ଦୁଇ ଆମେରିକୀୟ ମା‘ ଝିଅଙ୍କୁ ଖଲାସ କଲା ହମାସ, ଦୁଇ ସପ୍ତାହ ଧରି ରଖିଥିଲା ବନ୍ଧକ

The Sakala Picture
Published On

ଗାଜା: ହମାସ କବଳରୁ ମୁକୁଳିଲେ ଆମେରିକୀୟ ମା’ଝିଅ । କତାର ମଧ୍ୟସ୍ଥତା କରିବା ପରେ ବନ୍ଧକରେ ଥିବା ଦୁଇ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ । ସେମାନେ ହେଉଛନ୍ତି ୫୯ ବର୍ଷୀୟ ଜୁଡ଼ିଥ ରେନନ ଓ ତାଙ୍କ ୧୮ ବର୍ଷୀୟା ଝିଅ ନତାଲି ରେନନ । ହମାସ କବଳରୁ ମୁକ୍ତ ହେବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ତାଙ୍କୁ ସ୍ୱାଗତ କରିଛନ୍ତି । ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ୍ ଯୁଦ୍ଧ ପରଠୁ […]

ଗାଜା: ହମାସ କବଳରୁ ମୁକୁଳିଲେ ଆମେରିକୀୟ ମା’ଝିଅ । କତାର ମଧ୍ୟସ୍ଥତା କରିବା ପରେ ବନ୍ଧକରେ ଥିବା ଦୁଇ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ । ସେମାନେ ହେଉଛନ୍ତି ୫୯ ବର୍ଷୀୟ ଜୁଡ଼ିଥ ରେନନ ଓ ତାଙ୍କ ୧୮ ବର୍ଷୀୟା ଝିଅ ନତାଲି ରେନନ । ହମାସ କବଳରୁ ମୁକ୍ତ ହେବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ତାଙ୍କୁ ସ୍ୱାଗତ କରିଛନ୍ତି । ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ୍ ଯୁଦ୍ଧ ପରଠୁ ହମାସ୍ କବଜାରେ ଅଛନ୍ତି ୨୦୦ ପଣବନ୍ଦୀ । ମୁକ୍ତ ହୋଇଥିବା ମା’ ଝିଅ ଏବେ ଇସ୍ରାଏଲ ସୈନିକଙ୍କ ହେପାଜତରେ ଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କୁ ଆମେରିକାକୁ ହସ୍ତାନ୍ତର କରାଯିବ ବୋଲି IDF କହିଛି । ହମାସ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ଜୁଡ଼ିଥ ରେନନଙ୍କ ପରିବାରର ଆଉ ୧୦ ସଦସ୍ୟ ଏବେବି ନିଖୋଜ ଅଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

ହମାସ କବଳରୁ ମୁକ୍ତି ପରେ ସେମାନଙ୍କୁ ଜେରୁଜେଲମସ୍ଥିତ ଆମେରିକୀୟ ଦୂତାବାସକୁ ଅଣାଯାଇଥିଲା । ସେଠାରେ ସେମାନେ ବାଇଡେନଙ୍କ ସହ କଥା ହୋଇଥିଲେ । ମା ଓ ଝିଅଙ୍କ ମୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ହମାସ ସଶସ୍ତ୍ରବାହିନୀ ଇଜ ଏଲ ଦିନ ଅଲ କାସମ ବ୍ରିଗେଡ ମୁଖପାତ୍ର ଆବୁ ଉବେଦା । ଗତ ଅକ୍ଟୋବର ୭ ତାରିଖରେ କିବୁଜ ନାହାଲରୁ ସେମାନଙ୍କୁ ଅପହରଣ କରିନେଇଥିଲେ ହମାସ ଆତଙ୍କବାଦୀ । ସେମାନେ ଚିକାଗୋର ବାସିନ୍ଦା ହୋଇଥିବାବେଳେ ଇହୁଦି ସମ୍ପର୍କୀୟଙ୍କ ଗହଣରେ ଖୁସି ମନାଇବା ଲାଗି ଗାଜା ସୀମାନ୍ତକୁ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୧୪ ଦିନ ହେଲାଣି ଚାଲିଛି ଘମାଘୋଟ ଲଢ଼େଇ । ଏହି ଲଢ଼େଇରେ ଏଯାବତ ୪ ହଜାରରୁ ଅଧିକ ଜୀବନ ଗଲାଣି । ଏବେବି ହମାସ ବହୁ ସଂଖ୍ୟକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

21 Oct 2023 By The Sakala

ଦୁଇ ଆମେରିକୀୟ ମା‘ ଝିଅଙ୍କୁ ଖଲାସ କଲା ହମାସ, ଦୁଇ ସପ୍ତାହ ଧରି ରଖିଥିଲା ବନ୍ଧକ

ଗାଜା: ହମାସ କବଳରୁ ମୁକୁଳିଲେ ଆମେରିକୀୟ ମା’ଝିଅ । କତାର ମଧ୍ୟସ୍ଥତା କରିବା ପରେ ବନ୍ଧକରେ ଥିବା ଦୁଇ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ । ସେମାନେ ହେଉଛନ୍ତି ୫୯ ବର୍ଷୀୟ ଜୁଡ଼ିଥ ରେନନ ଓ ତାଙ୍କ ୧୮ ବର୍ଷୀୟା ଝିଅ ନତାଲି ରେନନ । ହମାସ କବଳରୁ ମୁକ୍ତ ହେବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ତାଙ୍କୁ ସ୍ୱାଗତ କରିଛନ୍ତି । ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ୍ ଯୁଦ୍ଧ ପରଠୁ ହମାସ୍ କବଜାରେ ଅଛନ୍ତି ୨୦୦ ପଣବନ୍ଦୀ । ମୁକ୍ତ ହୋଇଥିବା ମା’ ଝିଅ ଏବେ ଇସ୍ରାଏଲ ସୈନିକଙ୍କ ହେପାଜତରେ ଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କୁ ଆମେରିକାକୁ ହସ୍ତାନ୍ତର କରାଯିବ ବୋଲି IDF କହିଛି । ହମାସ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ଜୁଡ଼ିଥ ରେନନଙ୍କ ପରିବାରର ଆଉ ୧୦ ସଦସ୍ୟ ଏବେବି ନିଖୋଜ ଅଛନ୍ତି।

ହମାସ କବଳରୁ ମୁକ୍ତି ପରେ ସେମାନଙ୍କୁ ଜେରୁଜେଲମସ୍ଥିତ ଆମେରିକୀୟ ଦୂତାବାସକୁ ଅଣାଯାଇଥିଲା । ସେଠାରେ ସେମାନେ ବାଇଡେନଙ୍କ ସହ କଥା ହୋଇଥିଲେ । ମା ଓ ଝିଅଙ୍କ ମୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ହମାସ ସଶସ୍ତ୍ରବାହିନୀ ଇଜ ଏଲ ଦିନ ଅଲ କାସମ ବ୍ରିଗେଡ ମୁଖପାତ୍ର ଆବୁ ଉବେଦା । ଗତ ଅକ୍ଟୋବର ୭ ତାରିଖରେ କିବୁଜ ନାହାଲରୁ ସେମାନଙ୍କୁ ଅପହରଣ କରିନେଇଥିଲେ ହମାସ ଆତଙ୍କବାଦୀ । ସେମାନେ ଚିକାଗୋର ବାସିନ୍ଦା ହୋଇଥିବାବେଳେ ଇହୁଦି ସମ୍ପର୍କୀୟଙ୍କ ଗହଣରେ ଖୁସି ମନାଇବା ଲାଗି ଗାଜା ସୀମାନ୍ତକୁ ଯାଇଥିଲେ ।

ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୧୪ ଦିନ ହେଲାଣି ଚାଲିଛି ଘମାଘୋଟ ଲଢ଼େଇ । ଏହି ଲଢ଼େଇରେ ଏଯାବତ ୪ ହଜାରରୁ ଅଧିକ ଜୀବନ ଗଲାଣି । ଏବେବି ହମାସ ବହୁ ସଂଖ୍ୟକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର