ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ହତ୍ୟା କଲେ ମାଓବାଦୀ । ଗତ ଦଶ ଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀ ମାନେ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ। ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ପୁବର୍ତ୍ତୀ ଗାଁର ଦଶମ ଶ୍ରେଣୀ ଛାତ୍ର ସୋୟାମ ଶଙ୍କର ପୁଲିସର ସୂଚନାଦାତା ବୋଲି ଅଭିଯୋଗ କରି ମାଓବାଦୀମାନେ ଅତି ନିର୍ମମ ଭାବେ ତାଙ୍କୁ ପିଟିପିଟି ହତ୍ୟା […]

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ହତ୍ୟା କଲେ ମାଓବାଦୀ । ଗତ ଦଶ ଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀ ମାନେ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ। ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ପୁବର୍ତ୍ତୀ ଗାଁର ଦଶମ ଶ୍ରେଣୀ ଛାତ୍ର ସୋୟାମ ଶଙ୍କର ପୁଲିସର ସୂଚନାଦାତା ବୋଲି ଅଭିଯୋଗ କରି ମାଓବାଦୀମାନେ ଅତି ନିର୍ମମ ଭାବେ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ସପ୍ତାହ ପୂର୍ବରୁ ମାଓବାଦୀ ମାନେ ଶଙ୍କରଙ୍କ ଭାଇ ସୋୟାମ ଦୁର୍ଭାକୁ ଗାଁରେ ଗୋଡ଼ାଇ ବାଡ଼ିରେ ପିଟିପିଟି ହତ୍ୟା କରିଥିଲେ।

ସୁକୁମା ଏସପି କିରଣ ଚୌହାନ କହିଛନ୍ତି ଯେ, ମାଓବାଦୀ ମାନେ ପୁଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରିଛନ୍ତି। ହେଲେ ସେମାନେ ପ୍ରକୃତରେ ପୁଲିସ ଇନଫର୍ମର ନଥିଲେ ବରଂ ଗାଁ ର ସାଧାରଣ ଆଦିବାସୀ ରହିଥିଲ । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଯୋରଦାର କୁମିଂ ଅପରେସନ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ସୁକୁମା ।

About The Author: The Sakala