ଜାଲରେ ଫସିଲା ଅଜଗର, ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଚମ୍ପୁଆ: ପରିବା ଚାଷକୁ ସୁରକ୍ଷା ପାଇଁ ଦିଆଯାଇଥିବା ପ୍ଲାଷ୍ଟିକ ଜାଲର ବାଡରେ ଛନ୍ଦି ହୋଇଥିବା ଏକ ଅଜଗର ସାପକୁ ଅଜି ଉଦ୍ଧାର କରାଯାଇ ଗ୍ରାମବାସୀଙ୍କ ଦ୍ୱାରା ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ଅଢଙ୍ଗାପାଳ ଗ୍ରାମର ଦିଲ୍ଲିପ ମହାନ୍ତ ସକାଳୁ ଘର ନିକଟ ପରିବା ଚାଷ ବାଡିକୁ ପାଣି ଦେବା ପାଇଁ ଯାଇଥିବା ବେଳେ ଜାଲରେ ଏକ ବିରାଟକାୟ ଅଜଗର ଛନ୍ଦି ହୋଇଥିବା ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। […]

ଚମ୍ପୁଆ: ପରିବା ଚାଷକୁ ସୁରକ୍ଷା ପାଇଁ ଦିଆଯାଇଥିବା ପ୍ଲାଷ୍ଟିକ ଜାଲର ବାଡରେ ଛନ୍ଦି ହୋଇଥିବା ଏକ ଅଜଗର ସାପକୁ ଅଜି ଉଦ୍ଧାର କରାଯାଇ ଗ୍ରାମବାସୀଙ୍କ ଦ୍ୱାରା ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ଅଢଙ୍ଗାପାଳ ଗ୍ରାମର ଦିଲ୍ଲିପ ମହାନ୍ତ ସକାଳୁ ଘର ନିକଟ ପରିବା ଚାଷ ବାଡିକୁ ପାଣି ଦେବା ପାଇଁ ଯାଇଥିବା ବେଳେ ଜାଲରେ ଏକ ବିରାଟକାୟ ଅଜଗର ଛନ୍ଦି ହୋଇଥିବା ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ବନବିଭାଗର ମିଳିତ ସହେଯାଗରେ ଜାଲ କାଟି ଅଜଗରଟିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।

About The Author: The Sakala