ସମ୍ବଲପୁରରେ ଜଣ୍ଡିସ୍ ଆତଙ୍କ, ଆଉ ୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ସମ୍ବଲପୁରକୁ ଜଣ୍ଡିସ ଚିନ୍ତା । ସମ୍ବଲପୁରର ସହରର ଧୁବାପଡା, କୁମ୍ଭାରପଡ଼ା, ଶାଳିଆ ବଗିଚା ଆଦି ଅଞ୍ଚଳରେ ଜଣ୍ଡିସ ବଢିବାରେ ଲାଗିଛି। ଆଜି ପୁଣି ନୂଆ ୧୯ ଜଣ ଜଣ୍ଡିସ ରୋଗୀ ସହରରେ ପଜିଟିଭ ଥିବା ସିଡ଼ିଏମଓ କହିଛନ୍ତି। ତେବେ ମୋଟ ସହରରେ ୬୮ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଘରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ମେଡିକାଲ ଟିମକୁ ଆହୁରି ବଢାଯାଇଛି। ଘରକୁ ଘର ବୁଲି ବ୍ଲଡ଼ ସାମ୍ପୁଲ ସଂଗ୍ରହ […]

ସମ୍ବଲପୁର: ସମ୍ବଲପୁରକୁ ଜଣ୍ଡିସ ଚିନ୍ତା । ସମ୍ବଲପୁରର ସହରର ଧୁବାପଡା, କୁମ୍ଭାରପଡ଼ା, ଶାଳିଆ ବଗିଚା ଆଦି ଅଞ୍ଚଳରେ ଜଣ୍ଡିସ ବଢିବାରେ ଲାଗିଛି। ଆଜି ପୁଣି ନୂଆ ୧୯ ଜଣ ଜଣ୍ଡିସ ରୋଗୀ ସହରରେ ପଜିଟିଭ ଥିବା ସିଡ଼ିଏମଓ କହିଛନ୍ତି। ତେବେ ମୋଟ ସହରରେ ୬୮ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଘରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ମେଡିକାଲ ଟିମକୁ ଆହୁରି ବଢାଯାଇଛି। ଘରକୁ ଘର ବୁଲି ବ୍ଲଡ଼ ସାମ୍ପୁଲ ସଂଗ୍ରହ କରୁଛନ୍ତି ମେଡି଼ାକଲ ଟିମ୍। ଯଦି କାହାର ପଜିଟିଭ ଜଣାପଡୁଛି ତାହେଲେ ସଙ୍ଗେସଙ୍ଗେ ଟ୍ରିଟମେଣ୍ଟ ଆରମ୍ଭ କରାଯାଉଛି। ସମସ୍ତ ରୋଗୀ ପ୍ରାୟ ୧୪ବର୍ଷରୁ କମ ତେଣୁ ଛୁଆ ମାନଙ୍କୁ ବାହାର ଖାଦ୍ୟ ନ ଦେବାକୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରମାର୍ଶ ଦିଆଯାଇଛି। ସାହରରେ ବିକ୍ରି ହେଉଥିବା ମୃଦୁ ପାନୀୟ ବେପାରୀମାନଙ୍କୁ ମଧ୍ୟ ମେଡିକାଲ ଟିମ ଯାଞ୍ଚ କରି ସେଠୁ ମଧ୍ୟ ନମୁନା ସଂଗ୍ରହ କରୁଛନ୍ତି ।

About The Author: The Sakala