ଲୋକଙ୍କ ପାଖରେ ପହଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ମୋ ଘର ଯୋଜନା

ଖଣ୍ଡପଡ଼ା:  ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଗରିବ ପରିବାରକୁ ଛାତ ଘର ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ମୋ ଘର ଯୋଜନା। ଏହି ଯୋଜନାରେ ଗରିବ ପରିବାରର ଲୋକଙ୍କୁ ବ୍ୟାଙ୍କ ମାଧ୍ୟମରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଖଣ୍ଡପଡ଼ା ବ୍ଲକ ବିଡ଼ିଓ ଅରୁଣିମା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋ ଘର ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ବ୍ଲକ ପ୍ରଶାସନ ତରଫରୁ […]

ଖଣ୍ଡପଡ଼ା:  ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଗରିବ ପରିବାରକୁ ଛାତ ଘର ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ମୋ ଘର ଯୋଜନା। ଏହି ଯୋଜନାରେ ଗରିବ ପରିବାରର ଲୋକଙ୍କୁ ବ୍ୟାଙ୍କ ମାଧ୍ୟମରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଖଣ୍ଡପଡ଼ା ବ୍ଲକ ବିଡ଼ିଓ ଅରୁଣିମା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋ ଘର ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ବ୍ଲକ ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟର ୪ଜଣ ହିତାଧିକାରୀଙ୍କୁ ଋଣ ସହାୟତା ରାଶି ପ୍ରଦାନ କରାଯାଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ବ୍ଲକ ପରିସର ବିଡ଼ିଓଙ୍କ ପ୍ରକୋଷ୍ଠରେ ବିଡ଼ିଓ ଶ୍ରୀମତୀ ସାହୁ, ଏବିଡ଼ିଓ ସୁବାସ ଚନ୍ଦ୍ର ସେଠୀ, ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ ଏବଂ ଖଳିସାହି ସରପଞ୍ଚ ଫକୀର ମୋହନ ଦାସ ପ୍ରମୁଖ ଉପସ୍ଥିତ ରହି ଖଳିସାହି ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ଅଜୟ କୁମାର ସାହୁଙ୍କୁ ୩ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିବା ବେଳେ ଖଣ୍ଡପଡ଼ା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ବୈକୁଣ୍ଠ ନାଥ ବେହେରା, ମନୋଜ କୁମାର ଦାସଙ୍କୁ ୩ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି।

ସେହିଭଳି ଭାବେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ପୁଆଣିଆ ଶାଖା ପକ୍ଷରୁ ନାରାୟଣ ମହାପାତ୍ର ଙ୍କୁ ୩ଲକ୍ଷ ଟଙ୍କା ର ଚେକ ପ୍ରଦାନ କରାଯାଇଛି। ବ୍ଲକ ପ୍ରକଳ୍ପ ନିର୍ଦ୍ଦେଶକ ଶିତାକାନ୍ତ ପଣ୍ଡା ଉପସ୍ଥିତ ରହି ମୋ ଘର ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ବ୍ଲକ ପ୍ରକଳ୍ପ ସହାୟିକା ସୋନାଲି ପ୍ରଧାନ ଯୋଗଦେଇ ମୋ ଘର ଯୋଜନାରେ ଆବେଦନ କରି କେଉଁଭଳି ବ୍ୟାଙ୍କ ଋଣ ସହାୟତା ପାଇ ଛାତ ନିର୍ମାଣ କରିପାରିବେ ସେ ଦିଗରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଖଣ୍ଡପଡ଼ା ଶାଖାର ପରିଚାଳକ ବିମଳରାମ ସାହୁ, ସହକାରୀ ଶାଖା ପରିଚାଳକ ମନମୋହନ ଦେବତା ଏବଂ କ୍ଷେତ୍ର ସହାୟକ ଜ୍ଞାନ ରଞ୍ଜନ ଜେନା ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ପୁଆଣିଆ ଶାଖାର ପରିଚାଳକ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଆଗାମୀ ଦିନରେ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ମୋ ଘର ଯୋଜନାରେ ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

About The Author: The Sakala