ଝାଡ଼ଖଣ୍ଡ ଏୟାର ଆମ୍ବୁଲାନ୍ସ କ୍ରାସ୍‌: ଦୁର୍ଘଟଣାଗ୍ରସ୍ତ ବିମାନରେ ନଥିଲା ବ୍ଲାକ ବକ୍ସ !

Madhusudan Das Picture
Published On

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରେ ହୋଇଥିବା ଭୟାବହ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାର ରହସ୍ୟ ଆହୁରି ଜଟିଳ ହେବାରେ ଲାଗିଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ତେବେ ବର୍ତ୍ତମାନର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନରେ କୌଣସି ‘ବ୍ଲାକ୍ ବକ୍ସ’ ବା କକପିଟ୍ ଭଏସ୍ ରେକର୍ଡର (CVR) ଏବଂ ଫ୍ଲାଇଟ୍ ଡାଟା ରେକର୍ଡର (FDR) ନଥିଲା। ଏହା ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପ୍ରକ୍ରିୟାକୁ କଷ୍ଟସାଧ୍ୟ କରିପାରେ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ବ୍ଲାକ୍ ବକ୍ସ ନଥିବାରୁ ବିମାନର ଶେଷ ମୁହୂର୍ତ୍ତରେ କ’ଣ ଘଟିଥିଲା, ତାହା ଜାଣିବା ଏବେ କଷ୍ଟକର ହେବ। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB)କୁ ବର୍ତ୍ତମାନ କେବଳ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସହ ହୋଇଥିବା ଶେଷ କଥାବାର୍ତ୍ତା ଏବଂ ଘଟଣାସ୍ଥଳରୁ ମିଳିଥିବା ଭଗ୍ନାବଶେଷ ଉପରେ ନିର୍ଭର କରିବାକୁ ପଡିବ।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

ସୂଚନାଯୋଗ୍ୟ ଯେ, ଏହି ବିମାନଟି ଫେବୃଆରୀ ୨୩ ତାରିଖ ସନ୍ଧ୍ୟା ୭:୧୧ ମିନିଟରେ ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଉଡାଣର ମାତ୍ର ୨୩ ମିନିଟ୍ ପରେ ପାଗ ଖରାପ ଥିବା ଦର୍ଶାଇ ପାଇଲଟ୍ ରୁଟ୍ ବଦଳାଇବାକୁ ଅନୁରୋଧ କରିଥିଲେ ଏବଂ ଏହା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ନେଇ ଆମେରିକାର ସ୍ୱୀକାରୋକ୍ତି: ପ୍ରଥମ ଥର ପାଇଁ ଖୋଲାଖୋଲି ଘୋଷଣା କଲା ୟୁଏସ୍ ସ୍ପେସ୍ ଫୋର୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର