ପାରାଦୀପ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଅଘଟଣ। ସନ୍ଦେହଜନକ ଭାବେ ରୁଷୀୟ ନାଗରିକଙ୍କ ମୃତ୍ୟୁ। ‘ଏମ୍ .ଭି. ଅଲଦାନା’ ନାମକ ଜାହାଜରେ ଥିବା ଇଞ୍ଜିନିୟର ‘ମିଲ୍ ଯାକୁବ ସର୍ଜଇ’ ଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ୍ୟୁ ର କାରଣ ଅସ୍ପଷ୍ଟ। ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ କହିଛନ୍ତି । ତେବେ ରୁଷୀଆନ ଇଞ୍ଜିନିୟରଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ରାୟଗଡାରେ ଦୁଇ ଜଣ ରୁଷୀୟ ନାଗରିକଙ୍କ ସନ୍ଦେହଜନକଭାବେ ମୃତ୍ୟୁ ହୋଇଛି, ଯାହାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚର ଦୁଇଟି ଟିମ କରୁଛନ୍ତି । ତେବେ ପୁଣି ଆଜି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆଉଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ।