ଉପର ମୁଣ୍ଡରେ ଲଗାଣ ବର୍ଷା, ଫୁଲୁଛି ମହାନଦୀର ଜଳସ୍ତର

ବାଙ୍କୀ: ମହାନଦୀର ଜଳସ୍ତର ୫ ଲକ୍ଷ ୬୪ ହଜାର ଘନପୁଟରେ ପହଞ୍ଚିଛି। ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ହୁ ହୁ ହୋଇ ବଢୁଛି ମହାନଦୀର ଜଳସ୍ତର। ଗତକାଲି ଠାରୁ ଫୁଲୁଛି ମହାନଦୀ ବର୍ତ୍ତମାନ ମୁଣ୍ଡଳୀ ନିକଟସ୍ଥ ମହାନଦୀରେ ୫ ଲକ୍ଷ ୬୪ ହଜାର ୨୮୭ ଘନପୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀ ଉପର ଭାଗରେ ୮୮.୫୦ ଓ ତଳଭାଗରେ ୮୬.୩୦ ରହିଥିବା ବେଳେ ବିପଦ ସଙ୍କେତ ତଳେ ରହିଛି ମହାନଦୀର ଜଳସ୍ତର। ତେବେ […]

ବାଙ୍କୀ: ମହାନଦୀର ଜଳସ୍ତର ୫ ଲକ୍ଷ ୬୪ ହଜାର ଘନପୁଟରେ ପହଞ୍ଚିଛି। ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ହୁ ହୁ ହୋଇ ବଢୁଛି ମହାନଦୀର ଜଳସ୍ତର। ଗତକାଲି ଠାରୁ ଫୁଲୁଛି ମହାନଦୀ ବର୍ତ୍ତମାନ ମୁଣ୍ଡଳୀ ନିକଟସ୍ଥ ମହାନଦୀରେ ୫ ଲକ୍ଷ ୬୪ ହଜାର ୨୮୭ ଘନପୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀ ଉପର ଭାଗରେ ୮୮.୫୦ ଓ ତଳଭାଗରେ ୮୬.୩୦ ରହିଥିବା ବେଳେ ବିପଦ ସଙ୍କେତ ତଳେ ରହିଛି ମହାନଦୀର ଜଳସ୍ତର। ତେବେ ମହାନଦୀରେ ଜଦି ଜଳସ୍ତର ୬ ଲକ୍ଷରୁ ଅଧିକ ହୁଏ ତେବେ ବାଙ୍କୀର ତଳିଆ ଅଞ୍ଚଳରେ ଧୀରେଧୀରେ ବନ୍ୟା ଜଳ ପ୍ରବେଶ କରିବ। ଯାହା ଫଳରେ କିଛି ଗାଁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ସମ୍ଭାବନା ରହିଛି। ବର୍ତ୍ତମାନ ମହାନଦୀ ଫୁଲୁଛି ଯାହାକୁ ନେଇ ବାଙ୍କୀର ତଳିଆ ବା ନଈ କୂଳିଆ ଲୋକଙ୍କ ମନରେ ଛନକା ପଶିଲାଣି ।

About The Author: The Sakala