ରାଜଧାନୀରେ ବୁଲିବ ’ଦୟା ରଥ’ : ବାଣ୍ଟିବ ପୁରୁଣା ବ୍ୟବହାର ଯୋଗ୍ୟ କପଡା

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ରେ ବୁଲିବ ଦୟା ରଥ, ବାଣ୍ଟିବ ପୁରୁଣା କପଡା। ଶ୍ରଦ୍ଧା ଏବଂ ଦୟାଭାବ ଯୁକ୍ତ ବ୍ୟକ୍ତି ବ୍ୟବହାର ଯୋଗ୍ୟ ପୁରୁଣା କପଡା ଦାନ କରିବା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ଯାଉଛି ବିଏମସି। ଏହି ଉଦ୍ଦେଶ୍ୟରେ ବି ଏମ୍ ସି ତରଫରୁ ଏକ ବସ୍ କୁ ସ୍ଵତନ୍ତ୍ର ଢଙ୍ଗରେ ପ୍ରସ୍ତୁତ କରାଯାଇ ଏହାକୁ ଚିତ୍ରିତ କରାଯାଇଅଛି । ଏହାକୁ ହୁଇଲ୍ ଅଫ୍ କାଇଣ୍ଡନେସ୍ ବା ‘ଦୟା ରଥ’ ଭାବେ ନାମିତ କରାଯାଇଛି । ଏହି […]

ଭୁବନେଶ୍ବର : ରାଜଧାନୀ ରେ ବୁଲିବ ଦୟା ରଥ, ବାଣ୍ଟିବ ପୁରୁଣା କପଡା। ଶ୍ରଦ୍ଧା ଏବଂ ଦୟାଭାବ ଯୁକ୍ତ ବ୍ୟକ୍ତି ବ୍ୟବହାର ଯୋଗ୍ୟ ପୁରୁଣା କପଡା ଦାନ କରିବା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ଯାଉଛି ବିଏମସି। ଏହି ଉଦ୍ଦେଶ୍ୟରେ ବି ଏମ୍ ସି ତରଫରୁ ଏକ ବସ୍ କୁ ସ୍ଵତନ୍ତ୍ର ଢଙ୍ଗରେ ପ୍ରସ୍ତୁତ କରାଯାଇ ଏହାକୁ ଚିତ୍ରିତ କରାଯାଇଅଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଏହାକୁ ହୁଇଲ୍ ଅଫ୍ କାଇଣ୍ଡନେସ୍ ବା ‘ଦୟା ରଥ’ ଭାବେ ନାମିତ କରାଯାଇଛି । ଏହି ଗାଡ଼ିରେ ସଂଗୃହିତ ପୋଷାକ ଗୁଡ଼ିକୁ ପରିଷ୍କାର କରି ଅସହାୟ ଲୋକମାନଙ୍କୁ ବଣ୍ଟନ କରାଯିବ।  ଏପରିକି ଏହି ପୋଷାକ ଗୁଡିକୁ ଟ୍ରାଏଲ୍ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏହି ଦୟା ରଥକୁ  ଯୋଜନାବଦ୍ଧ ଭାବେ ସହରର ବିଭିନ୍ନ ଚିହ୍ନିତ ସ୍ଥାନକୁ ଯାଇ ପୋଷାକ ବଂଟନ କରିବାର ବ୍ୟବସ୍ଥା କରାଯାଇଛି । କିଛି ଦିନ ତଳେ ଏଥିପାଇଁ ଏକ ସେଚ୍ଛାସେବୀକୁ ଚୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା

ସଂଗୃହୀତ ପୋଷାକକୁ ସ୍ଵତନ୍ତ୍ର ଭାବେ ପରିଷ୍କାର ଓ ଆଇରନ୍ କରି ଏହାକୁ ସ୍ୱତନ୍ତ୍ର ଢଙ୍ଗରେ ବଂଟନ କରିବା ଦାୟିତ୍ବ ଏହି ସଂଗଠନ ନେବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି । ମଧୁସୂଦନ ନଗରରେ ଏଥିପାଇଁ ବି ଏମ୍ ସି ତରଫରୁ ଏକ ସ୍ଥାନ ଚିହ୍ନଟ କରାଯାଇଛି । ଯେଉଁଠାରେ ସଂଗୃହୀତ ବ୍ୟବହାରଯୋଗ୍ୟ ପୋଷାକ ଗୁଡ଼ିକୁ ବଂଟନ ନିମନ୍ତେ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର