ପରୀକୁ ନ୍ୟାୟ ଦେବା ବଦଳରେ ବିଜେପି ଅଭିଯୁକ୍ତ ସପକ୍ଷରେ ଓକିଲାତି କରି ହୀନ ରାଜନୀତି କରୁଛି : ବିଜେଡି

The Sakala Picture
Published On

ଭୁବନେଶ୍ୱର : ପରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଜେପି ମୁଖପାତ୍ରଲେଖାଶ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେଡି। ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି ଯେ  ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଯେତିକି ଆଶ୍ଚର୍ୟ୍ୟଜନକ ତାହାଠାରୁ ଅଧିକ ଯନ୍ତ୍ରଣାଦାୟକ । ସେ ଭୁଲି ଯାଉଛନ୍ତି ଯେ ପରୀ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ଏକ ଜଘନ୍ୟ ଅପରାଧ । ଏହି ଘଟଣାର ତଦନ୍ତ ତାଙ୍କ ଇଚ୍ଛା ଅନୁଯାୟୀ ନୁହେଁ, ବରଂ ବିଭିନ୍ନ ତଥ୍ୟ ପ୍ରମାଣକୁ ନେଇ କରାଯାଇଛି […]

ଭୁବନେଶ୍ୱର : ପରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଜେପି ମୁଖପାତ୍ରଲେଖାଶ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେଡି। ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି ଯେ  ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଯେତିକି ଆଶ୍ଚର୍ୟ୍ୟଜନକ ତାହାଠାରୁ ଅଧିକ ଯନ୍ତ୍ରଣାଦାୟକ । ସେ ଭୁଲି ଯାଉଛନ୍ତି ଯେ ପରୀ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ଏକ ଜଘନ୍ୟ ଅପରାଧ । ଏହି ଘଟଣାର ତଦନ୍ତ ତାଙ୍କ ଇଚ୍ଛା ଅନୁଯାୟୀ ନୁହେଁ, ବରଂ ବିଭିନ୍ନ ତଥ୍ୟ ପ୍ରମାଣକୁ ନେଇ କରାଯାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ସୁଶ୍ରୀ ସାହୁ କହିଛନ୍ତି ଯେ ପ୍ରଥମ ଦିନରୁ ଲକ୍ଷ୍ୟ କରାଯାଉଛି ଯେ ବିଜେପି ବିଶେଷକରି ଶ୍ରୀମତୀ ସାମନ୍ତସିଂହାର ତଦନ୍ତକୁ ବାଟବଣା ଲାଗି ଉଦ୍ୟମ କରିବା ସହିତ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ବ୍ୟକ୍ତିଗତ ସ୍ତରରେ ଅତ୍ୟନ୍ତ ଅଶାଳୀନ ଓ ଅପମାନଜନକ ଶବ୍ଦ ପ୍ରୟୋଗ କରୁଛନ୍ତି । ଏଭଳି ଆଚରଣ ଓ ଉଚ୍ଚାରଣ ପାଇଁ ତାଙ୍କୁ ଲଜ୍ଜା ଲାଗିବା କଥା । ଅତୀତରେ ରାଜ୍ୟ ରାଜନୀତିରେ କେବେ ହେଲେ ଏଭଳି ଶବ୍ଦ ବ୍ୟବହାର ଦେଖାଯାଇନଥିଲା, ଯାହାକି ଓଡିଆ ସଂସ୍କୃତି ଓ ନୀତିର ପରିପନ୍ଥୀ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

ଏହି ଘଟଣାରେ ଆମେ ପ୍ରଥମରୁ କହି ଆସୁଛୁ ଯେ ବିଜେପି ହାତରେ ଯଦି ସେଭଳି କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେମାନେ ତାହାକୁ ଏସ୍ଆ ଇଟି କିମ୍ବା ଅଦାଲତ ନିକଟରେ ଦାଖଲ କରନ୍ତୁ । ପ୍ରଥମେ ସେମାନେ ଏସ୍‌ଆଇଟିକୁ କୌଣସି ତଥ୍ୟ ପ୍ରମାଣ ଦେଲେ ନାହିଁ ବରଂ ଘଟଣାକୁ ରାଜନୀତି ରଙ୍ଗ ଦେଲେ । ଏବେ ଏହାର ଚାର୍ଜସିଟ୍ ହୋଇସାରିଛି । ଯଦି କିଛି ତଥ୍ୟ ପ୍ରମାଣ ଥାଏ ତେବେ ବିଜେପି ତାହା ଅଦାଲତରେ ମଧ୍ୟ ଦାଖଲ କରିପାରିବ । ମାତ୍ର ବିଜେପି ତାହା କରିବା ବଦଳରେ ଡାହା ମିଛ ଓ ମନଗଢା କଥା କହି କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାରେ ଲାଗିଛି । ଆମେ ତାଙ୍କୁ ପଚାରିବାକୁ ଚାହୁଁଛୁ ଯେ ଜଣେ ମହିଳା ହିସାବରେ ସେ କିଭଳି ପରୀ କ୍ଷେତ୍ରରେ ସାଂଘାତିକ ଅନ୍ୟାୟ କରୁଛନ୍ତି ଏବଂ ଏଭଳି ସ୍ପର୍ଶକାତର ଘଟଣାରେ ହୀନ ରାଜନୀତି କରୁଛନ୍ତି । ସେ ଏବଂ ବିଜେପିର ଅନ୍ୟ ନେତାମାନେ ଅତୀତର କୁନ୍ଦୁଲି ଓ ଟିକିରି ଭଳି ଏହି ଘଟଣାକୁ ମଧ୍ୟ ରାଜନୀତି ରଙ୍ଗ ଦେବାପାଇଁ ଉଦ୍ୟମ କରିଥିଲେ ।

ଆହୁରି ପଢ଼ନ୍ତୁ: ଶୀଘ୍ର ବିଦାୟ ନେବ ମୌସୁମୀ: ୧୯ରୁ ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ତଥାପି ଓଡ଼ିଶାରେ ପୁଣି ଫେରିବ ବର୍ଷା

ଆମେ ସମସ୍ତେ ଦେଖିଛେ ଯେ ଟିକିରି ଘଟଣାରେ କିଭଳି ସେମାନଙ୍କର ମିଥ୍ୟା ପ୍ରଚାର ଏବଂ ଦୋମୁହାଁ ନୀତି ଧରାପଡିଥିଲା ଏବଂ ଯେଉଁବ୍ୟକ୍ତିଙ୍କ ବିରୁଦ୍ଧରେ ସେମାନେ ଅଭିଯୋଗ କରୁଥିଲେ, ପରବର୍ତ୍ତୀ ସମୟରେ ତାଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢାଇଥିଲେ । ଅନୁରୂପ ଭାବେ କୁନ୍ଦୁଲି ଘଟଣାରେ ମଧ୍ୟ ମିଛର ପର୍ଦ୍ଦାଫାସ ହୋଇଥିଲା । ବିଭିନ୍ନ ସ୍ପର୍ଶକାତର ଓ ଜଘନ୍ୟ ଅପରାଧ ଘଟଣାରେ ବିଜେପି କିଭଳି ତଳ ସ୍ତରକୁ ଖସି ରାଜନୀତି କରେ ତାହା ଓଡିଶାବାସୀ ଦେଖିଆସୁଛନ୍ତି ଓ ଏଭଳି ଘୃଣ୍ୟ ରାଜନୀତି ପାଇଁ ରାଜ୍ୟବାସୀ ମଧ୍ୟ ସେମାନଙ୍କୁ ଉଚିତ୍‍ ଜବାବ ଦେଉଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର