ନୟାଗଡ଼: ନୟାଗଡ଼ ଟାଉନଥାନା ଅଞ୍ଚଲରେ ଚୋରୀ, ଡକାୟତୀ ଓ ଲୁଟ ଚରମ ସ୍ଥିତିରେ ପହଞ୍ଚିଛି । ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଗତକାଲି କଳା ପଲସର ଆତଙ୍କ ସାମ୍ନାକୁ ଆସିଥିବା ବେଳେ ଆଜି ଜଣେ ମହିଳା ଇନ୍ସିପେକ୍ଟର ମନୋରମା ମଲ୍ଲିକଙ୍କ ବେକରୁ ସୁନାଚେନ୍ ଲୁଟ ହେବା ଘଟଣା ସାମ୍ନାକୁ ଆସିଛି । ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଡାକ୍ତରଖାନା ପଛ ପାଖରେ ଥିବା ପୁଲିସ କ୍ୱାର୍ଟରକୁ ଯିବା ସମୟରେ ଶବ ବ୍ୟବଚ୍ଛେଦ ଗୃହ ଆଗରେ ତାଙ୍କଠାରୁ ଲୁଟ ହୋଇଛି । ମହିଳା ଇନ୍ସିପେକ୍ଟର ଜଣଙ୍କ ନିଜ ଘରକୁ ଯିବା ସମୟରେ ବ୍ଲୁ କଲର ପଲସର ବାଇକରେ ଦୁଇ ଜଣ ଦୁବୁର୍ତ୍ତ ଆସି ତାଙ୍କୁ ଧକ୍କା ଦେଇଥିଲେ । ସେ ଗାଡ଼ିରୁ ତଳେ ପଡ଼ିଯିବା ସମୟରେ ତାଙ୍କ ବେକରୁ ଚେନ୍ ଛିଣ୍ଡାଇ ନେଇ ଯାଇଥିଲେ । ଏନେଇ ଶ୍ରୀମତି ମଲ୍ଲିକ ଟାଉନଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଇନ୍ସପେକ୍ଟର ଶ୍ରୀମତି ମଲ୍ଲିକ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ କିଛିଦିନ ତଳେ ତାଙ୍କର ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି ।
ପଲସର ଗାଡ଼ିରେ ଆସି ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନାଚେନ୍ ଝାମ୍ପିନେଲେ ଦୁର୍ବୁତ୍ତ
ନୟାଗଡ଼: ନୟାଗଡ଼ ଟାଉନଥାନା ଅଞ୍ଚଲରେ ଚୋରୀ, ଡକାୟତୀ ଓ ଲୁଟ ଚରମ ସ୍ଥିତିରେ ପହଞ୍ଚିଛି । ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଗତକାଲି କଳା ପଲସର ଆତଙ୍କ ସାମ୍ନାକୁ ଆସିଥିବା ବେଳେ ଆଜି ଜଣେ ମହିଳା ଇନ୍ସିପେକ୍ଟର ମନୋରମା ମଲ୍ଲିକଙ୍କ ବେକରୁ ସୁନାଚେନ୍ ଲୁଟ ହେବା ଘଟଣା ସାମ୍ନାକୁ ଆସିଛି । ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଡାକ୍ତରଖାନା ପଛ ପାଖରେ ଥିବା ପୁଲିସ କ୍ୱାର୍ଟରକୁ ଯିବା ସମୟରେ ଶବ […]