ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌ : ଅଳ୍ପକେ ବର୍ତ୍ତିଲେ ୮ ରୋଗୀ, ଆଶା କର୍ମୀ

କଲ୍ୟାଣସିଂହପୁର : ରାୟଗଡା ଠାରୁ କୋରାପୁଟ ଦେଇ ମାଲକାନଗିରି ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଥିବା ଜଣାପଡ଼ିଛି । ଆଜି କିଛି ରୋଗୀଙ୍କ ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଏକ ଅନନ୍ତ ଚକ୍ଷୁ ଚିକିତ୍ସାଳୟକୁ ଆମ୍ବୁଲାନ୍ସ (ରୋଗିବୁହା)ରେ ଆଣୁଥିବା ବେଳେ କାଣିପାଇ ନିକଟରେ ରେଳ ଲାଇନ ଦେଇ ଆସିବାକୁ […]

କଲ୍ୟାଣସିଂହପୁର : ରାୟଗଡା ଠାରୁ କୋରାପୁଟ ଦେଇ ମାଲକାନଗିରି ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଥିବା ଜଣାପଡ଼ିଛି । ଆଜି କିଛି ରୋଗୀଙ୍କ ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଏକ ଅନନ୍ତ ଚକ୍ଷୁ ଚିକିତ୍ସାଳୟକୁ ଆମ୍ବୁଲାନ୍ସ (ରୋଗିବୁହା)ରେ ଆଣୁଥିବା ବେଳେ କାଣିପାଇ ନିକଟରେ ରେଳ ଲାଇନ ଦେଇ ଆସିବାକୁ ପଡୁଛି ।

ଶିକରପାଇ ଓ ଭାଲୁମସ୍କା ଷ୍ଟେସନ ମଝିରେ ଥିବା ରେଳ ଲାଇନ ଦେଇ ଚକ୍ଷୁ ଆମ୍ବୁଲାନ୍ସ ଆସୁଥିବା ବେଳେ ହଟାତ ଏକ ମାଲବାହୀ ଟେନ ଆସି ଗାଡିକୁ ୧୦୦ମିଟର ପର୍ଯ୍ୟନ୍ତ ଘୋଷାରି ନେଇଯାଇଥିଲା କିନ୍ତୁ ଆମ୍ବୁଲାନ୍ସ ରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ୮ଜଣ ରୋଗୀଙ୍କୁ କିଛି ହୋଇନଥିବା ଜଣାପଡିଛି । ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ ଆମ୍ବୁଲାନ୍ସରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବଞ୍ଚି ଯାଇଛି । ପ୍ରକାଶ ଥାଉକିଉକ୍ତ ସ୍ଥାନରେ ପ୍ରାୟ ୩ଥର ଦୁର୍ଘଟଣା ଘଟିଲାଣି । ଉକ୍ତ ରେଳ ଲାଇନ ଉପରେ ଓଭର ବ୍ରିଜ ନଚେତ ତଳ ବ୍ରିଜ କରିବା ପାଇଁ ରେଳବାଇ ,ସାଂସଦ ଓ ବିଧାୟକ , ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ବାରମ୍ବାର ଲିଖିତ ଦେବାପରେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି ।

About The Author: The Sakala