ପିପିଲି ଜନତାଙ୍କ ସହ ନବୀନଙ୍କ ଆଲୋଚନା ଆଜି

ଭୁବନେଶ୍ୱର: ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ପିପିଲି ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସହ ଭିଡ଼ିଓ କନଫରେନସିଂ ଜରିଆରେ ଆଲୋଚନା କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିପିଲି ବିଧାନସଭା କ୍ଷେତ୍ର ପାଇଁ କିଛି ବଡ଼ ପ୍ୟାକେଜ୍‍ ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିବା ସମ୍ଭାବନା ଅଛି। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପାଇଁ ଦୁଇଟି ସ୍ଥାନରେ ବଡ଼ ସଭା ଆୟୋଜନ କରାଯାଇଛି। ପିପିଲି ବ୍ଲକ୍‍ ଅନ୍ତର୍ଗତ ଦାଣ୍ଡମକୁନ୍ଦପୁରର ବାଲିପଡ଼ିଆ ଏବଂ ଡେଲାଙ୍ଗ ବ୍ଲକ୍‍ ଅନ୍ତର୍ଗତ […]

ଭୁବନେଶ୍ୱର: ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ପିପିଲି ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସହ ଭିଡ଼ିଓ କନଫରେନସିଂ ଜରିଆରେ ଆଲୋଚନା କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିପିଲି ବିଧାନସଭା କ୍ଷେତ୍ର ପାଇଁ କିଛି ବଡ଼ ପ୍ୟାକେଜ୍‍ ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିବା ସମ୍ଭାବନା ଅଛି। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପାଇଁ ଦୁଇଟି ସ୍ଥାନରେ ବଡ଼ ସଭା ଆୟୋଜନ କରାଯାଇଛି। ପିପିଲି ବ୍ଲକ୍‍ ଅନ୍ତର୍ଗତ ଦାଣ୍ଡମକୁନ୍ଦପୁରର ବାଲିପଡ଼ିଆ ଏବଂ ଡେଲାଙ୍ଗ ବ୍ଲକ୍‍ ଅନ୍ତର୍ଗତ ରେଞ୍ଚ ପଡ଼ିଆ ଠାରେ ସଭା ଆୟୋଜନ କରାଯାଇଛି। ସାଢ଼େ ୧୧ଟାରୁ ୧୧.୫୦ ପର୍ଯ୍ୟନ୍ତ ପିପିଲିରେ ଏବଂ ୧୨.୧୦ରୁ ୧୨.୩୦ ପର୍ଯ୍ୟନ୍ତ ଡେଲାଙ୍ଗ ବ୍ଲକ୍‍ରେ ସଭା ଆୟୋଜନ ହେବ। ମୁଖ୍ୟମନ୍ତ୍ରୀଙ୍କ ଭର୍ଚ୍ଚୁଆଲ ସଭା ପୂର୍ବରୁ ଆଜି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପିପିଲି ଉପ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରତାପ ଦେବ ପିପିଲି ଏବଂ ଡେଲାଙ୍ଗ ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

About The Author: The Sakala