ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ବନପାଳ ଗିରଫ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାର ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବନପାଳ ମୁରଲିଧର ଅନୁଗୁଳିଆ ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଯୁବତୀଙ୍କ ସହ ପୂର୍ବରୁ ପରିଚିତ ଥିଲେ । ତେବେ ଗତ ଏପ୍ରେଲ୍ ମାସ ୫ ତାରିଖରେ ବନପାଳଙ୍କ ବାସଭବନକୁ ଯୁବତୀ ଜଣକ ବୁଲିବାକୁ ଯାଇଥିଲେ । ତେବେ ଉକ୍ତ ଦିନ ରାତ୍ରିରେ ଯୁବତୀଙ୍କ ଅନିଚ୍ଛା […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାର ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବନପାଳ ମୁରଲିଧର ଅନୁଗୁଳିଆ ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଯୁବତୀଙ୍କ ସହ ପୂର୍ବରୁ ପରିଚିତ ଥିଲେ । ତେବେ ଗତ ଏପ୍ରେଲ୍ ମାସ ୫ ତାରିଖରେ ବନପାଳଙ୍କ ବାସଭବନକୁ ଯୁବତୀ ଜଣକ ବୁଲିବାକୁ ଯାଇଥିଲେ । ତେବେ ଉକ୍ତ ଦିନ ରାତ୍ରିରେ ଯୁବତୀଙ୍କ ଅନିଚ୍ଛା ସତ୍ୱେ ଅଭିଯୁକ୍ତ ବନପାଳ ଦୁଷ୍କର୍ମ କରିଥିଲେ । ପରେ ପୀଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ ରଖିବା ସହ କାହାକୁ ନଜଣାଇବାକୁ କହିଥିଲେ । ପରେ ଘଟଣା ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ପରିବାରର ଦୁଷ୍ଟି ଗୋଚରକୁ ଆସିବା ପରେ ଉଭୟ ପରିବାର ମିଶି ବିବାହ କରାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ । ତେବେ ଇତି ମଧ୍ୟରେ ଏପ୍ରେଲ୍ ୬ ତାରିଖରୁ ଏପ୍ରେଲ୍ ୧୨ ତାରିଖ ପର୍ଯ୍ଯନ୍ତ ପୀଡିତାଙ୍କ ସହ ଅଭିଯୁକ୍ତ ବନପାଳ ଶାରିରିକ ସମ୍ପର୍କ ରଖିଥିଲେ । ଏହାପରେ ବୁଝା ସୁଝା କରି ପୀଡିତାଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ପରେ ଅଭିଯୁକ୍ତ ବନପାଳ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଦିନ ଗଡାଇ ଚାଲିଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଜାଣିବାକୁ ପାଇବା ପରେ ବନପାଳଙ୍କୁ ପଚାରିବାରୁ ସେ ଧମକ ଦେବା ସହ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିଥିଲେ । ତେଣୁ ବାଧ୍ୟ ହୋଇ ପିଡିତା ଜଣକ ମାଲକାନଗିରି ଏସ.ଡି.ଜେ.ଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସ.ଡି.ଜେ.ଏମଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁଲିସ ଥାନା କେସ୍ ନମ୍ବର ୨୪୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

04 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର