇସା ବଢ଼ିଛି । ଅଶୌଧିତ ତୈଳଦର ବଢ଼ିବା ପରେ ଡିଜେଲ୍ ମୂଲ୍ୟ ବୃଦ୍ଧି କରିଛନ୍ତି ତୈଳ ମାର୍କେଟିଂ କରୁଥିବା ବିଭିନ୍ନ କମ୍ପାନୀ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ୟୁକ୍ରେନ୍ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର ୪୦ ପ୍ରତିଶତ ଯାଏ ବୃଦ୍ଧି ପାଇଛି । ଅନ୍ଯପଟେ ଆମ ଦେଶରେ ୨୦୨୧ ନଭେମ୍ବର ୪ରୁ ପେଟ୍ରୋଲ ଓ ଡିଜେଲ୍ ଦାମ ଅପରିବର୍ତ୍ତିତ ରହିଛି । ୟୁକ୍ରେନ ଉପରେ ରୁଷ ଆକ୍ରମଣ ଯୋଗୁଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୪୦ ଡଲାର ଅତିକ୍ରମ କରିବା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦାମ୍ ବଢ଼ାଇନଥି‌ଲେ। ‌ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ। ଏପରିକି ନିର୍ବାଚନ ଫଳ ଚଳିତମାସ ୧୦ ତାରିଖରେ ପ୍ରକାଶ ପାଇବା ପରେ ବି ଦରକୁ ଆଜି ପର୍ଯ୍ୟନ୍ତ ସଂଶୋଧନ କରାଯାଇ ନଥିଲା। ଗତକାଲି ହଠାତ୍ ତେଲ କଂପାନିଗୁଡ଼ିକ ବଡ଼ ଗ୍ରାହକ ଯେଭଳିକି ସପିଙ୍ଗ ମଲ୍, ରେଳବାଇ, ପରିବହନକାରୀ ସଂସ୍ଥା ଆଦି କିଣୁଥିବା ଡିଜେଲ୍‌ର ମୂଲ୍ୟରେ ଏକସଙ୍ଗେ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

22 Mar 2022 By The Sakala

ମହଙ୍ଗା ଛାଟ; କିଛିଦିନର ବ୍ୟବଧାନରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ । ୧୩୭ ଦିନ ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲ ଲିଟର ପିଛା ସର୍ବଭାରତୀୟ ସ୍ତରରେ ୮୦ ପଇସା ବଢ଼ିଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଦର ଲିଟର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ୯୨ ଟଙ୍କା ୪୮ ପଇସା ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ ପାଖାପାଖି ୮୫ ପଇସା ବଢ଼ିଛି । ଅଶୌଧିତ ତୈଳଦର ବଢ଼ିବା ପରେ ଡିଜେଲ୍ ମୂଲ୍ୟ ବୃଦ୍ଧି କରିଛନ୍ତି ତୈଳ ମାର୍କେଟିଂ କରୁଥିବା ବିଭିନ୍ନ କମ୍ପାନୀ ।

ୟୁକ୍ରେନ୍ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର ୪୦ ପ୍ରତିଶତ ଯାଏ ବୃଦ୍ଧି ପାଇଛି । ଅନ୍ଯପଟେ ଆମ ଦେଶରେ ୨୦୨୧ ନଭେମ୍ବର ୪ରୁ ପେଟ୍ରୋଲ ଓ ଡିଜେଲ୍ ଦାମ ଅପରିବର୍ତ୍ତିତ ରହିଛି । ୟୁକ୍ରେନ ଉପରେ ରୁଷ ଆକ୍ରମଣ ଯୋଗୁଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୪୦ ଡଲାର ଅତିକ୍ରମ କରିବା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦାମ୍ ବଢ଼ାଇନଥି‌ଲେ। ‌ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ। ଏପରିକି ନିର୍ବାଚନ ଫଳ ଚଳିତମାସ ୧୦ ତାରିଖରେ ପ୍ରକାଶ ପାଇବା ପରେ ବି ଦରକୁ ଆଜି ପର୍ଯ୍ୟନ୍ତ ସଂଶୋଧନ କରାଯାଇ ନଥିଲା। ଗତକାଲି ହଠାତ୍ ତେଲ କଂପାନିଗୁଡ଼ିକ ବଡ଼ ଗ୍ରାହକ ଯେଭଳିକି ସପିଙ୍ଗ ମଲ୍, ରେଳବାଇ, ପରିବହନକାରୀ ସଂସ୍ଥା ଆଦି କିଣୁଥିବା ଡିଜେଲ୍‌ର ମୂଲ୍ୟରେ ଏକସଙ୍ଗେ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର