କରୋନାର ଉତ୍ପତି ସ୍ଥଳ ନେଇ ଆମେରିକାର ତଦନ୍ତ ଆରମ୍ଭ, ୯୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଲେ ବାଇଡେନ

The Sakala Picture
Published On

ୱାଶିଂଟନ: କରୋନା ମହାମାରୀ ସାରା ଦେଶରେ ତାର ପ୍ରକୋପ ଦେଖାଇଛି। ପୂର୍ବରୁ କରୋନା ଭୂତାଣୁ ପାଇଁ ଆମେରିକା ଚୀନକୁ ଦାୟୀ କରିଥିଲେ ମଧ୍ୟ ଚୀନ ବିରୁଦ୍ଧରେ ପ୍ରମାଣ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ଭାଇରସର ଉତ୍ପତି ସ୍ଥଳକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ସେଭଳି କିଛି ପ୍ରମାଣ ପାଇ ପାରି ନାହିଁ।  ଏହାରି ମଧ୍ୟରେ କରୋନା ମହମାରୀ ଉତ୍ପତି ସ୍ଥଳ ନେଇ ଆମେରିକା ତଦନ୍ତ ଆରମ୍ଭ କରିଛି । ରାଷ୍ଟ୍ରପତି ଜୋ ବାଇଡେନ ୯୦ ଦିନ ମଧ୍ୟରେ […]

ୱାଶିଂଟନ: କରୋନା ମହାମାରୀ ସାରା ଦେଶରେ ତାର ପ୍ରକୋପ ଦେଖାଇଛି। ପୂର୍ବରୁ କରୋନା ଭୂତାଣୁ ପାଇଁ ଆମେରିକା ଚୀନକୁ ଦାୟୀ କରିଥିଲେ ମଧ୍ୟ ଚୀନ ବିରୁଦ୍ଧରେ ପ୍ରମାଣ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ଭାଇରସର ଉତ୍ପତି ସ୍ଥଳକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ସେଭଳି କିଛି ପ୍ରମାଣ ପାଇ ପାରି ନାହିଁ।  ଏହାରି ମଧ୍ୟରେ କରୋନା ମହମାରୀ ଉତ୍ପତି ସ୍ଥଳ ନେଇ ଆମେରିକା ତଦନ୍ତ ଆରମ୍ଭ କରିଛି । ରାଷ୍ଟ୍ରପତି ଜୋ ବାଇଡେନ ୯୦ ଦିନ ମଧ୍ୟରେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ଚୀନର ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି । ଚୀନର ଉହାନରୁ କରୋନା ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି । ଚୀନ ଏଥିରେ ସହଯୋଗ କରୁ ବୋଲି ବାଇଡେନ କହିଛନ୍ତି । କରୋନା ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର ୩ ଗବେଷକ ଏଥିରେ ସଂକ୍ରମିତ ହୋଇଥିଲେ । ବର୍ତମାନ ଆମେରିକା ଗୋଇନ୍ଦା ବିଭାଗର ରିପୋର୍ଟ ଉପରେ ସମଗ୍ର ଦେଶର ନଜର ରହିବ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର