ହ୍ରାସ ପାଇବ ତାପମାତ୍ରା, ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର:  ଶନିବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା କମିଥିଲେ ହେଁ ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ପୂରା ଓଡ଼ିଶା ସିଝିଛି। ଗତକାଲି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ସେଲସିୟସ୍‌‌ ତାପମାତ୍ରା ରେକର୍ଡ କରାଯାଇଛି। ଆଜଠାରୁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ୧୬ ତାରିଖଠାରୁ ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଯାହାଫଳରେ ରାଜ୍ୟବ୍ୟାପୀ ଦିନବେଳା ତାପମାତ୍ରାରେ […]

ଭୁବନେଶ୍ୱର:  ଶନିବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା କମିଥିଲେ ହେଁ ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ପୂରା ଓଡ଼ିଶା ସିଝିଛି। ଗତକାଲି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ସେଲସିୟସ୍‌‌ ତାପମାତ୍ରା ରେକର୍ଡ କରାଯାଇଛି। ଆଜଠାରୁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।

୧୬ ତାରିଖଠାରୁ ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଯାହାଫଳରେ ରାଜ୍ୟବ୍ୟାପୀ ଦିନବେଳା ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୬ ତାରିଖ ଅର୍ଥାତ୍‌‌ ରବିବାର ରାଜ୍ୟର ୧୨ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

About The Author: The Sakala