ଜିନ୍‌ପିଙ୍ଗ ଜଣେ ଏକଛତ୍ରବାଦୀ ଶାସକ: ବାଇଡେନ୍‌

The Sakala Picture
Published On

କାଲିଫର୍ଣ୍ଣିଆ: ବିଶ୍ବର ଦୁଇ ମହାଶକ୍ତି ଆମେରିକା ଏବଂ ଚୀନ୍‌ର ରାଷ୍ଟ୍ରମୁଖ୍ୟ ଭାବେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକକୁ ନେଇ ବିଭିନ୍ନ ସ୍ତରରେ ଉତ୍ସାହ ଦେଖାଯାଇଥିଲା। ବ୍ୟବସାୟିକ ଏବଂ ରାଜନୀତିକ କାରଣକୁ ନେଇ ବିଗତ କିଛି ବର୍ଷ ହେଲେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ବିବାଦ ଲାଗି ରହି ଆସିଥିଲା ବେଳେ ଉଭୟ ନେତା ପ୍ରାୟ ବର୍ଷକ ପରେ ଏକାଠି ହୋଇଥିଲେ। ଆମେରିକା ଏବଂ ଚୀନ୍‌ ମଧ୍ୟରେ ସବୁ ସ୍ତରରେ ସମ୍ପର୍କ ସ୍ବାଭାବିକ ହେଲେ […]

କାଲିଫର୍ଣ୍ଣିଆ: ବିଶ୍ବର ଦୁଇ ମହାଶକ୍ତି ଆମେରିକା ଏବଂ ଚୀନ୍‌ର ରାଷ୍ଟ୍ରମୁଖ୍ୟ ଭାବେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକକୁ ନେଇ ବିଭିନ୍ନ ସ୍ତରରେ ଉତ୍ସାହ ଦେଖାଯାଇଥିଲା। ବ୍ୟବସାୟିକ ଏବଂ ରାଜନୀତିକ କାରଣକୁ ନେଇ ବିଗତ କିଛି ବର୍ଷ ହେଲେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ବିବାଦ ଲାଗି ରହି ଆସିଥିଲା ବେଳେ ଉଭୟ ନେତା ପ୍ରାୟ ବର୍ଷକ ପରେ ଏକାଠି ହୋଇଥିଲେ। ଆମେରିକା ଏବଂ ଚୀନ୍‌ ମଧ୍ୟରେ ସବୁ ସ୍ତରରେ ସମ୍ପର୍କ ସ୍ବାଭାବିକ ହେଲେ ବିଶ୍ବସ୍ତରରେ ଅନେକ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଉଭୟଙ୍କ ମଧ୍ୟରେ ଗୁରୁବାର ଶେଷ ହୋଇଥିବା ବୈଠକରେ ସେଭଳି କିଛି ଦେଖାଯାଇ ନାହିଁ। ବରଂ ରାଷ୍ଟ୍ରପତି ବାଇଡେନ ଜିନ୍‌ପିଙ୍ଗଙ୍କ ଉଦ୍ଦେଶ୍ୟରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ତିକ୍ତ କରିପାରେ ବୋଲି ଆଶଙ୍କା ଉପୁଜିଛି। ଗୁରୁବାର କାଲିଫର୍ଣ୍ଣିଆରେ ଉଭୟ ନେତା ଏକାଠି ହେବା ସହିତ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ସେମାନେ ବଗିଚାରେ ଖୁସିରେ ବୁଲିବା ସହିତ ସେମାନଙ୍କ ପାଇଁ ଆୟୋଜିତ ଭବ୍ୟ ନୈଶ୍ୟ ଭୋଜିରେ ଅନ୍ୟ ବହୁ ସମ୍ମାନିତ ଅତିଥିଙ୍କ ମଧ୍ୟରେ ରାତ୍ର ଭୋଜନ କରିଥିଲେ।

ଆହୁରି ପଢ଼ନ୍ତୁ: ନୋଏଡାରେ ବଡ଼ ଅଘଟଣ: ବିବାହ ପାଇଁ ଜିଦ୍ ଧରିଥିଲେ ପ୍ରେମିକା, ମନା କରିବାରୁ ଭାଇ ସହ ମିଶି କଲେ ହତ୍ୟା

କିନ୍ତୁ ଏହା ପରେ ପରେ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ବାଇଡେନ ଯାହା କହିଥିଲେ ତାହା ସବୁ ମହଲକୁ ବିସ୍ମିତ କରିଦେଇଥିଲା। ସାମ୍ବାଦିକମାନଙ୍କ ପ୍ରଶ୍ନରେ ପ୍ରଥମେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସକାରାତ୍ମକ ରହିବା ସହିତ ସାର୍ଥକପୂର୍ଣ୍ଣ ଆଲୋଚନା ହୋଇଥିବା ବାଇଡେନ କହିଥିଲେ। କିନ୍ତୁ ପରେ ପରେ ଜିନପିଙ୍ଗ ଜଣେ ଏକଛତ୍ରବାଦୀ ଶାସକ ବୋଲି ବାଇଡେନ କହିଥିଲେ। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଜିନପିଙ୍ଗ ହେଉଛନ୍ତି ଏକ କମ୍ୟୁନିଷ୍ଟ ଚିନ୍ତାଧାରାର ନେତା। ତାଙ୍କ ଦେଶ କମ୍ୟୁନିଷ୍ଟ ଚିନ୍ତାଧାରାରେ ପରିଚାଳିତ। ଏହାକୁ ନେଇ ଆମେରିକା ସରକାର ଏବଂ ଚୀନ ସରକାର ମଧ୍ୟରେ ଅନେକ ତଫାତ୍‌ ରହିଛି। ତେଣୁ ମୁଁ ଖୋଲାଖୋଲି ଭାବେ ଜିନପିଙ୍ଗଙ୍କୁ ଜଣେ ଏକଛତ୍ରବାଦୀ ଶାସକ କହୁଛି ବୋଲି ବାଇଡେନ କହିଥିଲେ। ଏହାବ୍ୟତୀତ ଚୀନ୍‌ ଏବଂ ଆମେରିକା ମଧ୍ୟରେ ବିବାଦ ରହିଥିଲେ ହେଁ ଏହା ପ୍ରତିଦ୍ବନ୍ଦ୍ବିତାର ରୂପ ନ ନେବା ଉଚିତ ବୋଲି ବାଇଡେନ କହିଥିଲେ। ଦୁଇ ଦେଶ ମଧ୍ୟରେ ରହିଥିବା ମତ ପାର୍ଥକ୍ୟ ସବୁବେଳେ ସମାଧାନପୂର୍ବକ ରହିବା ସହ ସମ୍ପର୍କ ଯେଭଳି ଖରାପ ନ ହୁଏ ଏଥିପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଥିବା କହିଥିଲେ। ଏହାସହିତ ଇସ୍ରାଏଲର ସାଂପ୍ରତିକ ସ୍ଥିତି ଏବଂ ତାଇୱାନକୁ ନେଇ ମଧ୍ୟ ଆମେରିକାର ଆଭିମୁଖ୍ୟ ସମ୍ପର୍କରେ ବାଇଡେନ ସ୍ପଷ୍ଟ କରିଥିଲେ। ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାଖିକ ସମ୍ପର୍କ ସହ ଆଞ୍ଚଳିକ ଓ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ଇରାନ, ମଧ୍ୟପ୍ରାଚ୍ୟ, ୟୁକ୍ରେନ୍, ତାଇୱାନ, ଭାରତ ପ୍ରଶାନ୍ତ ମହାସାଗର କ୍ଷେତ୍ର , ଅର୍ଥନୀତି, ପ୍ରତିରକ୍ଷା, ଡ୍ରଗ୍ସ, ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା ହୋଇଥିଲା। ତେବେ ଜିନପିଙ୍ଗଙ୍କ ପ୍ରତି ବାଇଡେନଙ୍କ ଏହି ଟିପ୍ପଣୀ ଏବେ ବୈଶ୍ବିକ ରାଜନୀତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

17 Nov 2023 By The Sakala

https://www.thesakala.in/national-international/biden-says-he-still-believes-xi-jinping-is-a-dictator/article-27364
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର