ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ ହେବ ଶିଶୁମେଳା ତଥା ସୁରଭି କାର୍ଯ୍ୟକ୍ରମ, ଖର୍ଚ୍ଚ ହେବ ୩ କୋଟି ଟଙ୍କା

ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ ହେବ ଶିଶୁମେଳା ତଥା ସୁରଭି କାର୍ଯ୍ୟକ୍ରମ। ଏଥି ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଶେଷ ଆୟୋଜନ କରିବା ସହିତ ସମସ୍ତ ଜିଲ୍ଲାଶିକ୍ଷାଧିକାରୀମାନଙ୍କୁ ସୁରଭି କାର୍ଯ୍ୟାକ୍ରମ ପାଳନ ପାଇଁ ମାର୍ଗଦର୍ଶିକା ଜାରି କରିଛି। ଚତୁର୍ଥରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ କନିଷ୍ଠ ବର୍ଗରେ ଚତୁର୍ଥରୁ ସପ୍ତମ ଓ ବରିଷ୍ଠ ବର୍ଗରେ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ […]

ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ ହେବ ଶିଶୁମେଳା ତଥା ସୁରଭି କାର୍ଯ୍ୟକ୍ରମ। ଏଥି ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଶେଷ ଆୟୋଜନ କରିବା ସହିତ ସମସ୍ତ ଜିଲ୍ଲାଶିକ୍ଷାଧିକାରୀମାନଙ୍କୁ ସୁରଭି କାର୍ଯ୍ୟାକ୍ରମ ପାଳନ ପାଇଁ ମାର୍ଗଦର୍ଶିକା ଜାରି କରିଛି। ଚତୁର୍ଥରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ କନିଷ୍ଠ ବର୍ଗରେ ଚତୁର୍ଥରୁ ସପ୍ତମ ଓ ବରିଷ୍ଠ ବର୍ଗରେ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ। ସୁରଭି ୨୦୨୨ ପାଇଁ ଚଳିତ ବର୍ଷ ଥିମ୍‌‌ ‘ଆନନ୍ଦମୟ ଶିକ୍ଷା’ ଧାର୍ଯ୍ୟ କରାଯାଇଥିବା ବେଳେ ୧୮ରୁ ୨୨ ତାରିଖ ମଧ୍ୟରେ ଆଞ୍ଚଳିକ ସ୍ତରରେ ୨୫ରୁ ୨୯ ମଧ୍ୟରେ ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ ୨ରୁ ୫ ନଭେମ୍ବର ମଧ୍ୟରେ ସାରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି।

ସେହିପରି ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୧୪ରୁ ୧୬ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ। ସମଗ୍ର ଶିକ୍ଷାର ଇନଭେସନ୍‌‌ ହେଡ୍‌‌ ପାଣ୍ଠି କାର୍ଯ୍ୟକ୍ରମର ଆୟୋଜନରେ ବିନିଯୋଗ ହେବାକୁ ଥିବାବେଳେ ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ ଲିଖନ, କୁଇଜ୍‌‌, ଚିତ୍ରାଙ୍କନ ଆଦି ୧୨ଟି ବିଭାଗରେ ଅଂଶଗ୍ରହଣ କରି ପାରିବେ। ତେବେ ବିଭିନ୍ନ ସ୍କୁଲ, ବ୍ଲକ ଓ ଜିଲ୍ଲା ପାଇଁ ମଧ୍ୟ ଆବଶ୍ୟକ ଅର୍ଥର ବ୍ୟୟ ବରାଦ କରାଯାଇଛି। ରାଜ୍ୟର ୪,୮୦୧ କ୍ଲଷ୍ଟର, ୩୧୬ ବ୍ଲକ ପାଇଁ ମୋଟ୍‌‌ ୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ସେହିପରି ପ୍ରତି କ୍ଲଷ୍ଟର ପିଛା ୨୫ଶହ ଲେଖାଏଁ ଟଙ୍କା ଖର୍ଚ୍ଚ କରିବାକୁ ବିଭାଗ ମାର୍ଗଦର୍ଶିକା ଜାରି କରିଛି।

About The Author: The Sakala