ଗତକାଲି ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ୧୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର: ଗତକାଲି ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା । ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୧୪ ଜଣ ଆହତ ହୋଇଛନ୍ତି । ୮ ଗାଈଗୋରୁ ମୃତାହତ ହୋଇଥିବା ନେଇ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ଜିଲ୍ଲାରେ କେତେଜଣ ମୃତାହତ ହୋଇଛନ୍ତି ତାର ସୂଚନା ଜାରି କରାଯାଇଛି । ଏଥିସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ […]

ଭୁବନେଶ୍ୱର: ଗତକାଲି ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା । ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୧୪ ଜଣ ଆହତ ହୋଇଛନ୍ତି । ୮ ଗାଈଗୋରୁ ମୃତାହତ ହୋଇଥିବା ନେଇ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ଜିଲ୍ଲାରେ କେତେଜଣ ମୃତାହତ ହୋଇଛନ୍ତି ତାର ସୂଚନା ଜାରି କରାଯାଇଛି ।

ଏଥିସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଗାଈଗୋରୁଙ୍କ ମୃତ୍ୟୁ କ୍ଷେତ୍ରରେ ଆବଶ୍ୟକୀୟ ସହାୟତା ରାଶି ଦିଆଯିବ ବୋଲି ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି ।

About The Author: The Sakala