ପ୍ରଥମ ଥର ପାଇଁ ମୁଁହ ଖୋଲିଲେ ସୁମିତ: କହିଲେ ମୁଁ ଫେରାର ହୋଇନି, ହାଇଲାଇଟ୍‌ ହେବା ପାଇଁ ମୋ ପରିବାରକୁ ବଦନାମ କରୁଛନ୍ତି ତପସ୍ୱିନୀ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ । ନିଖୋଜ କୁହାଯାଉଥିବା ପତି ସୁମିତଙ୍କର ଆସିଲା ଅଡିଓ । ନିଜେ ଅଡିଓ ରିଲିଜ କରିଛନ୍ତି ସୁମିତ । ସୁମିତ କହିଛନ୍ତି ଯେ ମୋର କିଡନାପ ହୋଇନାହିଁ କି ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ […]

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ । ନିଖୋଜ କୁହାଯାଉଥିବା ପତି ସୁମିତଙ୍କର ଆସିଲା ଅଡିଓ । ନିଜେ ଅଡିଓ ରିଲିଜ କରିଛନ୍ତି ସୁମିତ । ସୁମିତ କହିଛନ୍ତି ଯେ ମୋର କିଡନାପ ହୋଇନାହିଁ କି ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ ପାଇଁ ତପସ୍ୱିନୀ  ମିଡିଆ ଆଗରେ ମୋ ପରିବାରକୁ ବଦନାମ କରିଚାଲିଛନ୍ତି। ଯାହା ମତେ ଆହୁରି ମାନସିକ ଚାପ ଦେଉଛି ବୋଲି ଅଡିଓ ବାର୍ତ୍ତାରେ ସୁମିତ କହିଛନ୍ତି।

ଗତ ୧୦ ତାରିଖରୁ ଗାଏବ ଥିବା ଡାକ୍ତର ସୁମିତ ସାହୁ ନିଜର ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏଥିରେ ସୁମିତ କହିଛନ୍ତି ଯେ ସେ ଫେରାର ହୋଇନାହାନ୍ତି ବରଂ ଅସୁସ୍ଥତା ପାଇଁ ବିଶ୍ରାମ ନେଉଛନ୍ତି। ଏଥିପାଇଁ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅସୁସ୍ଥତା ଥିବାରୁ ତପସ୍ୱିନୀ ଦାଶଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜ ମନେ କରିଥିବା କହିଛନ୍ତି। ଅସୁସ୍ଥ ଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ସାଙ୍ଗସାଥୀଙ୍କ ଜରିଆରେ ଭଡ଼ା ଘର ଖୋଜୁଛନ୍ତି ବୋଲି କହିଛନ୍ତି।ଆଶା କରୁଛି ଶୀଘ୍ର ଘର ମିଳିବ ବୋଲି ।ମୁଁ ଯାହାବି ଏଲିଗେସନ ଶୁଣିବାକୁ ପାଉଛି ସବୁ ମିଛ କେବଳ ମୋ ନାମ କୁ ତଳେ ପକାଇବାପାଇ ଅପଚେଷ୍ଟା ଚଲେଇଛନ୍ତି ତପସ୍ୱିନୀ ।

କୋର୍ଟଙ୍କ ନିର୍ଦେଶ କ୍ରମେ ଦୁହେଁ ୭ ଦିନ ଏକାଠି ସମୟ ବିତାଇଥିଲୁ କିନ୍ତୁ ଦୁଇଜଣଙ୍କ ସମ୍ପର୍କ ଆଗକୁ ବଢିନି କି କିଛି ଠିକ ହୋଇନାହିଁ । ଯାହା ବି ପ୍ରବ୍ଲେମ ଫେସ କଲି ତପସ୍ପିନି ଯୋଗୁଁ ସେ ସବୁ ଆଇ.ଆଇ.ସି ଆସିକାଙ୍କ ମାଧ୍ୟମରେ SDJM କୋର୍ଟ କୁ ଜଣାଇଛି । ସେକଣ୍ଡ ଅର୍ଡରରେ ମାନ୍ୟବର କୋର୍ଟ ଲିବଟ୍ରି ଦେଇଛନ୍ତି କାହାକୁ ଜୁଡିସିଅସ ରଖିନାହାନ୍ତି । ଏମିତି ତ ମୋ ଲାଇଫ ବର୍ବାଦ କରିଦେଲେଣି ତପସ୍ୱିନୀ ଆହୁରି କରି ଚାଲିଛନ୍ତି । ଏସବୁ ମିଛ ଏଲିଗେସନ ଲଗାଇ ଚାଲିଛନ୍ତି । ଯେହେତୁ ସେ ଜଣେ ମହିଳା ତେଣୁ ତାଙ୍କ ପ୍ରତି ପବ୍ଲିକ ସିମ୍ପାଥି ରହୁଛି ଏବଂ ଯାହାର ଫାଇଦା ନେଇ ସେ  ଏମିତି କରୁଛନ୍ତି । ପର୍ସନାଲ ଲାଇଫ କୁ ମିଡିଆ ରେ ଦେଖାଇକି ପବ୍ଲିସିଟି ପାଇଁ ଏମିତି କରୁଛନ୍ତି । ମୋତେ ଆଉ ମୋ ଫାମିଲି କୁ ମିଡିଆ ସାମ୍ନାରେ ଖରାପ କହିଲା ପରେ ବି ମୋ ସହିତ କାହିଁକି ରହିବା ପାଇଁ ଚାହୁଁଛନ୍ତି । କେଶ କଲା ପରେ ବି କାହିଁକି ରହିବାକୁ ଚାହୁଁଛନ୍ତି । ଏଟା କିଛି ନାହିଁ କଂଫେରେନ୍ସି ଚାଲିଛି ଆମକୁ ହାରସ କରିବା ପାଇଁ। ଆମ ପ୍ରେଷ୍ଟିଜ କୁ ନଷ୍ଟ କରିବା ପାଇଁ । ମୁଁ ତପସ୍ୱିନୀ କୁ ରିକୁଏସ୍ଟ କରୁଛି ମିଡିଆ ସାମ୍ନାରେ ଲୋକଙ୍କ ସାମ୍ନାରେ ଶାଳୀନତା ରଖନ୍ତୁ । ମୋତେ ଡାଇରିଆ କି ମେଲେରିଆ ଯାହାବି ତାହା ଡକ୍ଟର ବୁଝୁଛନ୍ତି ସେ ବିଶେଷ ଚିନ୍ତା କରିବା ଦରକାର ନାହିଁ ।

ତପସ୍ୱିନୀ ନିଜକୁ ଏତେ ଏଜୁକେଟେଡ଼ କହୁଛନ୍ତି ଏତିକି ଜାଣିବା କଥା ହେଲଥ କଣ୍ଡିସନ କୁ ନେଇକି ମଜା କରିବାଟା ଠିକ ନୁହଁ । ମୁଁ ତପସ୍ୱିନୀଙ୍କ ଦ୍ଵାରା ପରିଚାଳିତ ନୁହେଁ। ଯେ ତାକୁ ପଚାରି ସବୁ ଜିନିଷ କରିବି ମୋର  ସ୍ବାଧୀନତା ଅଛି । ମୋର ଫଣ୍ଡମେଣ୍ଟାଲ ରାଇଟ୍ସ ଅଛି । ଶେଷରେ ଏତିକି  କହିବାକୁ ଚାହେଁ ବିନା କାରଣ ରେ ମିଡିଆ ସାମ୍ନାରେ ବସି ଅପମାନ କରିବାଟା ମାନହାନି କରିବାଟା କେତେଦୂର ଠିକ ସେ ନିଜେ ରିଏଲାଇଜ କରନ୍ତୁ ବୋଲି ସୁମିତ କହିଛନ୍ତି।

ସୂଚନାଯୋଗ୍ୟ, ଶାଶୁଘର ଲୋକେ ଗ୍ରହଣ କରିବା ଦାବିରେ ତପସ୍ୱିନୀ ଘର ଆଗରେ ବସିବା ସହ ମାଣ ବସାଇ ଥିଲେ । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲା କୋର୍ଟକୁ ଯାଇଥିଲା । ଏହାର ବିଚାର କରି ୭ ଦିନ ଭଡା ଘର ନେଇ ରହିବାକୁ କୋର୍ଟ ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ସୁମିତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପତିପତ୍ନୀ ୭ ଦିନ ରହିବା ପରେ ଆଉ ୭ ଦିନ ଏକାଠି ରହିବାକୁ କୋର୍ଟ କହିଥିଲେ । ପରେ ସୁମିତ କେଉଁଆଡେ ଚାଲି ଯାଇଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ । ଯାହାକୁ ନେଇ ଚର୍ଚ୍ଚା ସରି ନଥିବା ବେଳେ ସୁମିତଙ୍କ ଅଡିଓ ଆସିଛି ।

About The Author: The Sakala