ଭାରତରେ ଉଡ଼ିବ ଆଉ ୩ ନୂଆ ଏୟାରଲାଇନ୍ସ, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶରେ ଉଡ଼ିବ ଆଉ ୩ ନୂଆ ଏୟାରଲାଇନ୍ସ । ଦେଶର ବୃହତ୍ତମ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋରେ ଦେଖାଦେଇଥିବା ଗୁରୁତର ସଙ୍କଟ ପରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ଆକାଶରେ ଉଡ଼ାଣ ଭରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତିନୋଟି ନୂତନ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଶଙ୍ଖ ଏୟାର, ଅଲ୍ ହିନ୍ଦ୍ ଏୟାର ଓ ଏବଂ ଫ୍ଲାଏ ଏକ୍ସପ୍ରେସକୁ ଅନୁମତି ମିଳିଛି । ଏହି ପଦକ୍ଷେପ ଦ୍ୱାରା ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବଢିବା ସହ ବଜାରରେ ଏକାଧିପତ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ନୂତନ ଏୟାରଲାଇନ୍ସଗୁଡ଼ିକ ବଜାରକୁ ଆସିବା ପରେ ପ୍ରତିଯୋଗିତା ବୃଦ୍ଧି ପାଇବ ଏବଂ ଯାତ୍ରୀମାନେ ଉନ୍ନତ ସେବା ପାଇପାରିବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ, ଅଲ୍ ହିନ୍ଦ ଏୟାର (Al Hind Air) ଏବଂ ଫ୍ଲାଏ ଏକ୍ସପ୍ରେସ (FlyExpress) କୁ ଉଡ଼ାଣ ଆରମ୍ଭ କରିବା ପାଇଁ ଏନଓସି ପ୍ରମାଣପତ୍ର (NOC) ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଉତ୍ତରପ୍ରଦେଶ ଭିତ୍ତିକ ଶଙ୍ଖ ଏୟାର (Shankh Air) ପୂର୍ବରୁ ଏନଓସି ପାଇସାରିଛି ଏବଂ ୨୦୨୬ ମସିହାରେ ଏହାର ସେବା ଆରମ୍ଭ କରିବାକୁ ଯାଉଛି। ମନ୍ତ୍ରୀ କହିଛନ୍ତି ଯେ, ଉଡାନ୍ (UDAN) ଯୋଜନା ମାଧ୍ୟମରେ ଷ୍ଟାର ଏୟାର ଏବଂ ଫ୍ଲାଏ-୯୧ ଭଳି ଛୋଟ କମ୍ପାନୀଗୁଡ଼ିକ ଆଞ୍ଚଳିକ ଯୋଗାଯୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର