ଘନଉଛି ବିଶ୍ବଯୁଦ୍ଧ ଆଶଙ୍କା: ହମାସ୍‌ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ଇସ୍ରାଏଲ, ଖୁବଶୀଘ୍ର ଆରମ୍ଭ କରିବ ଗ୍ରାଉଣ୍ଡ ଅପରେସନ

The Sakala Picture
Published On

ତେଲ୍‌ ଆଭିଭ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଲାଗି ରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହମାସ୍‌ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗାଜାପଟି ପାଇଁ ପ୍ରଳୟର ଘଣ୍ଟି ବାଜିଛି। କିନ୍ତୁ ଏଭଳି ସ୍ଥିତି ତୃତୀୟ ବିଶ୍ବଯୁଦ୍ଧ ପାଇଁ ଆଶଙ୍କା ବଢାଇଛି। କାରଣ ଇସ୍ରାଏଲକୁ ସମର୍ଥନ କରି ଆମେରିକା ସମେତ ଅନ୍ୟ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଏକାଠି ହେବାରେ […]

ତେଲ୍‌ ଆଭିଭ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଲାଗି ରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହମାସ୍‌ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗାଜାପଟି ପାଇଁ ପ୍ରଳୟର ଘଣ୍ଟି ବାଜିଛି। କିନ୍ତୁ ଏଭଳି ସ୍ଥିତି ତୃତୀୟ ବିଶ୍ବଯୁଦ୍ଧ ପାଇଁ ଆଶଙ୍କା ବଢାଇଛି। କାରଣ ଇସ୍ରାଏଲକୁ ସମର୍ଥନ କରି ଆମେରିକା ସମେତ ଅନ୍ୟ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଏକାଠି ହେବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ପାଲେଷ୍ଟାଇନ୍‌ ସମର୍ଥନରେ ଅନେକ ଇସ୍‌ଲାମିକ୍‌ ରାଷ୍ଟ୍ର ମଧ୍ୟ ମେଳି କରିବା ଆରମ୍ଭ କରିଛନ୍ତି। ପରସ୍ପର ବିରୋଧୀ ରାଷ୍ଟ୍ର ଏକାଠି ହେବାକୁ ଲାଗିଥିବାରୁ ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧକ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ବଢ଼ୁଛି। ଇସଲାମିକ୍‌ ରାଷ୍ଟ୍ର ସମୂହଙ୍କ ମୁଖିଆ ସାଉଦି ଆରବ ଆସନ୍ତା ବୁଧବାର ଜରୁରୀ ବୈଠକ ଡକାଇଥିଲା ବେଳେ ଏହି ବୈଠକରେ ଇସ୍ରାଏଲ ବିରୋଧରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଇରାନ ସମେତ ସିରିଆ, ଜୋର୍ଡାନ, ଇରାକ ଏବଂ ଲେବାନନ ଭଳି ବହୁ ଇସଲାମିକ୍‌ ରାଷ୍ଟ୍ରମାନଙ୍କ ପକ୍ଷରୁ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ରୁଷ ଏବଂ ଚୀନ ଭଳି ବିଶ୍ବର ଅନ୍ୟ ଦୁଇ ମହାଶକ୍ତି ମଧ୍ୟ ଇସ୍ରାଏଲ ବିରୋଧୀ ମେଣ୍ଟରେ ସାମିଲ ହେବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଏଭଳି