ଆସନ୍ତାକାଲି ମୁଖ୍ଯମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ହିତାଧିକାରୀଙ୍କୁ ମିିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ, ୩୦୦କୋଟି ଟଙ୍କା ପ୍ରକଳ୍ପର ହେବ ଶିଳାନ୍ୟାସ

କନ୍ଧମାଳ: କନ୍ଧମାଳ ବାସୀଙ୍କୁ ବିଜୁ  ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ ସହ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବାହ୍ନ ୧୧ଟା ସମୟରେ  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହେଲିକପ୍ଟର ଯୋଗେ ପହଞ୍ଚିବେ ଏବଂ ୧୧ ଟା ୩୦ ମିନିଟରୁ ୧୨ ଟା ୨୫ ମିନିଟ ଭିତରେ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ଓ ସମସ୍ତ ଉଦଘାଟନ କାର୍ଯ୍ଯକ୍ରମ ଶେଷ ହେବାପରେ ଫେରିଯିବେ ମୁଖ୍ୟମନ୍ତ୍ରୀ। କନ୍ଧମାଳ ଜିଲ୍ଲାର ୧ […]

କନ୍ଧମାଳ: କନ୍ଧମାଳ ବାସୀଙ୍କୁ ବିଜୁ  ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ ସହ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବାହ୍ନ ୧୧ଟା ସମୟରେ  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହେଲିକପ୍ଟର ଯୋଗେ ପହଞ୍ଚିବେ ଏବଂ ୧୧ ଟା ୩୦ ମିନିଟରୁ ୧୨ ଟା ୨୫ ମିନିଟ ଭିତରେ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ଓ ସମସ୍ତ ଉଦଘାଟନ କାର୍ଯ୍ଯକ୍ରମ ଶେଷ ହେବାପରେ ଫେରିଯିବେ ମୁଖ୍ୟମନ୍ତ୍ରୀ। କନ୍ଧମାଳ ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ BSKY କାର୍ଡ ବଣ୍ଟନ କରାଯିବ। ତେବେ ଏହି ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ଯକ୍ରମକୁ ତଦାରଖ କରିବା ପାଇଁ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କନ୍ଧମାଳରେ ଅଛନ୍ତି। ସେହିପରି ମନ୍ତ୍ରୀ ବିକ୍ରମ ଆରୁଖ ସମତେ ୮ ଜଣ ମନ୍ତ୍ରୀ ଆସିବାର କାର୍ଯ୍ଯକ୍ରମ ରହିଛି। ଏପଟେ ସୁରକ୍ଷା ଦୃଷ୍ଟିରୁ ପୁଲିସ ବିଭାଗ ପକ୍ଷରୁ ପ୍ରାୟ ୧୩ ପ୍ଲାଟୁନ ପୁଲିସ ଫୋର୍ସ ସମେତ ଡିଏସପି, ପୁଲିସ ଇନ୍ସପେକ୍ଟର, ସବ ଇନ୍ସପେକ୍ଟର, ଏଏସଆଇ ମୁତୟନ ହୋଇଥିବା ବେଳେ SOG ଟିମ, DVF, CRPF ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି । ଏଥି ନିମନ୍ତେ ସମସ୍ତ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚି ସାରିଛି।

About The Author: The Sakala