ମହାରାଷ୍ଟ୍ରର ବାରାମତୀରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନିଂ ବିମାନ, ସୁରକ୍ଷିତ ଅଛନ୍ତି ପାଇଲଟ୍

Suryakanta Picture
Published On

ମହାରାଷ୍ଟ୍ରର ବାରାମତୀ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣା ଘଟିଛି। ବୁଧବାର ସକାଳେ ଏକ ଦୁଇ ସିଟ୍ ବିଶିଷ୍ଟ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିମାନଟି ରେଡବର୍ଡ ଏଭିଏସନ୍ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ ବିମାନରେ ଥିବା ଟ୍ରେନି ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

କେମିତି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ତାଲିମ ଉଡ଼ାଣ ସମୟରେ ବିମାନଟିରେ ହଠାତ୍ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାଫଳରେ ବିମାନଟି ନିୟନ୍ତ୍ରଣ ହରାଇ ବାରାମତୀର ଗୋଜୁବାଭି ଗ୍ରାମ ନିକଟରେ କଚାଡ଼ି ହୋଇପଡ଼ିଥିଲା। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଆସିବାରେ ସଫଳ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ପୂର୍ବରୁ ମଧ୍ୟ ଘଟିଛି ବଡ଼ ଦୁର୍ଘଟଣା

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ବାରାମତୀରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଥିଲା। ଜାନୁଆରୀ ୨୮, ୨୦୨୬ ରେ ଘଟିଥିବା ସେହି ଘଟଣାରେ ମହାରାଷ୍ଟ୍ରର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବଡ଼ ଦୁର୍ଘଟଣାର କିଛି ମାସ ପରେ ପୁଣି ଏକ ଟ୍ରେନିଂ ବିମାନ କୋସଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବାରାମତୀ ଏୟାରଷ୍ଟ୍ରିପ୍‌ର ସୁରକ୍ଷା ବ୍ୟବସ୍ଥା ଏବଂ ନିୟନ୍ତ୍ରଣ ପ୍ରଣାଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

13 May 2026 By Suryakanta

ମହାରାଷ୍ଟ୍ରର ବାରାମତୀରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନିଂ ବିମାନ, ସୁରକ୍ଷିତ ଅଛନ୍ତି ପାଇଲଟ୍

ମହାରାଷ୍ଟ୍ରର ବାରାମତୀ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣା ଘଟିଛି। ବୁଧବାର ସକାଳେ ଏକ ଦୁଇ ସିଟ୍ ବିଶିଷ୍ଟ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିମାନଟି ରେଡବର୍ଡ ଏଭିଏସନ୍ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ ବିମାନରେ ଥିବା ଟ୍ରେନି ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

କେମିତି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ତାଲିମ ଉଡ଼ାଣ ସମୟରେ ବିମାନଟିରେ ହଠାତ୍ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାଫଳରେ ବିମାନଟି ନିୟନ୍ତ୍ରଣ ହରାଇ ବାରାମତୀର ଗୋଜୁବାଭି ଗ୍ରାମ ନିକଟରେ କଚାଡ଼ି ହୋଇପଡ଼ିଥିଲା। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଆସିବାରେ ସଫଳ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ ଜାରି ରହିଛି।

ପୂର୍ବରୁ ମଧ୍ୟ ଘଟିଛି ବଡ଼ ଦୁର୍ଘଟଣା

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ବାରାମତୀରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଥିଲା। ଜାନୁଆରୀ ୨୮, ୨୦୨୬ ରେ ଘଟିଥିବା ସେହି ଘଟଣାରେ ମହାରାଷ୍ଟ୍ରର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବଡ଼ ଦୁର୍ଘଟଣାର କିଛି ମାସ ପରେ ପୁଣି ଏକ ଟ୍ରେନିଂ ବିମାନ କୋସଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବାରାମତୀ ଏୟାରଷ୍ଟ୍ରିପ୍‌ର ସୁରକ୍ଷା ବ୍ୟବସ୍ଥା ଏବଂ ନିୟନ୍ତ୍ରଣ ପ୍ରଣାଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର