ଟ୍ରକକୁ ପଛପଟୁ ଧକ୍କା ଦେଲା ଟାଟାଏସି, ଚାଳକ ମୃତ

ରୂପସା: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥ ବରୁଣଗଡିଆ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜେଣେ ଚାଳକଙ୍କ ମୃତ୍ଯୁ ଘଟିଛି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ମାଛ ନେଇ ଯାଉଥିବା ଟାଟାଏସି ଗାଡି ବରୁଣଗଡିଆ ଛକ ନିକଟରେ ଛିଡ଼ା ହୋଇଥିବା ଅଜଣା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଟାଟାଏସି ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ, ଟ୍ରକଟି ଫେରାର ହୋଇଯାଇଥିଲା। ସ୍ଥାନୀୟଲୋକେ ବସ୍ତା […]

ରୂପସା: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥ ବରୁଣଗଡିଆ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜେଣେ ଚାଳକଙ୍କ ମୃତ୍ଯୁ ଘଟିଛି।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ମାଛ ନେଇ ଯାଉଥିବା ଟାଟାଏସି ଗାଡି ବରୁଣଗଡିଆ ଛକ ନିକଟରେ ଛିଡ଼ା ହୋଇଥିବା ଅଜଣା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଟାଟାଏସି ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ, ଟ୍ରକଟି ଫେରାର ହୋଇଯାଇଥିଲା। ସ୍ଥାନୀୟଲୋକେ ବସ୍ତା ଥାନା ଓ ରାଜପଥ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ବସ୍ତା ହସ୍ପିଟାଲକୁ ପଠାଇ ତଦନ୍ତ ଜାରି ରଖିଛି । ମୃତକ ଜଣକ ଖୋର୍ଦ୍ଧା ଅଞ୍ଚଳ  ବୋଲି ଅନୁମାନ କରାଯାଉଥିବା ବେଳେ ପରିଚୟ ମିଳି ପାରିନାହିଁ।

About The Author: The Sakala