ଇସ୍ରାଏଲ-ହମାସ୍‌ ଯୁଦ୍ଧ ଜାରି : ୨୪୦୦ରୁ ଅଧିକ ମୃତ, ୪ ହଜାର ଆହତ

The Sakala Picture
Published On

ତେଲ୍‌ ଆଭିଭ୍‌: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବୁଧବାର ପଞ୍ଚମ ଦିନରେ ପହଞ୍ଚିଛି। ଏହାମଧ୍ୟରେ ଉଭୟ ପକ୍ଷର ମୃତ୍ୟୁସଂଖ୍ୟା ୨୪୦୦ ରୁ ଅଧିକ ହେବା ସହିତ ଆହତଙ୍କ ସଂଖ୍ୟା ୪ ହଜାର ଡେଇଁଛି। ଗାଜାଷ୍ଟ୍ରିପ୍‌କୁ ଲାଗି ରହିଥିବା ଇସ୍ରାଏଲର ବିଭିନ୍ନ ସହର ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିବା ସହିତ ଲେବାନନର ହେଜବୁଲ୍ଲା ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଚାଲିଛି। ଏହାମଧ୍ୟରେ ଲେବାନନ ପଟୁ ଇସ୍ରାଏଲ ମଧ୍ୟକୁ କିଛି ପାରାଟ୍ରୁପର […]

ତେଲ୍‌ ଆଭିଭ୍‌: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବୁଧବାର ପଞ୍ଚମ ଦିନରେ ପହଞ୍ଚିଛି। ଏହାମଧ୍ୟରେ ଉଭୟ ପକ୍ଷର ମୃତ୍ୟୁସଂଖ୍ୟା ୨୪୦୦ ରୁ ଅଧିକ ହେବା ସହିତ ଆହତଙ୍କ ସଂଖ୍ୟା ୪ ହଜାର ଡେଇଁଛି। ଗାଜାଷ୍ଟ୍ରିପ୍‌କୁ ଲାଗି ରହିଥିବା ଇସ୍ରାଏଲର ବିଭିନ୍ନ ସହର ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିବା ସହିତ ଲେବାନନର ହେଜବୁଲ୍ଲା ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଚାଲିଛି। ଏହାମଧ୍ୟରେ ଲେବାନନ ପଟୁ ଇସ୍ରାଏଲ ମଧ୍ୟକୁ କିଛି ପାରାଟ୍ରୁପର ଆକ୍ରମଣକାରୀ ପଶିଥିବା ସୂଚନା ମିଳିଛି। ତେବେ ଇସ୍ରାଏଲ ସେନା ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: କୁନାରରେ ୩ ମୃତ, ପାକ୍ତିକାରେ ଖାଲି ଘର ଉପରେ ପଡ଼ିଲା ବୋମା

ଅନ୍ୟପକ୍ଷରେ ଗାଜାଷ୍ଟ୍ରିପ୍‌ ଉପରେ ଇସ୍ରାଏଲୀ ସେନାର ଆକ୍ରମଣ ଆହୁରି ଜୋରଦାର ହେବା ସହିତ ଗ୍ରାଉଣ୍ଡ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଗାଜା ଅଞ୍ଚଳ ଧ୍ବଂସସ୍ତୁପରେ ପରିଣତ ହୋଇଥିଲା ବେଳେ ପାଲେଷ୍ଟାଇନର ଏକମାତ୍ର ବିଦ୍ୟୁତଶକ୍ତି କେନ୍ଦ୍ର ତୈଳ ଅଭାବରୁ ବନ୍ଦ ହୋଇଯାଇଛି। ଯାହାକୁ ନେଇ ଗାଜା ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇପଡ଼ିଛି। ପୂର୍ବରୁ ଏହି ଅଞ୍ଚଳକୁ ଇସ୍ରାଏଲ ପାଣି ଏବଂ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛି। ଫଳରେ ଏଠାରେ ଜଟିଳ ପରିସ୍ଥିତି ଉପୁଜିଛି। ବର୍ତ୍ତମାନ ଗ୍ରାଉଣ୍ଡ ଅପରେସନ ଆରମ୍ଭ ହୋଇଥିବାରୁ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଫସଫରସ୍‌ ବୋମା ଦ୍ବାରା ଆକ୍ରମଣ କରାଯାଉଛି ବୋଲି ପାଲେଷ୍ଟାଇନ ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରାଯିବ ନାହିଁ

ଏହାଦ୍ବାରା ସଂପୃକ୍ତ ଅଞ୍ଚଳରେ ଅମ୍ଳଜାନର ଅଭାବ ଦେଖାଯାଇ ସ୍ଥିତି ଆହୁରି ବିପନ୍ନ ହୋଇପଡ଼ିବ ବୋଲି ପାଲେଷ୍ଟାଇନ କର୍ତ୍ତୃପକ୍ଷ କହିଛନ୍ତି। ଇତିମଧ୍ୟରେ ସାଉଦି ଆରବ ହମାସକୁ ସମର୍ଥନ କରିଥିଲା ବେଳେ ୟୁଏଇ ଯୁଦ୍ଧ ପ୍ରସଙ୍ଗରେ ମୁଣ୍ଡ ପୁରାଇବ ନାହିଁ ବୋଲି କହିଛି। ତେବେ ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ମାନବିକ ସହାୟତା ରୁପେ ୨୦ ନିୟୁତ ଡଲାରର ଆର୍ଥିକ ସହାୟତା ଘୋଷଣା କରିଛି। ଗୋଟିଏ ପକ୍ଷରେ ତୁରନ୍ତ ହିଂସା ବନ୍ଦ କରିବାକୁ ଚୀନ୍‌ ସମେତ ଅନ୍ୟ କିଛି ରାଷ୍ଟ୍ର ଆହ୍ବାନ ଜଣାଇଛନ୍ତି। କିନ୍ତୁ ଅଧିକାଂଶ ନାଟୋ ସଦସ୍ୟ ରାଷ୍ଟ୍ର ହମାସକୁ ଠିକଣା ଜବାବ ଦେବାକୁ ଇସ୍ରାଏଲକୁ ସମର୍ଥନ ଦେଇଛନ୍ତି। ଏହାମଧ୍ୟରେ ହମାସ ଆଡ୍ଡାସ୍ଥଳ ଉପରେ ଇସ୍ରାଏଲ ସେନା ପରମାଣୁ ଅସ୍ତ୍ର ଦ୍ବାରା ଆକ୍ରମଣ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି।

ଆହୁରି ପଢ଼ନ୍ତୁ: ଆକାଶରେ 'ମୋନାଲିସା'ର ଚିତ୍ର ଆଙ୍କିଲେ ପାଇଲଟ୍, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର