ମାଆକୁ କୁରାଢ଼ୀରେ ହାଣିଲା ପୁଅ
ରାସଗୋବିନ୍ଦପୁର: ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚକୁଳିଆ ଗ୍ରାମରେ ଅଭାବନୀୟ ଘଟଣା। ଜନ୍ମ କଲା ମାଆକୁ କୁରାଢ଼ୀରେ ହାଣିଲା ପୁଅ। ଅଭିଯୁକ୍ତ ପୁଅ ହେଲା ଲୋସ ହେମ୍ବ୍ରମ୍। ମୃତକ ମାଆ ହେଲେ ଗୁରୁବାରି ହେମ୍ବ୍ରମ୍। ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛନ୍ତି। ଘଟଣା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରୋଇ ବଚସାକୁ ନେଇ ନିଶାସକ୍ତ ପୁଅ ପାଖରେ ଥିବା ଧାରୁଆ କୁରାଢ଼ୀରେ ମା’ର ମୁଣ୍ଡ […]
ରାସଗୋବିନ୍ଦପୁର: ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚକୁଳିଆ ଗ୍ରାମରେ ଅଭାବନୀୟ ଘଟଣା। ଜନ୍ମ କଲା ମାଆକୁ କୁରାଢ଼ୀରେ ହାଣିଲା ପୁଅ। ଅଭିଯୁକ୍ତ ପୁଅ ହେଲା ଲୋସ ହେମ୍ବ୍ରମ୍। ମୃତକ ମାଆ ହେଲେ ଗୁରୁବାରି ହେମ୍ବ୍ରମ୍। ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛନ୍ତି। ଘଟଣା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରୋଇ ବଚସାକୁ ନେଇ ନିଶାସକ୍ତ ପୁଅ ପାଖରେ ଥିବା ଧାରୁଆ କୁରାଢ଼ୀରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିଥିଲା। ତେବେ ଘର ଭିତର ରକ୍ତ ଯୁଡୁବୁଡୁ ଅବସ୍ଥାରେ ମାଆର ମୃତ୍ୟୁ ଘଟିଥିଲା। ଆଜି ସକାଳୁ ଗ୍ରାମବାସୀ ଖବର ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ ଏବଂ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ଘଟଣା ସ୍ଥଳରୁ କୁରାଢ଼ି ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ରାସଗୋବିନ୍ଦପୁର ପୁଲିସ।