ଉଦ୍ଯମ ଟ୍ରଷ୍ଟ ପକ୍ଷରୁ ‘ଆର୍ଟ ଅଫ ଗିଭିଙ୍ଗ’ କାର୍ଯ୍ଯକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗତକାଲି ନୀଳାଦ୍ରି ବିହାର ହରେକୃଷ୍ଣ ନଗର ସ୍ଥିତ ସରକାରୀ ବିଦ୍ୟାଳୟରେ କିଟ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଅଭିନବ ପ୍ରୟାସ ‘ଆର୍ଟ ଅଫ ଗିଭିଙ୍ଗ’ର ୧୧ଶ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ବିଷୟ ବସ୍ତୁ ରହିଥିଲା ‘ଲେଟ୍ସ ଏଓଜି’। ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ନଗରର ୩୦୦ ଛୋଟ ପିଲାମାନଙ୍କୁ ଖାତା, ପେନ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ […]

ଭୁବନେଶ୍ବର: ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗତକାଲି ନୀଳାଦ୍ରି ବିହାର ହରେକୃଷ୍ଣ ନଗର ସ୍ଥିତ ସରକାରୀ ବିଦ୍ୟାଳୟରେ କିଟ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଅଭିନବ ପ୍ରୟାସ ‘ଆର୍ଟ ଅଫ ଗିଭିଙ୍ଗ’ର ୧୧ଶ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ବିଷୟ ବସ୍ତୁ ରହିଥିଲା ‘ଲେଟ୍ସ ଏଓଜି’। ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ନଗରର ୩୦୦ ଛୋଟ ପିଲାମାନଙ୍କୁ ଖାତା, ପେନ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟର କୁଳସଚିବ ଡ଼ ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ ଆର୍ଟ ଅଫ ଗିଭିଂ ବିଷୟରେ ଅଚ୍ୟୁତ ସାମନ୍ତଙ୍କ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଆର୍ଟ ଅଫ ଗିଭିଙ୍ଗ କହିଲେ କେବଳ ବସ୍ତୁ ଗତ ଦାନ ନୁହେଁ। ଅନ୍ୟକୁ ଯେ କୌଣସି ଉପାୟରେ ଦୟା, ସହାନୁଭୂତି ଓ ବନ୍ଧୁତ୍ୱ ପୂର୍ଣ୍ଣ ଭାବନା ପ୍ରଦର୍ଶନ କରିବା ଏହାର ଲକ୍ଷ୍ୟ। ଦାନକୁ ଆମ ଦୈନନ୍ଦିନ ଜୀବନରେ ଏକିଭୁତ କରିବା ଏହାର ଲକ୍ଷ୍ୟ ରହିଛି। ଶେଷରେ ଟ୍ରଷ୍ଟର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ସ୍ୱାଇଁ ଓ ତାଙ୍କ ଟିମ ତରଫରୁ ନିବେଦିତା ଲେଙ୍କା ମହୋଦୟା, ଉପସ୍ଥିତ ସମସ୍ତ ଗୁରୁମାଆ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

About The Author: The Sakala