ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ: ଅଶୋଧିତ ତୈଳ ମୂଲ୍ୟ ଦିନକରେ ୪.୫%ରୁ ଅଧିକ ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ ଅଶୋଧିତ ବିଶ୍ବ ବଜାରର ତୈଳ ମୂଲ୍ୟ ଉପରେ ଦେଖିବାକୁ ମିଳିଛି। ଏହି ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ଦିନକରେ ୪.୫%ରୁ ଅଧିକ ବୃଦ୍ଧି ପାଇଛି। ଆଗାମୀ ଦିନରେ ବିଶ୍ବକୁ ଅଶୋଧିତ ତୈଳ ଯୋଗାଣ ମଧ୍ୟ ଏକ ବଡ଼ ଆହ୍ବାନ ହୋଇପାରେ। ଗତ ସପ୍ତାହରେ ତୈଳ ମୂଲ୍ୟରେ ୮ ପ୍ରତିଶତ ହ୍ରାସର ଏହା ବିପରୀତ ସ୍ଥିତି। ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଏବଂ ରପ୍ତାନି କେନ୍ଦ୍ର ଭାବରେ ଏହି ଅଞ୍ଚଳର ଗୁରୁତ୍ୱ […]

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ ଅଶୋଧିତ ବିଶ୍ବ ବଜାରର ତୈଳ ମୂଲ୍ୟ ଉପରେ ଦେଖିବାକୁ ମିଳିଛି। ଏହି ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ଦିନକରେ ୪.୫%ରୁ ଅଧିକ ବୃଦ୍ଧି ପାଇଛି। ଆଗାମୀ ଦିନରେ ବିଶ୍ବକୁ ଅଶୋଧିତ ତୈଳ ଯୋଗାଣ ମଧ୍ୟ ଏକ ବଡ଼ ଆହ୍ବାନ ହୋଇପାରେ। ଗତ ସପ୍ତାହରେ ତୈଳ ମୂଲ୍ୟରେ ୮ ପ୍ରତିଶତ ହ୍ରାସର ଏହା ବିପରୀତ ସ୍ଥିତି। ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଏବଂ ରପ୍ତାନି କେନ୍ଦ୍ର ଭାବରେ ଏହି ଅଞ୍ଚଳର ଗୁରୁତ୍ୱ ରହିଛି। ଏହି ଯୁଦ୍ଧ ଇରାନ ଏବଂ ସାଉଦି ଆରବ ଉପରେ ମଧ୍ୟ ପ୍ରଭାବ ପକାଇପାରେ, ଯାହା ବର୍ତ୍ତମାନ ତୈଳ ଦର ବୃଦ୍ଧିର ମୁଖ୍ୟ କାରଣ। ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଇରାନ୍‌ର ସମ୍ପୃକ୍ତି ଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ଚିନ୍ତା ଅଧିକ ବଢ଼ିଯାଇଛି। ଅନ୍ୟପକ୍ଷରେ, ବାହାରିନ୍‌, ଇରାକ୍‌, କୁଏତ୍‌, ଓମାନ୍‌, ୟୁଏଇ ଏବଂ ସାଉଦିଆରବ ସମେତ ବିଶ୍ବର ଅନେକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ବିଶ୍ବ ଶକ୍ତି ବଜାରକୁ ସ୍ଥିର କରିବା ପାଇଁ ତୈଳ ଉତ୍ପାଦନକୁ ସଜାଡିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଯୋଗାଣରେ ଯେ କୌଣସି ପ୍ରକାର ବ୍ୟାଘାତକୁ ହ୍ରାସ କରିବା ଏବଂ ଭୌଗୋଳିକ ଅନିଶ୍ଚିତତା ସମୟରେ ତୈଳ ମୂଲ୍ୟ ସ୍ଥିର ରଖିବାରେ ଏହି ରାଷ୍ଟ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତ ସହ ଇସ୍ରାଏଲର ବାଣିଜ୍ୟ ୧୦ ବିଲିୟନ ଡଲାରରୁ ଅଳ୍ପ ଅଧିକ। ୨୦୨୩ ଆର୍ଥିକବର୍ଷରେ ଇସ୍ରାଏଲକୁ ଭାରତର ରପ୍ତାନି ୮.୫ ବିଲିୟନ ଡ଼ଲାର ଏବଂ ସେଠାରୁ ଆମଦାନୀ ୨.୩ ବିଲିୟନ ଡ଼ଲାର ରହିଛି। ବର୍ତ୍ତମାନ ଏହି ଯୁଦ୍ଧ ପଶ୍ଚିମ ଏସିଆର ଅନେକ ଅଞ୍ଚଳରେ ବ୍ୟାପିଛି। ଏହା ସହିତ ଆଗାମୀ ଦିନରେ ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି। ବର୍ତ୍ତମାନ ଅଶୋଧିତ ତୈଳର ମୂଲ୍ୟ ୪.୦୮ ପ୍ରତିଶତ ବୃଦ୍ଧି ସହିତ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୮୭.୭୯ ଡଲାର ରହିଛି। ଅଶୋଧିତ ତୈଳ ମୂଲ୍ୟରେ ଏଭଳି ବୃଦ୍ଧି ହେତୁ ଅଧିକ ଭାରତ ପାଇଁ ଆଗକୁ ତୈଳ ଆମଦାନୀ ବିଲ୍ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଏବେଠାରୁ ଆକଳନ କରିଲେଣି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

10 Oct 2023 By The Sakala

ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ: ଅଶୋଧିତ ତୈଳ ମୂଲ୍ୟ ଦିନକରେ ୪.୫%ରୁ ଅଧିକ ବୃଦ୍ଧି

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ ଅଶୋଧିତ ବିଶ୍ବ ବଜାରର ତୈଳ ମୂଲ୍ୟ ଉପରେ ଦେଖିବାକୁ ମିଳିଛି। ଏହି ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ଦିନକରେ ୪.୫%ରୁ ଅଧିକ ବୃଦ୍ଧି ପାଇଛି। ଆଗାମୀ ଦିନରେ ବିଶ୍ବକୁ ଅଶୋଧିତ ତୈଳ ଯୋଗାଣ ମଧ୍ୟ ଏକ ବଡ଼ ଆହ୍ବାନ ହୋଇପାରେ। ଗତ ସପ୍ତାହରେ ତୈଳ ମୂଲ୍ୟରେ ୮ ପ୍ରତିଶତ ହ୍ରାସର ଏହା ବିପରୀତ ସ୍ଥିତି। ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଏବଂ ରପ୍ତାନି କେନ୍ଦ୍ର ଭାବରେ ଏହି ଅଞ୍ଚଳର ଗୁରୁତ୍ୱ ରହିଛି। ଏହି ଯୁଦ୍ଧ ଇରାନ ଏବଂ ସାଉଦି ଆରବ ଉପରେ ମଧ୍ୟ ପ୍ରଭାବ ପକାଇପାରେ, ଯାହା ବର୍ତ୍ତମାନ ତୈଳ ଦର ବୃଦ୍ଧିର ମୁଖ୍ୟ କାରଣ। ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଇରାନ୍‌ର ସମ୍ପୃକ୍ତି ଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ଚିନ୍ତା ଅଧିକ ବଢ଼ିଯାଇଛି। ଅନ୍ୟପକ୍ଷରେ, ବାହାରିନ୍‌, ଇରାକ୍‌, କୁଏତ୍‌, ଓମାନ୍‌, ୟୁଏଇ ଏବଂ ସାଉଦିଆରବ ସମେତ ବିଶ୍ବର ଅନେକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ବିଶ୍ବ ଶକ୍ତି ବଜାରକୁ ସ୍ଥିର କରିବା ପାଇଁ ତୈଳ ଉତ୍ପାଦନକୁ ସଜାଡିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଯୋଗାଣରେ ଯେ କୌଣସି ପ୍ରକାର ବ୍ୟାଘାତକୁ ହ୍ରାସ କରିବା ଏବଂ ଭୌଗୋଳିକ ଅନିଶ୍ଚିତତା ସମୟରେ ତୈଳ ମୂଲ୍ୟ ସ୍ଥିର ରଖିବାରେ ଏହି ରାଷ୍ଟ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତ ସହ ଇସ୍ରାଏଲର ବାଣିଜ୍ୟ ୧୦ ବିଲିୟନ ଡଲାରରୁ ଅଳ୍ପ ଅଧିକ। ୨୦୨୩ ଆର୍ଥିକବର୍ଷରେ ଇସ୍ରାଏଲକୁ ଭାରତର ରପ୍ତାନି ୮.୫ ବିଲିୟନ ଡ଼ଲାର ଏବଂ ସେଠାରୁ ଆମଦାନୀ ୨.୩ ବିଲିୟନ ଡ଼ଲାର ରହିଛି। ବର୍ତ୍ତମାନ ଏହି ଯୁଦ୍ଧ ପଶ୍ଚିମ ଏସିଆର ଅନେକ ଅଞ୍ଚଳରେ ବ୍ୟାପିଛି। ଏହା ସହିତ ଆଗାମୀ ଦିନରେ ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି। ବର୍ତ୍ତମାନ ଅଶୋଧିତ ତୈଳର ମୂଲ୍ୟ ୪.୦୮ ପ୍ରତିଶତ ବୃଦ୍ଧି ସହିତ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୮୭.୭୯ ଡଲାର ରହିଛି। ଅଶୋଧିତ ତୈଳ ମୂଲ୍ୟରେ ଏଭଳି ବୃଦ୍ଧି ହେତୁ ଅଧିକ ଭାରତ ପାଇଁ ଆଗକୁ ତୈଳ ଆମଦାନୀ ବିଲ୍ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଏବେଠାରୁ ଆକଳନ କରିଲେଣି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର