କାବୁଲ: ବନ୍ଧୁକ ମୁନରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଦଖଲ କରିସାରିଛି ତାଲିବାନ। ତାଲିବାନ ପୁରା ଦେଶକୁ ଅଧିକାର କରିବା ପରେ ଏବେ ମଧ୍ୟ ପଞ୍ଚଶୀର ଘାଟିକୁ ଏପର୍ଯ୍ଯନ୍ତ ଦଖଲ କରିପାରି ନାହିଁ ତାଲିବାନ । ଦେଶର ଅଭେଦ୍ୟ ଦୁର୍ଗ ପଞ୍ଜଶୀରରେ ଏଯାଏଁ ପାଦ ଦେଇପାରି ନଥିଲେ ତାଲିବାନୀ ଆତଙ୍କୀ । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ପଞ୍ଚଶୀର ଘାଟି ଦଖଲ କରିବାକୁ ଏବେ ତାଲିବାନୀମାନେ ସେଠାରେ ପହଂଚିଛନ୍ତି । ହେଲେ ସେଠାରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଘାଟିକୁ ତାଲିବାନ ହାତକୁ ନଦେବାକୁ ନିଷ୍ପତ୍ତି କରି ଜଗି ବସିଛନ୍ତି । ତାଲିବାନୀମାନେ ସେଠାରେ ପହଂଚିବା ପରେ ମାସୁଦଙ୍କ ଯୋଦ୍ଧାମାନେ ତାଙ୍କୁ କଡା ଟକ୍କର ଦେଉଥିବା ଜଣାପଡିଛି। ବର୍ତ୍ତମାନ ପଞ୍ଚଶୀରେ ଉତ୍ତର ସାମୁଖ୍ୟ ଓ ତାଲିବାନୀଙ୍କ ମଧ୍ୟରେ ମହାସଂଗ୍ରାମ ଚାଲିଥିବା ଜଣାପଡ଼ିଛି।
ପଞ୍ଚଶୀର ଦ୍ୱାର ଦେଶରେ ପହଞ୍ଚି ଧସେଇ ପଶିବାକୁ ଉଦ୍ୟମ ବେଳେ ୩୦୦ ତାଲିବାନୀଙ୍କୁ ହତ୍ୟା କରିଛନ୍ତି ତାଲିବାନ ବିରୋଧୀ । କିଛି ତାଲିବାନୀଙ୍କୁ ନିଜ କବଜାକୁ ବି ନେଇଯାଇଥିବା କୁହାଯାଉଛି । ପଞ୍ଚଶୀର ଅନ୍ତର୍ଗତ ବଘଲାନର ଅନ୍ଦ୍ରାବରେ ତାଲିବାନଙ୍କ ଉପରେ ବରୋଧୀ ଶକ୍ତି ବଡ଼ ହମଲା କରିଥିବା ସୂଚନା ମିଳିଛି । ଯେଉଁଥିରେ ଅତି କମରେ ୩୦୦ ତାଲିବାନୀଙ୍କ ଜୀବନ ଯାଇଥିବା ସୂଚନା । ତେବେ ଆତଙ୍କବାଦୀ ସଂଗଠନ ଏହାକୁ ମିଥ୍ୟା ଖବର ବୋଲି କହିଛି। ଅପରପକ୍ଷେ, ତାଲିବାନ ଦାବି କରିଛି ଯେ, ଏହା ପଞ୍ଜଶୀରର ଦୁଇଟି ଜିଲ୍ଲା ଦଖଲ କରିଛି।
ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ଟ୍ୱିଟ୍ କରି ଲେଖିଛନ୍ତି ଯେ, ତାଲିବାନ ଆତଙ୍କିମାନେ ଅନ୍ଦର୍ବ ଉପତ୍ୟକାର ପଡୋଶୀ ଅଞ୍ଚଳରେ ଜୋରଦାର ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ସେଥିରେ ବହୁ ସଂଖ୍ୟାରେ ଆତଙ୍କିଙ୍କର ମୃତ୍ୟୁ ଘଟିଥିଲା। ତାହାର ଦିନକ ପରେ ତାଲିବାନ ଆତଙ୍କି ବହୁ ସଂଖ୍ୟାରେ ପଞ୍ଜଶିର ପ୍ରବେଶ ପଥ ନିକଟରେ ଠୁଳ ହୋଇଛନ୍ତି। ଇତିମଧ୍ୟରେ ଅହମଦ ମାସୁଦଙ୍କ ନେତୃତ୍ୱାଧୀନ ଲଢୁଆ ଗୋଷ୍ଠୀ ସାଲାଙ୍ଗ ରାଜପଥକୁ ବନ୍ଦ କରିଦେଇଛନ୍ତି। ତାଲିବାନ ଆତଙ୍କିଙ୍କ ନିକଟରେ ଆତ୍ମସମର୍ପଣ କରିବ ନାହିଁ ଏବଂ ତାଙ୍କର ଲଢୁଆ ବାହିନୀ ଏହାର କଡା ଜବାବ ଦେବେ। ସେମାନେ ସୋଭିଏତ ୟୁନିୟନର ମୁକାବିଲା କରିସାରିଛନ୍ତି ଏବଂ ତାଲିବାନର ମୁକାବିଲା କରିବାକୁ ସମର୍ଥ ହେବେ।
ପଞ୍ଜଶୀରରେ ତାଲିବାନ ବିରୋଧୀ ଶକ୍ତିର ନେତୃତ୍ୱ ନେଉଛନ୍ତି ମୁଜାହିଦ୍ଦିନ ମୁଖ୍ୟ ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ । ଏଯାଏ କେବେବି ତାଲିବାନୀ ପଞ୍ଜଶିରରେ ପ୍ରବେଶ କରି ପାରି ନାହାନ୍ତି । ଅହମ୍ମଦ ମସୁଦ କହିଛନ୍ତି, କୌଣସି ବି ପରିସ୍ଥିତିରେ ତାଲିବାନୀଙ୍କୁ ସେ ସ୍ୱପ୍ନ ପୂରା ହେବନି ।ସେ ଯୁଦ୍ଧ ଚାହୁଁ ନାହାନ୍ତି । କିନ୍ତୁ ତାଲିବାନୀଙ୍କ ସହ ଆଲୋଚନା ନିସ୍ଫଳ ରହିଲେ ଯୁଦ୍ଧ ଆଶଙ୍କା ବି ଏଡ଼ାଇ ହେବନି ବୋଲି ଚେତେଇ ଦେଇଛନ୍ତି ଅହମ୍ମଦ ମସୁଦ । ପଞ୍ଜଶିରରେ ଆଫଗାନିସ୍ତାନରେ ସରକାର ଚଳାଇବା ସେମାନଙ୍କ ପାଇଁ ମୁସ୍କିଲ ହେବ ବୋଲି ତାଲିବାନ ନେତା ଜାଣି ସାରିଲେଣି ବୋଲି ମାସୁଦ କହିଛନ୍ତି।