ସ୍ଥତି ତୃତୀୟ ବିଶ୍ବଯୁଦ୍ଧ ପାଇଁ କାରଣ ହେବାର ଆଶଙ୍କା ବଢାଇଛି ବୋଲି ବିଶେଷଜ୍ଞ ମହଲ ଚିନ୍ତାପ୍ରକଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଉଲ୍ଲେଖଯୋଗ୍ୟ ଯେ, ଗାଜାପଟିରେ ରହିଥିବା ହମାସ୍‌ର ସମସ୍ତ ଆଡ୍ଡାସ୍ଥଳକୁ ଧ୍ବଂସ କରିବା ଲକ୍ଷ୍ୟରେ ବର୍ତ୍ତମାନ ଗାଜା ସୀମାରେ ଶହ ଶହ ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ସହ ଇସ୍ରାଏଲ ସେନା ପ୍ରସ୍ତୁତ ରହିଛି। କେବଳ ଆକ୍ରମଣ ପାଇଁ ସବୁଜ ସଙ୍କେତକୁ ଅପେକ୍ଷା ରହିଛି। ନିର୍ଦ୍ଦେଶ ପାଇବା କ୍ଷଣି ଇସ୍ରାଏଲ ସେନା ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ। ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ଉତ୍ତର ଗାଜା ଅଞ୍ଚଳରେ ବସବାସ କରୁଥିବା ସାଧାରଣ ନାଗରିକମାନଙ୍କୁ ନିଜ ସ୍ଥାନ ଛାଡି ଚାଲିଯିବାକୁ ମାତ୍ର ୨୪ ଘଣ୍ଟା ସମୟ ଦେଇଥିଲା। କିନ୍ତୁ ଏହି ଅବଧି ଶେଷ ହୋଇଥିବାରୁ ବର୍ତ୍ତମାନ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ। ଯାହାକି ଗାଜାପଟି ପାଇଁ ରବିବାର ରାତି ପ୍ରଳୟର ମୁହୂର୍ତ୍ତ ହେବାକୁ ଯାଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ଗାଜାପଟିର ମୋଟ ଜନସଂଖ୍ୟା ପ୍ରାୟ ୨୨ ଲକ୍ଷ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରୁ ୫ ଲକ୍ଷରୁ ଅଧିକ ଲୋକ ନିଜ ବାସସ୍ଥାନ ଛାଡି ଦକ୍ଷିଣ ଗାଜା ମୁହାଁ ହୋଇଛନ୍ତି। ଏହାବ୍ୟତୀତ ବହୁ ସଂଖ୍ୟକ ଲୋକ ଗାଜା-ଇଜିପ୍ଟ ସମୀରେ ରହିଥିବା ଶରଣାର୍ଥୀ ଶିବିରରେ ଆଶ୍ରୟ ନେବା ଆରମ୍ଭ କରିଛନ୍ତି। ତେବେ ଅଧିକାଂଶ ଲୋକ ଏବେ ମଧ୍ୟ ନିଜ ସ୍ଥାନ ଛାଡି ନାହାନ୍ତି। ଗୋଟିଏ ପଟେ ଇସ୍ରାଏଲର ନିର୍ଦ୍ଦେଶ ଏବଂ ଅନ୍ୟପଟେ ବାସସ୍ଥାନ ନ ଛାଡିବାକୁ ହମାସ୍‌ର ଆହ୍ବାନ ସାଧାରଣ ନାଗରିକଙ୍କ ଦ୍ବନ୍ଦ୍ବରେ ପକାଇଛି। ତେବେ ନିଜ ପଣରେ ଅଟଳ ରହିଥିବା ଇସ୍ରାଏଲ ସେନା ରବିବାର ରାତିରୁ ଗାଜା ଉପରେ ତୀବ୍ର ଆକ୍ରମଣ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଏହି ଅପରେସନ ବେଳେ ଇସ୍ରାଏଲ ସେନା ପ୍ରତିଟି ସ୍ଥାନରେ ହମାସ୍‌ ଠିକଣାରେ ଆକ୍ରମଣ କରିବାକୁ ଯୋଜନା କରିଥିଲା ବେଳେ ଗାଜା ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯିବାର ଆଶଙ୍କା ବଢିଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

କେବଳ ହମାସ୍‌ ଆତଙ୍କବାଦୀ ନୁହନ୍ତି, ଏହି ଅପରେସନରେ ବହୁ ସଂଖ୍ୟକ ସାଧାରଣ ନାଗରିକ ମଧ୍ୟ ବଳିପଡ଼ବାର ଆଶଙ୍କା ବଢିଛି। ଯାହାକୁ ନେଇ ଜାତିସଂଘ ଠାରୁ ଅନ୍ୟାନ୍ୟ ବହୁ ଇସଲାମିକ୍‌ ରାଷ୍ଟ୍ର ଦୃଢ ବିରୋଧ କରିବା ଆରମ୍ଭ କରିଛନ୍ତି। ଗାଜା ଅଞ୍ଚଳରେ ଆକ୍ରମଣ ପାଇଁ ଇସ୍ରାଏଲର ଯେଭଳି ଆଭିମୁଖ୍ୟ ରହିଛି ତାହା ସାରା ବିଶ୍ବସମାଜ ପାଇଁ ମାନବସଙ୍କଟ ପରିସ୍ଥିତି ସୃଷ୍ଟି କରିବ ବୋଲି ଜାତିସଂଘ ଚେତାବନୀ ଦେଇଥିଲେ ହେଁ ଇସ୍ରାଏଲ ଏହାକୁ ଭ୍ରୁକ୍ଷେପ କରି ନାହିଁ। ସେହିପରି ଗାଜା ଅଞ୍ଚଳରୁ ସାଧାରଣ ଲୋକଙ୍କୁ ହଟାଇବା ମୃତ୍ୟୁଦଣ୍ଡ ସହ ସମାନ ବୋଲି ବିଶ୍ବସ୍ବାସ୍ଥ୍ୟ କହିଥିଲା ବେଳେ ଏହାକୁ ମଧ୍ୟ ଇସ୍ରାଏଲ ସେନା କର୍ଣ୍ଣପାତ କରିନାହିଁ। ଅନ୍ୟପକ୍ଷରେ ଇସ୍ରାଏଲକୁ ଖୋଲା ସମର୍ଥନ ଦେଇଥିବା ଆମେରିକା ରବିବାର ଇସ୍ରାଏଲକୁ ଏହାର ଦ୍ବିତୀୟ ଯୁଦ୍ଧ ଜାହାଜ ପଠାଇଛି। ଇସ୍ରାଏଲକୁ ଆମେରିକା ସମେତ ଜି-୭ ଗୋଷ୍ଠୀର ଅନ୍ୟ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ପୂର୍ଣ୍ଣ ସମର୍ଥନ ଦେଇଥିଲା ବେଳେ ଇସ୍ରାଏଲ ବିରୋଧରେ ମଧ୍ୟପ୍ରାଚ୍ୟର ବହୁ ଇସଲାମିକ୍‌ ରାଷ୍ଟ୍ର ମଧ୍ୟ ଏକାଠି ହେବାକୁ ଯାଉଛନ୍ତି। ପୂର୍ବରୁ ଲେବାନନ ଏବଂ ଜୋର୍ଡାନର ବହୁ ଇସଲାମିକ୍‌ କଠୋରପନ୍ଥୀ ସଂଗଠନ ଇସ୍ରାଏଲ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ଘୋଷଣା କରିସାରିଛନ୍ତି। ସେହିପରି ଗାଜାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ କଲେ ସେଥିପାଇଁ ଯେଭଳି ପରିସ୍ଥିତି ଉପୁଜିବ ତାହାକୁ ମୁକାବିଲା କରିବାକୁ ଇସ୍ରାଏଲ ପାଇଁ କେହି ଗ୍ୟାରେଣ୍ଟି ଦେବେ ନାହିଁ ବୋଲି ଇରାନ ଚେତାବନୀ ଦେଇଛି। ଫଳରେ ମଧ୍ୟପ୍ରାଚ୍ୟ ଏବେ ଯୁଦ୍ଧଭୂମିରେ ପରିଣତ ହେବାର ଆଶଙ୍କା ବଢିଛି।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

16 Oct 2023 By The Sakala

https://www.thesakala.in/national-international/israel-will-soon-begin-ground-operations/article-26432
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର