ରବିବାର ଜମିବ ନୂଆବର୍ଷ ଭୋଜି: ରାଜଧାନୀରେ ୩୦୦ଟନ୍‌‌ ଖାସି ମାଂସ ବିକ୍ରି ଲକ୍ଷ୍ୟ, ମାସକ ଆଗରୁ ହୋଇଛି ବରାଦ

ଭୁବନେଶ୍ୱର: ଇଂରାଜୀ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ବର୍ଷର ଆରମ୍ଭକୁ ନିଜ ମନମୁତାବ ଭାବେ ସ୍ୱାଗତ କରିବେ। ଏହି ଦିନରେ କିଏ ତୀର୍ଥ ସ୍ଥାନ ଭ୍ରମଣ କରିବାକୁ ମନସ୍ଥ କରିଛି ତ ଆଉ କେହି ବିଭିନ୍ନ ପର୍ଯ୍ୟଟନସ୍ଥଳରେ ସାଙ୍ଗସାଥୀ ବା ପରିବାର ସହ ସମୟ ବିତାଇବେ। କିନ୍ତୁ ନୂଆବର୍ଷ ଉପଲକ୍ଷେ ପ୍ରଥମ ଚଏସ୍‌‌ ଥାଏ ଭୋଜି। ଘରେ ହେଉ ଅବା ବଣଭୋଜି ପାଇଁ ପୂର୍ବରୁ ପ୍ରସ୍ତୁତି […]

ଭୁବନେଶ୍ୱର: ଇଂରାଜୀ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ବର୍ଷର ଆରମ୍ଭକୁ ନିଜ ମନମୁତାବ ଭାବେ ସ୍ୱାଗତ କରିବେ। ଏହି ଦିନରେ କିଏ ତୀର୍ଥ ସ୍ଥାନ ଭ୍ରମଣ କରିବାକୁ ମନସ୍ଥ କରିଛି ତ ଆଉ କେହି ବିଭିନ୍ନ ପର୍ଯ୍ୟଟନସ୍ଥଳରେ ସାଙ୍ଗସାଥୀ ବା ପରିବାର ସହ ସମୟ ବିତାଇବେ। କିନ୍ତୁ ନୂଆବର୍ଷ ଉପଲକ୍ଷେ ପ୍ରଥମ ଚଏସ୍‌‌ ଥାଏ ଭୋଜି। ଘରେ ହେଉ ଅବା ବଣଭୋଜି ପାଇଁ ପୂର୍ବରୁ ପ୍ରସ୍ତୁତି ଶେଷ ହୋଇଥାଏ। ପ୍ରାୟ ପ୍ରତିବର୍ଷ ବାର ସାଙ୍ଗକୁ ତାଳ ଦେଇ ପଡ଼ିଥାଏ ବଡ଼ଦିନ ଏବଂ ନୂଆବର୍ଷ। ହେଲେ ଚଳିତ ବର୍ଷ ସୋମବାରରେ ପଡ଼ିଛି ନୂଆବର୍ଷ। ତଥାପି ଆମିଷ ଟାକିଆଙ୍କ ଖୁସି ବା ଉତ୍କଣ୍ଠା କମିନି। କାରଣ ପୂର୍ବଦିନ ଅର୍ଥାତ୍‌‌ ରବିବାର ଜମିବ ଭୋଜି ଆସର। ଏ

ଥିପାଇଁ ମଟନ୍‌‌ ବ୍ୟବସାୟୀଙ୍କ ନିକଟରେ ବରାଦ ବି ଦିଆ ସରିଲାଣି। ପ୍ରତିବର୍ଷ ନୂଆବର୍ଷ ଆସିଲେ ପିଲା ଠୁ ବୟସ୍କ ଅବା ଧନୀ ଠାରୁ ଗରୀବ ସମସ୍ତଙ୍କ ମଧ୍ୟରେ ଏକ ନୂଆ ଆଶା ଓ ଉଦ୍ଦୀପନା ଭରି ରହିଥାଏ। ଯଦିଓ ଡିସେମ୍ବର ମାସ ଆରମ୍ଭରୁ ବିଭିନ୍ନ ସ୍ଥାନରେ ବଣଭୋଜି ଓ ପିକନିକ୍‌‌ ଆରମ୍ଭ ହୋଇଥାଏ ତଥାପି ନୂଆବର୍ଷରେ ଭୋଜିର ମଜା ଟିକେ ନିଆରା। ଆଉ ନୂଆବର୍ଷ ପ୍ରଥମ ତାଲିକାରେ ରହିଥାଏ ମଟନ୍‌‌ ବା ଖାସିମାଂସ। ଏଥିପାଇଁ ସ୍ଥାନ ଓ ପ୍ରସ୍ତୁତି ବି ଶେଷ ହୋଇଥାଏ। ସାଧାରଣତଃ ଭୋଜିରେ ଆମିଷକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ମଟନ୍‌‌ ସାଙ୍ଗକୁ ଚିକେନ୍‌‌, ଚିଙ୍ଗୁଡ଼ି, ମାଛ ଆଦି ଆଇଟମ୍‌‌ ଉପରେ ବି ଗୁରୁତ୍ୱ ଦିଆଯାଏ। କିନ୍ତୁ ଏଥର ନୂଆବର୍ଷରେ ମଟନ ଉପରେ ଅଧିକ ମାଡ଼ ହେବ ବୋଲି ମଟନ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସେଥିପାଇଁ ମାସକ ଆଗରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଛେଳି ଆମଦାନୀ ପାଇଁ ବରାଦ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କର୍ପୋରେଟ୍‌‌ ସଂସ୍ଥା, ସରକାରୀ ଓ ବେସରକାରୀ କର୍ମଚାରୀ, ମହିଳା ଗୋଷ୍ଠୀଙ୍କ ସମେତ ଶହ ଶହ ସଂଖ୍ୟାରେ ହୋଟେଲ ଓ ରେସ୍ତୋରାଁ ପକ୍ଷରୁ ବି ଖାସିମାଂସ ପାଇଁ ବରାଦ ଦିଆଯାଇଛି। ସହରର ପ୍ରମୁଖ ମାର୍କେଟ୍‌‌ ୪ନମ୍ବର ଆମିଷ ମାର୍କେଟ, ୧ନମ୍ବର ମାଛ ମାର୍କେଟ୍‌‌, ବଡ଼ଗଡ଼ ମାଛ ମାର୍କେଟ୍‌‌, ଡମଣା ମାଛ ମାର୍କେଟ୍‌‌, ଡମଣା ଆଦି ଆମିଷ ମାର୍କେଟରେ ପୂର୍ବରୁ ବରାଦ ଦିଆଯାଇଥିବା ସୂଚନା ରହିଛି। ଏଥିପାଇଁ ରବିବାର ବ୍ୟବସାୟୀମାନେ ସକାଳ ୬ଟାରୁ ବ୍ୟବସାୟ ଆରମ୍ଭ କରିବାର ଯୋଜନା ରହିଛି। ଗ୍ରାହକଙ୍କ ଚାହିଦାକୁ ଆଖିଆଗରେ ରଖି ବ୍ୟବସାୟୀମାନେ ମଧ୍ୟ ଅଧିକ ପରିମାଣରେ ଖାସି ଆମଦାନୀ କରିଛନ୍ତି। ବଲାଙ୍ଗିର, କଳାହାଣ୍ଡି, ବେଙ୍ଗଲ, କାକଟପୁର, ନିମାପଡ଼ା ଆଦି ସ୍ଥାନରୁ ଖାସି ଆମଦାନୀ ପାଇଁ ବରାଦ କରାଯାଇଛି। ତେବେ ନୂଆବର୍ଷରେ ରାଜଧାନୀରେ ୩୦୦ଟନ୍‌‌ରୁ ଊର୍ଦ୍ଧ୍ବ ଖାସି ମାଂସ ବ୍ୟବସାୟ ହେବା ଲକ୍ଷ୍ୟ ରହିଥିବା ୪ନମ୍ବର ହାଟ ଖାସି ମାଂସ ବ୍ୟବସାୟୀ ସଂଘର ସଭାପତି ସେକ୍‌‌ ସର୍ଜନ୍‌‌ କହିଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରାୟ ୫୦୦ ଖାସି ମାଂସ ବ୍ୟବସାୟୀ ନିଜର ଦୋକାନରେ ବ୍ୟବସାୟ କରୁଛନ୍ତି। ଖାସି ମାଂସ କିଲୋ ପିଛା ଦର ୭୫୦ରୁ ୮୦୦ଟଙ୍କା ରହିଛି। ତେବେ କୌଣସି ବ୍ୟବସାୟୀ ମନଇଚ୍ଛା ଅଧିକ ଦର ବୃଦ୍ଧି କରିପାରିବେ ନାହିଁ ବୋଲି ସେ କହିଛନ୍ତି। ସେହିପରି ଚିକେନ୍‌‌, ଚିଙ୍ଗୁଡ଼ି, କଙ୍କଡ଼ା ଓ ମାଛ ମଧ୍ୟ ଭଲ ବିକ୍ରି ହେବ ବୋଲି ଆଶା ରହିଛି।

ଶେଷ ପର୍ଯ୍ୟାୟରେ ଜିରୋ ନାଇଟ୍‌‌ ପ୍ରସ୍ତୁତି, ଡିଜେ ସାଙ୍ଗକୁ ଅନ୍‌‌ଲିମିଟେଡ୍‌‌ ଫୁଡ଼ ଓ ଡ୍ରିଙ୍କ୍‌‌ର ମଜା ନେବେ ଗ୍ରାହକ
ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଚାହିଁ ରହିଛନ୍ତି ସମସ୍ତେ। ତେବେ ଏଥିପାଇଁ ବିଶେଷ କରି ଯୁବପିଢ଼ୀମାନେ ଉତ୍କଣ୍ଠିତ ହୋଇଛନ୍ତି। ନୂଆ ବର୍ଷକୁ ସମସ୍ତେ ଭିନ୍ନ ଭିନ୍ନ ଉପାୟରେ ସ୍ୱାଗତ କରିଥାନ୍ତି। ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସ୍ୱାଗତ କରିବାକୁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌‌। ମାସକ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀର ବିଭିନ୍ନ ବାର ଓ ରୋସ୍ତାରାଁ। ସେହିପରି ବିଭିନ୍ନ ସୋଇଟି ଓ ଆପାର୍ଟମେଣ୍ଟ ଗୁଡ଼ିକରେ ମଧ୍ୟ ଗ୍ରାଣ୍ଡ୍‌‌ ସେଲିବ୍ରେସନ୍‌‌ର ଆୟୋଜନ କରାଯାଉଛି। କକଟେଲ, ମକଟେଲ ସହିତ ଡିଜେ ସାଉଣ୍ଡରେ ଝୁମିବେ ରାଜଧାନୀବାସୀ। ରାଜଧାନୀରେ ଥିବା ବଡ଼ବଡ଼ ଷ୍ଟାର ହୋଟେଲରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। ଉଭୟ ପୁରୁଷ ଓ ମହିଳାମାନେ ଏଠାରେ ଟିକଟ୍‌‌ ବକୁିଂ କରି ପ୍ରବେଶ କରିବା ସହ ଅନଲିମିଟେଡ ଖାଇବାର ମଜା ନେବେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜିରୋ ନାଇଟ୍‌‌ର ମଜା ନେବାକୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ହୋଟେଲ ଗୁଡ଼ିକରେ ଟିକ୍‌‌ ବୁକିଂ। କେଉଁଠି ବଲିଉଡ, ଓଲିଉଡ୍‌‌ ସିନେ ଷ୍ଟାର ଜିରୋ ନାଇଟ୍‌‌ର ସେଲିବ୍ରେସନକୁ ଅଧିକ ଆକର୍ଷଣୀୟ କରିବେ ତ ଆଉ କେଉଁଠି ନାମୀ କଣ୍ଡଶିଳ୍ପୀଙ୍କ ସଙ୍ଗୀତରେ ଝୁମିବେ ସମସ୍ତେ। ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଗୁଡ଼ିକ ପକ୍ଷରୁ ଆକର୍ଷଣୀୟ ଡିଜାଇନ୍‌‌ରେ ସଜ୍ଜିତ ହୋଇଛି ହୋଟେଲ ଏବଂ ରେଷ୍ଟୁରାଣ୍ଟ।

About The Author: The Sakala