ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍‌

ଡେରାବିଶ: ଡେରାବିଶ ବ୍ଲକ ଅଧିନସ୍ଥ ମୁଖ୍ୟ ବ୍ୟବସାୟ ସ୍ଥଳ ଚାନ୍ଦୋଳବଜାରରେ ଆଜି ଅପରାହ୍ନରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ଏହି ଲୁଟ୍‌ର ଶିକାର ହୋଇଛି ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଅଧିନସ୍ଥ ଏକ ଗ୍ରାହକସେବାକେନ୍ଦ୍ର । ଘଟଣାରୁ ପ୍ରକାଶ ଯେ, ଚାନ୍ଦୋଳ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଦିର୍ଘ ବର୍ଷହେବ ଏକ ଗ୍ରାହକ ସେବାକେନ୍ଦ୍ର ଚାଲିଆସୁଛି। ପ୍ରଣବ କିଶୋର ବରାଳ ନାମକ ବ୍ୟକ୍ତି ଏହି କେନ୍ଦ୍ରକୁ ଚଳାଇ ଆସୁଛନ୍ତି । ମାତ୍ର ଆଜି ସନ୍ଧ୍ୟା ସମୟରେ ନିରୋଳାର ସୁଯୋଗ […]

ଡେରାବିଶ: ଡେରାବିଶ ବ୍ଲକ ଅଧିନସ୍ଥ ମୁଖ୍ୟ ବ୍ୟବସାୟ ସ୍ଥଳ ଚାନ୍ଦୋଳବଜାରରେ ଆଜି ଅପରାହ୍ନରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ଏହି ଲୁଟ୍‌ର ଶିକାର ହୋଇଛି ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଅଧିନସ୍ଥ ଏକ ଗ୍ରାହକସେବାକେନ୍ଦ୍ର ।

ଘଟଣାରୁ ପ୍ରକାଶ ଯେ, ଚାନ୍ଦୋଳ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଦିର୍ଘ ବର୍ଷହେବ ଏକ ଗ୍ରାହକ ସେବାକେନ୍ଦ୍ର ଚାଲିଆସୁଛି। ପ୍ରଣବ କିଶୋର ବରାଳ ନାମକ ବ୍ୟକ୍ତି ଏହି କେନ୍ଦ୍ରକୁ ଚଳାଇ ଆସୁଛନ୍ତି । ମାତ୍ର ଆଜି ସନ୍ଧ୍ୟା ସମୟରେ ନିରୋଳାର ସୁଯୋଗ ନେଇ ଲୁଟେରାମାନେ ଲକ୍ଷାଧିକ ଟଙ୍କା ଲୁଟ୍ କରିଛନ୍ତି । ଏହି ସମୟରେ ଗ୍ରାହକସେବାକେନ୍ଦ୍ରର ପରିଚାଳକ ନ ଥିବା ବେଳେ ଉକ୍ତ କେନ୍ଦ୍ରରେ କାର୍ଯ୍ଯରତ ଦୁଇଜଣ ମହିଳା କର୍ମଚାରୀ ସେବାକେନ୍ଦ୍ରରେ ବସି ହିସାବ କରୁଥିଲେ। ଏହା ସୁଯୋଗ ନେଇ ତିନିଜଣ ଯୁବକ ଉକ୍ତ ସେବା କେନ୍ଦ୍ରରେ ପଶି ମହିଳା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଇଥିବା ଜଣାଯାଇଛି ।

କର୍ମଚାରୀଙ୍କ କହିବା ଅନୁଯାୟୀ, ତିନିଜଣ ଯୁବକଙ୍କ ମଧ୍ୟରୁ ଜଣେ ପାନ୍‌କାର୍ଡ଼ ସମ୍ପର୍କରେ ପଚାରି ହଠାତ୍ ଏକ ବନ୍ଧୁକ ବାହାର କରି ଭୟଭିତ କରାଇଥିଲେ। ଅନ୍ୟ ଦୁଇଜଣ କବାଟ ବନ୍ଦକରି ତୁରନ୍ତ ସମସ୍ତ ଟଙ୍କାକୁ ହସ୍ତାନ୍ତର କରିବାକୁ ଧମକ ଦେଇଥିଲେ। ଏହି ସମୟରେ ଯୁବକ ଜଣକ ୧ଲକ୍ଷରୁ ଉର୍ଦ୍ଧ୍ୱଟଙ୍କା ଧରି ସେବାେ କନ୍ଦ୍ରରୁ ବାହାରିବା ପରେ ଏକ ବାଇକ୍ ଯୋଗେ ସେଠାରୁ ଫେରାର୍ ହେବାକୁ ସକ୍ଷମ ହୋଇଥିଲେ। ଖବର ପାଇ ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ସମେତ ପୁଲିସ୍ ଟିମ୍ ଘଟଣା ସ୍ଥଳରେପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ସେବାକେନ୍ଦ୍ର ଗୃହମଧ୍ୟରେ ସିସି କ୍ୟାମେରା ଲାଗିଥିବାରୁ ସେଗୁଡ଼ିକୁ ପୁଲିସ୍ ଯାଞ୍ଚ କରୁଛି । ଲୁଟେରାଙ୍କୁ ଶୀଘ୍ର ଧରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

About The Author: The Sakala