ହମାସ୍‌-ଇସ୍ରାଏଲ ଯୁଦ୍ଧକୁ ଡେଇଁବ ଇରାନ : ଆକ୍ରମଣ ବନ୍ଦ ନେଇ ଇସ୍ରାଏଲକୁ ଦେଲା ଚେତାବନୀ, ନେହେଲେ ଭୟଙ୍କର ହେବ ପରିଣାମ…..

The Sakala Picture
Published On

ତେଲ୍‌ ଆଭିଭ୍‌ : ହମାସ୍‌ ବିରୋଧୀ ଲଢେଇକୁ ନେଇ ଇସ୍ରାଏଲୀ ସେନା ଆହୁରି ଆକ୍ରାତ୍ମକ ହୋଇଛି। ଗାଜା ଅଞ୍ଚଳରେ ରହିଥିବା ହମାସ୍‌ର ସମସ୍ତ ଆଡ୍ଡାସ୍ଥଳକୁ ଧ୍ବଂସ କରିବା ଲକ୍ଷ୍ୟରେ ଇସ୍ରାଏଲ ସେନା ଏବେ ରକ୍ତମୁଖା ହୋଇପଡ଼ିଥିଲା ବେଳେ ସେଠାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି। ଇସ୍ରାଏଲ-ଗାଜା ସୀମାରେ ଇସ୍ରାଏଲର ୩୦୦ ଟ୍ୟାଙ୍କ ସମେତ ଶତାଧିକ ଯୁଦ୍ଧ ବିମାନ ଏବଂ ହଜାର ହଜାର ସୈନ୍ୟ ଏକାଠି ହୋଇଛନ୍ତି। ବିଶେଷକରି ଗାଜା ଅଞ୍ଚଳରୁ ଇସ୍ରାଏଲ ଉପରେ ହମାସ୍‌ ଆଡ୍ଡାସ୍ଥଳରୁ ହେଉଥିବା ଆକ୍ରମଣକୁ […]

ତେଲ୍‌ ଆଭିଭ୍‌ : ହମାସ୍‌ ବିରୋଧୀ ଲଢେଇକୁ ନେଇ ଇସ୍ରାଏଲୀ ସେନା ଆହୁରି ଆକ୍ରାତ୍ମକ ହୋଇଛି। ଗାଜା ଅଞ୍ଚଳରେ ରହିଥିବା ହମାସ୍‌ର ସମସ୍ତ ଆଡ୍ଡାସ୍ଥଳକୁ ଧ୍ବଂସ କରିବା ଲକ୍ଷ୍ୟରେ ଇସ୍ରାଏଲ ସେନା ଏବେ ରକ୍ତମୁଖା ହୋଇପଡ଼ିଥିଲା ବେଳେ ସେଠାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି। ଇସ୍ରାଏଲ-ଗାଜା ସୀମାରେ ଇସ୍ରାଏଲର ୩୦୦ ଟ୍ୟାଙ୍କ ସମେତ ଶତାଧିକ ଯୁଦ୍ଧ ବିମାନ ଏବଂ ହଜାର ହଜାର ସୈନ୍ୟ ଏକାଠି ହୋଇଛନ୍ତି। ବିଶେଷକରି ଗାଜା ଅଞ୍ଚଳରୁ ଇସ୍ରାଏଲ ଉପରେ ହମାସ୍‌ ଆଡ୍ଡାସ୍ଥଳରୁ ହେଉଥିବା ଆକ୍ରମଣକୁ ନେଇ ଇସ୍ରାଏଲୀ ସେନା ନିଶାଣ କରିବା ସହିତ ଜୋରଦାର ଆକ୍ରମଣ କରିବା ପୂର୍ବରୁ ତଲାସୀ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର ମିରଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ଅନେକ ହସ୍ପିଟାଲରେ ଭର୍ତ୍ତି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ତେବେ ଏହାରି ମଧ୍ୟରେ ହମାସ୍‌-ଇସ୍ରାଏଲ ଯୁଦ୍ଧକୁ ନେଇ ଇରାନ ଇସ୍ରାଏଲକୁ ଚେତାବନୀ ଦେଇଛି। ଇସ୍ରାଏଲର ଯୁଦ୍ଧ ଅପରାଧ ଯଦି ବନ୍ଦ ନହୁଏ ତେବେ ଏହାର ସୁଦୂରପ୍ରସାରୀ ପରିଣାମ ହେବ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇପାରେ। ଇରାନ କହିଛି ଯେ ଯଦି ଇସ୍ରାଏଲ ହମାସ୍‌ ନିୟନ୍ତ୍ରିତ ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଆକ୍ରମଣ ଜାରିରଖିବ ତେବେ ଇରାନ ଚୁପ୍ ରହିବ ନାହିଁ ଏବଂ ଏହାର ଜବାବ ଦେବ। ଯାହା ଫଳରେ ଏହି ଯୁଦ୍ଧଆଗକୁ ଭୟଙ୍କର ରୂପ ଧାରଣ କରିପାରେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

ଅନ୍ୟପଟେ ଶନିବାରଠୁ ଗାଜାର ଘରେ ଘରେ ଇସ୍ରାଏଲୀ ସେନା ତଲାସୀ ଆରମ୍ଭ କରିଛି। ବିଶେଷକରି ହମାସ କବଜାରେ ରହିଥିବା କିଛି ବିଦେଶୀଙ୍କ ସମେତ ମୋଟ ୧୫୦ ଲୋକଙ୍କୁ ଉଦ୍ଧାର କରିବା ଲାଗି ସେନା ଉଦ୍ୟମ ଆରମ୍ଭ କରିଛି। ଏହିକ୍ରମରେ ଗତ ୨୪ ଘଣ୍ଟାରେ ଇସ୍ରାଏଲୀ ସେନା ଆକ୍ରମଣରେ ଗାଜା ଅଞ୍ଚଳରେ ୧୨୪ ଶିଶୁଙ୍କ ସମେତ ୩୨୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟନୀୟ ନାଗରିକଙ୍କୁ ଉତ୍ତର ଗାଜା ଛାଡି ଚାଲି ଯିବାକୁ ଇସ୍ରାଏଲ ସେନା ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ଏହି ସମୟ ପୂରି ଆସୁଥିଲା ବେଳେ ଆଗକୁ ଇସ୍ରାଏଲ ପକ୍ଷରୁ ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ଦ୍ବାରା ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା ବଢିଛି। ତେବେ ଏହି ଲଢେଇରେ ପାଲେଷ୍ଟାଇନର ବିଜୟ ସୁନିଶ୍ଚିତ ବୋଲି କହି ଗାଜା ଅଞ୍ଚଳ ନ ଛାଡିବାକୁ ହମାସ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦିଆଯାଇଛି। ଅପରପକ୍ଷରେ ହମାସ୍‌କୁ ନିଶେଷ କରିବା ଲାଗି ପଣ କରିଥିବା ଇସ୍ରାଏଲ କୌଣସି ସ୍ଥିତିରେ ବୁଝାମଣା କରିବାକୁ ପ୍ରସ୍ତୁତ ନାହିଁ।

ଆହୁରି ପଢ଼ନ୍ତୁ: ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ସେପ୍ଟେମ୍ବର ୨୩ରେ ସୋନମ ୱାଙ୍ଗଚୁକ୍‌ଙ୍କ ପଦଯାତ୍ରା

