ଜଙ୍ଗଲ ଭିତରୁ ବନ୍ଧୁକ ତିଆରି କାରଖାନା ଠାବ: ୩ଦେଶୀ ବନ୍ଧୁକ ଜବତ, ୨ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରେ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ ୩ଟି ଦେଶୀ ବନ୍ଧୁକ, ୬ଟି ଗୁଳି, ୨୦୦ଗ୍ରାମ ଗନ ପାଉଡର, ଖାଲି କ୍ୟାଟ୍ରିଜ ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି। ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ ବାଇକକୁ ମଧ୍ୟ […]

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରେ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ ୩ଟି ଦେଶୀ ବନ୍ଧୁକ, ୬ଟି ଗୁଳି, ୨୦୦ଗ୍ରାମ ଗନ ପାଉଡର, ଖାଲି କ୍ୟାଟ୍ରିଜ ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି। ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ ବାଇକକୁ ମଧ୍ୟ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ବାଣପୁର ଅଞ୍ଚଳର ଦିଲୀପ କୁମାର ଦାସ ଓ ଲଂଗଳେଶ୍ୱର ଅଞ୍ଚଳର ତ୍ରିଲୋଚନ ଦାସ। ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

About The Author: The Sakala