‘ଆଇରନ ଡୋମ୍‌’ କ’ଣ ? ହମାସ ଆତଙ୍କବାଦୀଙ୍କ ରକେଟ୍‌ ଆକ୍ରମଣକୁ କାହିଁକି ପ୍ରତିହତ କରିପାରିଲା ନାହିଁ ଇସ୍ରାଏଲର ଏହି ଡିଫେନ୍ସ ସିଷ୍ଟମ

The Sakala Picture
Published On

ତେଲ୍‌ ଆଭିଭ୍‌(ଏଜେନ୍ସି): ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ୍‌ ଡୋମ’ । ଆକାଶ ମାର୍ଗରୁ ହେଉଥିବା ଆକ୍ରମଣରୁ ବର୍ତ୍ତିବା ଲାଗି ଇସ୍ରାଏଲ ୨୦୧୧ରେ ଆଇରନ ଡୋମ୍‌ ପ୍ରସ୍ତୁତ କରିଥିଲା। ସେତେବେଳେ ଏହାକୁ ବିଶ୍ବର ସବୁଠାରୁ ଭରସା ଯୋଗ୍ୟ ଡିଫେନ୍ସ ସିଷ୍ଟମ ବୋଲି କୁହାଯାଇଥିଲା। ତେବେ ଗତ ଶନିବାର ଦିନ ହମାସ ଆତଙ୍କବାଦୀଙ୍କ ରକେଟ୍‌ ଆକ୍ରମଣକୁ ଏହି ଡିଫେନ୍ସ ସିଷ୍ଟମ ରୋକି ପରି ନ ଥିଲା । ଆତଙ୍କବାଦୀ ସଂଗଠନ ହମାସ ଶନିବାର ସକାଳେ ଇସ୍ରାଏଲରେ ଆକ୍ରମଣ କରି […]

ତେଲ୍‌ ଆଭିଭ୍‌(ଏଜେନ୍ସି): ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ୍‌ ଡୋମ’ । ଆକାଶ ମାର୍ଗରୁ ହେଉଥିବା ଆକ୍ରମଣରୁ ବର୍ତ୍ତିବା ଲାଗି ଇସ୍ରାଏଲ ୨୦୧୧ରେ ଆଇରନ ଡୋମ୍‌ ପ୍ରସ୍ତୁତ କରିଥିଲା। ସେତେବେଳେ ଏହାକୁ ବିଶ୍ବର ସବୁଠାରୁ ଭରସା ଯୋଗ୍ୟ ଡିଫେନ୍ସ ସିଷ୍ଟମ ବୋଲି କୁହାଯାଇଥିଲା। ତେବେ ଗତ ଶନିବାର ଦିନ ହମାସ ଆତଙ୍କବାଦୀଙ୍କ ରକେଟ୍‌ ଆକ୍ରମଣକୁ ଏହି ଡିଫେନ୍ସ ସିଷ୍ଟମ ରୋକି ପରି ନ ଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

ଆତଙ୍କବାଦୀ ସଂଗଠନ ହମାସ ଶନିବାର ସକାଳେ ଇସ୍ରାଏଲରେ ଆକ୍ରମଣ କରି ୨୦ ମିନିଟ୍‌ ମଧ୍ୟରେ ପ୍ରାୟ ୫ ହଜାର ରକେଟ୍‌ ମାଡ଼ କରିଛି। ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ୍‌ ଡୋମ’ ଏହି ଆକ୍ରମଣକୁ ପ୍ରତିହତ କରିପାରି ନାହିଁ। ଗତ ୫ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ଆଇରନ ଡୋମ୍‌ ବିଫଳ ହୋଇଛି। ଚଳିତ ବର୍ଷ ମଇ ୧୦ରେ ଇସ୍ରାଏଲର ଦକ୍ଷିଣ ଅଞ୍ଚଳରେ ହମାସ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ସେ ସମୟରେ ମଧ୍ୟ ଆଇରନ ଡୋମ୍‌ ବିଫଳ ହୋଇଥିଲା। ଏହାର ସଫଳତା ହାର ୯୪ ପ୍ରତିଶତ ଥିବା ଦାବି କରାଯାଇଥିଲା। ମଇ ଆକ୍ରମଣ ପରେ ଯାଞ୍ଚରୁ ଜଣାପଡ଼ିଥିଲା ଯେ ୨୦୧୧ ପରଠାରୁ ଆଇରନ ଡୋମ୍‌ର ହାର୍ଡୱେୟର ଅପ୍‌ଡେଟ୍‌ କରାଯାଇ ନାହିଁ। ମାତ୍ର ସଫ୍ଟୱାର ବାରମ୍ବାର ପରିବର୍ତ୍ତନ କରାଯାଇଥିଲା। ସେତେବେଳେ ଆଇରନ ଡୋମ୍‌ ସଫଳତା ହାର ୬୦ ପ୍ରତିଶତ ଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ଦାବି କରିଥିଲା।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦର 'ଗୋଲ୍ଡେନ ଗଣେଶ': ୨୪ କ୍ୟାରେଟ୍ ସୁନା ଓ ୩.୮ ଲକ୍ଷ ହୀରାରେ ସଜ୍ଜିତ ପ୍ରତିମା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ବ୍ରାକ୍‌ ୟୁନିଭର୍ସିଟିର ସହାୟକ ପ୍ରଫେସର ମାଇକେଲ ଆର୍ମଷ୍ଟ୍ରଙ୍ଗଙ୍କ ସୂଚନା ଅନୁଯାୟୀ କୌଣସି ମିସାଇଲ ସିଷ୍ଟମ ସମ୍ପୂର୍ଣ୍ଣ ଭରସାଯୋଗ୍ୟ ନୁହେଁ। ଏବେ ଆକ୍ରମଣର ପରିଭାଷା ବଦଳି ଗଲାଣି। ସୂଚନାଯୋଗ୍ୟ ଯେ ଇସ୍ରାଏଲ କମ୍ପାନୀ ରାଫେଲ ଆଡଭାନ୍ସ ଡିଫେନ୍ସ ସିଷ୍ଟମ ଏବଂ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରି ଏହି ଆଇରନ ଡୋମ୍‌ ପ୍ରସ୍ତୁତ କରିଛି।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର