ଆଜିଠୁ +୩ ପାଠ୍ୟକ୍ରମ ପାଇଁ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ସ୍ନାତକ(+୩) ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ସାମ୍ସ ଜରିଆରେ ଅପରାହ୍ଣ ୨ଟାରୁ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିବେ। ଜୁଲାଇ ୪ତାରିଖ ଯାଏଁ ଆବେଦନ ହେବାକୁ ଥିବା ବେଳେ ୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମ ସଂଶୋଧନ କରି ପାରିବେ। ତେବେ ଜୁଲାଇ ୧୪ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୫ରୁ ୧୭ ତାରିଖ ମଧ୍ୟରେ ପ୍ରଥମ […]

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ସ୍ନାତକ(+୩) ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ସାମ୍ସ ଜରିଆରେ ଅପରାହ୍ଣ ୨ଟାରୁ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିବେ। ଜୁଲାଇ ୪ତାରିଖ ଯାଏଁ ଆବେଦନ ହେବାକୁ ଥିବା ବେଳେ ୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମ ସଂଶୋଧନ କରି ପାରିବେ। ତେବେ ଜୁଲାଇ ୧୪ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୫ରୁ ୧୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.in ମାଧ୍ୟମରେ ପାଇ ପାରିବେ। +୩ ସହିତ ପିଲାମାନେ ଇଣ୍ଟିଗ୍ରେଟେଡ୍‌‌ ବିଇଡି ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପାଇଁ ଆବେଦନ କରିବେ। ଚଳିତ ବର୍ଷ +୩ରେ ୧୦୪୨ଟି ଶିକ୍ଷାନୁଷ୍ଠାନର ୨,୭୦,୩୪୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ।

କଳାରେ ୧,୫୧,୯୦୨ଟି ସିଟ୍‌‌ରେ ଛାତ୍ରଛାତ୍ରୀ ନାମଲେଖାଇବାକୁ ଥିବାବେଳେ ଫିଜିକାଲ୍‌‌ ସାଇନ୍ସରେ ୪୬,୧୩୯, ଲାଇଫ୍‌‌ ସାଇନ୍ସରେ ୨୮,୬୯୨, ବାଣିଜ୍ୟରେ ୩୨,୩୮୦, ସେଲ୍‌ଫ ଫାଇନାନିଂରେ ୨୦୮୬, ଓ ସଂସ୍କୃତରେ ୯,୧୪୮ ସିଟ୍‌‌ରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ।

About The Author: The Sakala