ଚୀନରେ ସି ଜିନପିଙ୍ଗଙ୍କ ଦବଦବା ଜାରି; ଲଗାତାର ତୃତୀୟ ଥର ପାଇଁ କମ୍ୟୁନିଷ୍ଟ୍‌ ପାର୍ଟିର ସାଧାରଣ ସମ୍ପାଦକ ଭାବେ ହେଲେ ପୁନଃ ନିର୍ବାଚିତ

The Sakala Picture
Published On

ନୂଆଦିଲ୍ଲୀ: ଚୀନ୍‌ରେ ଲଗାତାର ତୃତୀୟ ଥର ପାଇଁ ଆରମ୍ଭ ହେଲା ସି ଜିନ୍‌ପିଙ୍ଗ ଯୁଗ । ଚୀନରେ ଜିନପିଙ୍ଗଙ୍କ ଆଧିପତ୍ୟ ଜାରି ରହିବା ସହିତ ତୃତୀୟ ଥର ପାଇଁ ସମ୍ଭାଳିବେ ଦେଶର ଶାସନ କ୍ଷମତା । ଦଳର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗଙ୍କ ପରେ ପ୍ରଥମ ନେତା ଭାବେ ତୃତୀୟ ଥର ଦେଶର ସର୍ବୋଚ୍ଚ ପଦବୀରେ ରହିବେ ଜିନ୍ପିଙ୍ଗ। ଏକସପ୍ତାହ ବ୍ୟାପୀ ସିପିସିର ମହାସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଶେଷ ଅଧିକାର ପ୍ରଦାନ କରିଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତୃତୀୟ […]

ନୂଆଦିଲ୍ଲୀ: ଚୀନ୍‌ରେ ଲଗାତାର ତୃତୀୟ ଥର ପାଇଁ ଆରମ୍ଭ ହେଲା ସି ଜିନ୍‌ପିଙ୍ଗ ଯୁଗ । ଚୀନରେ ଜିନପିଙ୍ଗଙ୍କ ଆଧିପତ୍ୟ ଜାରି ରହିବା ସହିତ ତୃତୀୟ ଥର ପାଇଁ ସମ୍ଭାଳିବେ ଦେଶର ଶାସନ କ୍ଷମତା । ଦଳର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗଙ୍କ ପରେ ପ୍ରଥମ ନେତା ଭାବେ ତୃତୀୟ ଥର ଦେଶର ସର୍ବୋଚ୍ଚ ପଦବୀରେ ରହିବେ ଜିନ୍ପିଙ୍ଗ। ଏକସପ୍ତାହ ବ୍ୟାପୀ ସିପିସିର ମହାସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଶେଷ ଅଧିକାର ପ୍ରଦାନ କରିଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତୃତୀୟ ଥର ପାଇଁ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ।

ଆହୁରି ପଢ଼ନ୍ତୁ: 'ଆତଙ୍କବାଦୀ ଦେଶ ପଚାରୁଛି ପ୍ରଶ୍ନ...': ଜାତିସଂଘରେ ପାକିସ୍ତାନୀ ସାମ୍ବାଦିକଙ୍କୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ କଡ଼ା ଜବାବ

ଜିନ୍‌ପିଙ୍ଗ କହିଛନ୍ତି, ଦଳର ସାମଗ୍ରିକ ନେତୃତ୍ୱକୁ ବଜାୟ ରଖିବା ଓ ସୁଦୃଢ଼ କରିବାର ଆବଶ୍ୟକତା ଅଛି। ସଂଗ୍ରାମ କରିବାର ଦୁଃସାହସ କର, ଜିଣିବାକୁ ଦୁଃସାହସ କର। ଅପ୍ରୀତିକର ବିଷୟ ଚିନ୍ତା ନ କରି କଠିନ ଶ୍ରମ କର। ଅଗ୍ରଗତି ବଜାୟ ରଖିବାକୁ ପ୍ରତିବଦ୍ଧ ହୁଅ।

ଆହୁରି ପଢ଼ନ୍ତୁ: ଜାତିସଂଘର 'କାର୍ବନ ଟ୍ୟାକ୍ସ' ବନ୍ଦ କରିବା ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ଗର୍ବ: ଜାଣନ୍ତୁ କ'ଣ ଥିଲା ସିପିଂ ଇଣ୍ଡଷ୍ଟ୍ରି ପାଇଁ ଆଇଏମଓ(IMO)ର ଯୋଜନା

ଅନ୍ୟପଟେ ଚୀନରେ କମ୍ୟୁନିଷ୍ଟ ପାର୍ଟି ମହାସମ୍ମିଳନୀରେ ମହାଡ୍ରାମା ଦେଖାଯାଇଛି । ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓଙ୍କୁ ଜବରଦସ୍ତ ବୈଠକରୁ ବାହାର କରିଦେଇଛନ୍ତି ସୁରକ୍ଷା କର୍ମୀ। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପସ୍ଥିତିରେ ଏହି ଅପ୍ରୀତିକର ଘଟଣା ଘଟିଛି। ସି ଜିନପିଙ୍ଗ ବାମ ପଟରେ ହୁ ଜିଣ୍ଟାଓ ବସିଥିବା ବେଳେ ସେଠାକୁ ଆସିଥିଲେ ସୁରକ୍ଷାକର୍ମୀ। ଏହା ପରେ ସୁରକ୍ଷାକର୍ମୀ ତାଙ୍କ ହାତ ଧରି ହଲ ବାହାରକୁ ନେଇଯାଇଥିଲେ।

ଆହୁରି ପଢ଼ନ୍ତୁ: ୧୭ ମାସ ପରେ ବି ସିନ୍ଧୁ ଜଳ ଚୁକ୍ତିର ସ୍ଥିତାବସ୍ଥା: ପଶ୍ଚିମ ନଦୀରୁ ଜଳ ବ୍ୟବହାର ବଢ଼ାଇ ପାରିନାହିଁ ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର