ଶିବରାତ୍ରିରେ ଜାତୀୟସ୍ତରୀୟ ଭଜନ ସମାରୋହ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ନୂଆ ଲିଙ୍ଗରାଜ ମାର୍କେଟ ଲାଇବ୍ରେରୀ ହଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅନୁଷ୍ଠାନର ଭଜନ ସମାରୋହ ଆୟୋଜନକୁ ୩୨ ବର୍ଷ ପୂରୁଛି। ତେଣୁ ଏହାକୁ ଧୁମଧାମର ସହ ପାଳନ କରିବା ପାଇଁ ପ୍ରକାଶନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର କହିଛନ୍ତି ଯେ ଚଳିତବର୍ଷ ମହାଶିବରାତ୍ରିରେ […]

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ନୂଆ ଲିଙ୍ଗରାଜ ମାର୍କେଟ ଲାଇବ୍ରେରୀ ହଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅନୁଷ୍ଠାନର ଭଜନ ସମାରୋହ ଆୟୋଜନକୁ ୩୨ ବର୍ଷ ପୂରୁଛି। ତେଣୁ ଏହାକୁ ଧୁମଧାମର ସହ ପାଳନ କରିବା ପାଇଁ ପ୍ରକାଶନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର କହିଛନ୍ତି ଯେ ଚଳିତବର୍ଷ ମହାଶିବରାତ୍ରିରେ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମୁମ୍ବଇର ଖ୍ୟାତନାମା କଣ୍ଠଶିଳ୍ପୀ ସୁଦେଶ ଭୋଷଲେ, ଅନୁ ମଲ୍ଲିକ, ଅନୁରାଧା ପଡ଼ୱାଲ, କବିତା ପଡ଼ୱାଲ, ସ୍ମୃତି ମିଶ୍ର ଭଜନ ପରିବେଷଣ କରିବେ। ଏହାସହିତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ବ କଳାକାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସାମ୍ବାଦିକ ସମ୍ମଳନୀରେ ସୂଚନା ଦିଆଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ସମ୍ପାଦକଙ୍କ ସମେତ ସଂଗିତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ବରିଷ୍ଟ ସଦସ୍ୟ କପଳ ଚନ୍ଦ୍ର ପଣ୍ଡା, ରତିକାନ୍ତ ମହାସୁଆର, ବାବନ ଚନ୍ଦ୍ର ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଚକ୍ରଧର ବେହେରା, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, କେଦାରନାଥ ମହାପାତ୍ର, ବିଶ୍ୱନାଥ ମହାପାତ୍ର, ସୁଧିର ରଞ୍ଜନ ଜେନା, ବିଷ୍ଣୁ ପ୍ରସାଦ ମୁଦୁଲି, ଜୟକୃଷ୍ଣ ମଲିଆ, ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

About The Author: The Sakala