ବର୍ଷା ଦିନରେ ଅମାନିଆ ଗାଡ଼ି ଚାଳକଙ୍କୁ ଏସ୍‌ଟିଏର ପରାମର୍ଶ: ଧନ ଲୋ’ ଟିକେ ଧୀରେ…..

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ସମୟରେ ଦ୍ରୁତ ବେଗରେ ଗାଡ଼ି ଚଳାଉଥିବା କେତେକ ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଏକ ନିଆରା ଅନ୍ଦାଜରେ ଟ୍ବିଟ କରି ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ବର୍ଷା ସମୟରେ ଧୀରେ ଗାଡ଼ି ଚଲାଇବା ପାଇଁ ପରାମର୍ଶ ଦେଇଛି । ଧନ ଲୋ ଟିକେ ଧୀରେ ! ବର୍ଷା ଦିନ ରେ ସତର୍କତାର ସହିତ […]

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ସମୟରେ ଦ୍ରୁତ ବେଗରେ ଗାଡ଼ି ଚଳାଉଥିବା କେତେକ ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଏକ ନିଆରା ଅନ୍ଦାଜରେ ଟ୍ବିଟ କରି ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ବର୍ଷା ସମୟରେ ଧୀରେ ଗାଡ଼ି ଚଲାଇବା ପାଇଁ ପରାମର୍ଶ ଦେଇଛି ।


ଏଥିସହ ଟ୍ବିଟ କରି ଏସ୍‌ଟିଏ ପକ୍ଷରୁ କୁହାଯାଇଛି ଯେ, ଧନ ଲୋ ଟିକେ ଧୀରେ ! ବର୍ଷା ଦିନରେ ସତର୍କତାର ସହିତ ଗାଡି ଚଲାଇଲେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଆପଣ ସମସ୍ତେ ବର୍ଷାକୁ ଉପଭୋଗ କରୁଛନ୍ତି। ହେଲେ ଚଳାଇବା ବେଳେ ବିଭ୍ରାନ୍ତ ହୁଅନ୍ତୁ ନାହିଁ। ବର୍ଷା ଦିନରେ ଅନିଶୟ ବେଗରେ ଗାଡ଼ି ଚଲାଇଲେ ଦୁର୍ଘଟଣା ସମ୍ଭାବନା ଅଧିକ। ସତର୍କତାର ସହିତ ଗାଡି ଚାଳନା କରନ୍ତୁ ଓ ଆନନ୍ଦରେ ବଞ୍ଚନ୍ତୁ ବୋଲି ଏସ୍‌ଟିଏ ପକ୍ଷରୁ ଟ୍ବିଟ କରି କୁହାଯାଇଛି।

About The Author: The Sakala