ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଲଗାତାର ଭାବେ ଦୈନିକ ସଂକ୍ରମଣ ହାର ୨ ପ୍ରତିଶତ ତଳକୁ ରହୁଥିବା ବେଳେ ଆଜି ତାହା ୧ ପ୍ରତିଶତରୁ ତଳକୁ ଆସିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ରାଜ୍ୟବ୍ୟାପୀ ୬୦୦ ପାଖାପାଖି ରହୁଛି। ଆସନ୍ତାକାଲି ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିବାକୁ ଥିବାବେଳେ କଟକଣାକୁ ଅଧିକ କୋହଳ କରିପାରନ୍ତି ବୋଲି ଆଶା ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଯେଉଁ ଗାଇଡଲାଇନ ଜାରି କରାଯାଇଥିଲା ସେଥିରେ ଭୁବନେଶ୍ୱର, କଟକ ଏବଂ ପୁରୀ ସହରରେ ସପ୍ତାହନ୍ତ ସଟଡାଉନକୁ ବଳବତ୍ତର ରଖାଯାଇଥିଲା। ଏହି ସପ୍ତାହନ୍ତ ସଟ୍ଡାଉନକୁ ସେପ୍ଟେମ୍ବର ମାସ ପାଇଁ ଉଠାଇ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟବ୍ୟାପୀ ଦୋକାନ ବଜାର ସକାଳ ୬ଟାରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଏଥିରେ ଆଉ ୧-୨ ଘଣ୍ଟାର ମହଲତ ଦିଆଯାଇପାରେ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ତୃତୀୟ ଲହରର ମଧ୍ୟ ଆଶଙ୍କା ରହୁଛି। ତେଣୁ ରାଜ୍ୟ ସରକାର ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନଥିବା ବେଳେ ସମ୍ପୂର୍ଣ୍ଣ କଟକଣା କୋହଳ ସପକ୍ଷରେ ନାହାନ୍ତି।
ଆଜି ଆସିବ ସେପ୍ଟେମ୍ବର ଗାଇଡ୍ଲାଇନ୍: ରାଜଧାନୀରୁ ଉଠିପାରେ ସପ୍ତାହାନ୍ତ ସଟ୍ଡ଼ାଉନ
ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଲଗାତାର ଭାବେ ଦୈନିକ ସଂକ୍ରମଣ ହାର ୨ ପ୍ରତିଶତ ତଳକୁ ରହୁଥିବା ବେଳେ ଆଜି ତାହା ୧ ପ୍ରତିଶତରୁ ତଳକୁ ଆସିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ରାଜ୍ୟବ୍ୟାପୀ ୬୦୦ ପାଖାପାଖି ରହୁଛି। ଆସନ୍ତାକାଲି ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିବାକୁ ଥିବାବେଳେ କଟକଣାକୁ ଅଧିକ କୋହଳ କରିପାରନ୍ତି ବୋଲି ଆଶା ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଯେଉଁ ଗାଇଡଲାଇନ […]