ଇସଲାମିକ୍‌ ରାଷ୍ଟ୍ରଙ୍କ ଜରୁରୀ ବୈଠକ ଡାକିଲା ସାଉଦି ଆରବ

ଗାଜାରେ ଇସ୍ରାଏଲ ସେନାର ଜୋରଦାର ଆକ୍ରମଣ ସାଙ୍ଗକୁ ସେଠାରୁ ପାଲେଷ୍ଟନୀୟଙ୍କୁ ହଟିବାକୁ କୁହାଯିବା ଘଟଣା ବହୁ ଇସଲାମିକ୍‌ ରାଷ୍ଟ୍ରଙ୍କୁ ବିବ୍ରତ କରିଛି। ଏହିକ୍ରମରେ ଲେବାନନ ସମେତ ସିରିଆ ଏବଂ ଇଜିପ୍ଟ ଭଳି ବହୁ ରାଷ୍ଟ୍ରର କଠୋରପନ୍ଥୀ ସଂଗଠନ ଇସ୍ରାଏଲ ବିରୋଧରେ ହୁଙ୍କାର ଦେଇଥିଲା ବେଳେ ଇସଲାମିକ୍‌ ରାଷ୍ଟ୍ରଙ୍କ ମୁଖିଆ ସାଉଦି ଆରବ ଆସନ୍ତା ବୁଧବାର ଏକ ଜରୁରୀ ବୈଠକ ଡାକିଛି। ସାଉଦି ଆରବ ଏବଂ କାତାର ଇସ୍ରାଏଲ ସେନାର ଏହି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ଇସ୍ରାଏଲ ଉପରେ ହମାସ୍‌ ପକ୍ଷରୁ ହୋଇଥିବା ଅତର୍କିିତ ଆକ୍ରମଣକୁ ଅତି ଜଘନ୍ୟ ବୋଲି ସଂପ୍ରତି ସାଉଦି ଗସ୍ତରେ ଯାଇଥିବା ଆମେରିକୀୟ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନ୍‌କେନ ତାଙ୍କର ସାଉଦି ପ୍ରତିପକ୍ଷଙ୍କୁ କହିଥିଲେ। ଇସ୍ରାଏଲ ସ୍ଥିତିକୁ ନେଇ ସେମାନଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ହୋଇଥିଲେ ହେଁ ସାଉଦି ସରକାର ଏହି ବୈଠକ ଡାକିଥିବାରୁ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରାଯାଉଛି।

ଇସ୍ରାଏଲ ପାଇଁ ଆହ୍ବାନପୂର୍ଣ୍ଣ ଗୁପ୍ତ ସୁଡ଼ଙ୍ଗ

ଇସ୍ରାଏଲ ସେନା ଗାଜାପଟିରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଛି। ତେବେ ଇସ୍ରାଏଲ ସେନା ପାଇଁ ହମାସ୍‌ର ଗୁପ୍ତ ସୁଡ଼ଙ୍ଗ ସବୁଠୁ ଆହ୍ବାନପୂର୍ଣ୍ଣ ହୋଇପଡ଼ିଛି। ଜନବହୁଳ ଅଞ୍ଚଳ ଏବଂ ବିଭିନ୍ନ ସ୍ଥାନରେ ଆବାସସ୍ଥଳ କିମ୍ବା ବହୁ ତଳ ଆପର୍ଟମେଣ୍ଟ ତଳେ ରହିଥିବା ହମାସ ଗୋଷ୍ଠୀର ସୁଡ଼ଙ୍ଗ ଇସ୍ରାଏଲ ସେନା ପାଇଁ ଚାଲେଞ୍ଜପୂର୍ଣ୍ଣ ବୋଲି ଯୁଦ୍ଧ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ବର୍ତ୍ତମାନ ଗାଜା ଅଞ୍ଚଳରେ ପ୍ରାୟ ୫୦୦ କିମି ପରିବ୍ୟାପ୍ତ ଅଞ୍ଚଳରେ ଏଭଳି ଗୁପ୍ତ ସୁଡ଼ଙ୍ଗ ରହିଥିବା କୁହାଯାଇଛି। ୨୦୨୧ରେ ଇସ୍ରାଏଲ ସେନା ପକ୍ଷରୁ ହମାସର ଏଭଳି ଟନେଲ୍‌ ନେଟୱର୍କର ୧୦୦ କିମିରୁ ଅଧିକ ଅଞ୍ଚଳ ଧ୍ବଂସ କରି ଦିଆଯାଇଥିଲା। କିନ୍ତୁ ଏବେ ଗାଜାରେ ଆହୁରି ୫୦୦ କିମି ଲମ୍ବ ଟନେଲ ନେଟୱର୍କ ରହିଥିବା କୁହାଯାଇଛି। ଏଥିରୁ ମାତ୍ର ୫ ପ୍ରତିଶତ ଧ୍ବଂସ ହୋଇଛି। ହମାସ ଆତଙ୍କବାଦୀମାନେ ୨୦୦୭ରେ ଗାଜା ଷ୍ଟ୍ରିପ୍‌କୁ ନିୟନ୍ତ୍ରଣକୁ ନେବା ପରେ ସୁଡ଼ଙ୍ଗ ନିର୍ମାଣକୁ ଅଧିକ ବ୍ୟାପକ କରି ଏଥିରେ ଆତ୍ମଗୋପନ କରି ଆସୁଥିବା କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର