ସେପ୍ଟେମ୍ବର ୧୩ରୁ ଯୁକ୍ତ ଦୁଇ ଇନ୍‍ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକଶିକ୍ଷା ଛାତ୍ରଛାତ୍ରୀଙ୍କ ଇନ୍‍ଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ପରୀକ୍ଷା ପାଇଁ ଅନ୍‍ଲାଇନ୍‍ ଫର୍ମପୂରଣ ପ୍ରକ୍ରିୟା ଅଗଷ୍ଟ ୨୨ରୁ ଆରମ୍ଭ ହେବ। ଫର୍ମ ପୂରଣ ପ୍ରକ୍ରିୟା ୨୪ତାରିଖ ମଧ୍ୟରେ ଶେଷ ହେବାକୁ ଥିବାବେଳେ ଅଗଷ୍ଟ ୨୫ ଏବଂ ୨୬ରେ ପରୀକ୍ଷା ଫର୍ମ ପୂରଣ ଫି’ ପୈଠ […]

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକଶିକ୍ଷା ଛାତ୍ରଛାତ୍ରୀଙ୍କ ଇନ୍‍ଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ପରୀକ୍ଷା ପାଇଁ ଅନ୍‍ଲାଇନ୍‍ ଫର୍ମପୂରଣ ପ୍ରକ୍ରିୟା ଅଗଷ୍ଟ ୨୨ରୁ ଆରମ୍ଭ ହେବ। ଫର୍ମ ପୂରଣ ପ୍ରକ୍ରିୟା ୨୪ତାରିଖ ମଧ୍ୟରେ ଶେଷ ହେବାକୁ ଥିବାବେଳେ ଅଗଷ୍ଟ ୨୫ ଏବଂ ୨୬ରେ ପରୀକ୍ଷା ଫର୍ମ ପୂରଣ ଫି’ ପୈଠ କରାଯିବ। ପ୍ରାକ୍ଟିକାଲ ନଥିବା ବିଷୟ ଲାଗି ୫୨୦ଟଙ୍କା ଫି ପୈଠ କରାଯିବାକୁ ଥିବାବେଳେ ବଟନୀ(ଉଦ୍ଭିଦ ବିଜ୍ଞାନ) ଏବଂ ଜୁଲୋଜୀ(ପ୍ରାଣୀ ବିଜ୍ଞାନ) ବିଷୟକୁ ବାଦ ଦେଇ ଅନ୍ୟ ଯେଉଁ ବିଷୟର ପ୍ରାକ୍ଟିକାଲ ଲାଗି ୫୬୦ଟଙ୍କା ଦାଖଲ କରିବାକୁ ପଡ଼ିବ।

ସେହିପରି ଅନ୍ୟ ପ୍ରାକ୍ଟିକାଲ୍‍ ବିଷୟ ଲାଗି ୬୦୦ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ତେବେ ପିଲାଙ୍କ ଥିଓରୀ ପରୀକ୍ଷା ସେପ୍ଟେମ୍ବର ୧୩ ଓ ପ୍ରାକ୍ଟିକାଲ୍‍ ପରୀକ୍ଷା ୧୪ ତାରିଖରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। କେବଳ ବାୟୋଲଜି ଲାଗି ୨୦ମିନିଟ୍‍ ଅତିରିକ୍ତ ଭାବେ ସମୟ ଦିଆଯିବ। ତେବେ ଚଳିତବର୍ଷ ଏହି ପରୀକ୍ଷା ଲାଗି ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ପ୍ରାୟ ୧୬୦୦ ମଧ୍ୟରେ ରହିଛି। ପରୀକ୍ଷା ଶେଷ ହେବା ପରେ ସେପ୍ଟେମ୍ବର ୨୫ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala